Posted inଖେଳ

ଷ୍ଟାଡିୟମ୍‌ରେ ଢକ ଢକ କରି ମଦ ପିଇଲେ ଏହି କ୍ରିକେଟର୍‌: ଭିଡିଓ ଭାଇରାଲ୍‌ ହେବାପରେ…

ନୂଆଦିଲ୍ଲୀ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ପଡ଼ିଆରେ ହିଁ ସେଲିବ୍ରେଶନ କରିଥିଲା। ଦଳର ଅଧିନାୟକ ଟେମ୍ବା ବାଭୁମା ସମ୍ପୂର୍ଣ୍ଣ ସମୟ ପାଇଁ ବିଜୟୀ ଟ୍ରଫି ନିଜ ପାଖରେ ରଖିଥିବା ଦେଖାଯାଇଥିଲା ଏବଂ ଏହାକୁ ସେ ତଳେ ଆଦୌ ରଖୁ ନଥିଲେ। ମ୍ୟାନ୍‌ ଅଫ ଦି ମ୍ୟାଚ ଏଡେନ ମାର୍କ୍ରାମ ଏପରି କିଛି କରିଥି୍ଳେ ଯାହା ଆଲୋଚନାର ବିଷୟ ପାଲଟିଛି।

ବିଜୟ ପରେ ୍‌ଆଫ୍ରିକୀୟ ଖେଳାଳି ଏଡେନ ମାର୍କ୍ରାମ ଗ୍ୟାଲେରୀରେ ପହଞ୍ଚି ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତିଙ୍କଠାରୁ ବିୟର ବୋତଲ ନେଇ ପିଇବା ଆରମ୍ଭ କରିଥିଲେ। ଏହି ସମ୍ପୂର୍ଣ୍ଣ ଦୃଶ୍ୟ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ଦେଖିଥିଲେ ଏବଂ କିଛି ସମୟ ମଧ୍ୟରେ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ଯେ, ଜଣେ କ୍ରିକେଟର୍‌ ପଡ଼ିଆରେ କିମ୍ବା ମ୍ୟାଚ ସମୟରେ ମଦ୍ୟପାନ କରିପାରିବେ କି? ଏବଂ ଏଥିପାଇଁ ତାଙ୍କୁ ଦଣ୍ଡ ଦିଆଯାଇପାରିବ କି?

WTC ଫାଇନାଲ ପରେ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ପଚରାଯିବାରୁ ମାର୍କମ କହିଥିଲେ,ସେହି ବ୍ୟକ୍ତି ମୋର ସ୍କୁଲ ବନ୍ଧୁ ଥିଲେ। ସେ ମୋତେ ଡାକିଥିଲେ, କିନ୍ତୁ ବହୁତ ଶବ୍ଦ ହୋଇଥିଲା। ତା’ପରେ ସେ ମୋତେ ତାଙ୍କ ପାଖକୁ ଡାକି ବିୟର ଦେଖାଇଲେ। ମୁଁ ଭାବିଲି, କିଛି ଚିନ୍ତା ନାହିଁ, ଏହା କେବଳ ବିୟର, ତେଣୁ ମୁଁ ଗୋଟିଏ କିମ୍ବା ଦୁଇଟି ସିପ ପିଇଲି। ଏହା ସେହି ଦିନର ମୋର ପ୍ରଥମ ବିୟର ଥିଲା ଏବଂ ମୁଁ ଭବିଷ୍ୟତରେ ଆହୁରି ପିଇବାକୁ ଆଶା କରୁଛି।

ICC ଖେଳାଳିମାନଙ୍କ ବୃତ୍ତିଗତ ଆଚରଣ ସମ୍ପର୍କରେ ଏକ ଆଚରଣ ସଂହିତା ପ୍ରସ୍ତୁତ କରିଛି, ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଖେଳ ସମୟରେ ଯେକୌଣସି ପ୍ରକାରର ନିଶା କଡ଼ା ନିଷେଧ। ତଥାପି, ICC ଦ୍ୱାରା ବିୟର ଭଳି ମଦ୍ୟପାନ ଉପରେ କୌଣସି ସିଧାସଳଖ ପ୍ରତିବନ୍ଧକ ନାହିଁ। ଖେଳାଳି ମ୍ୟାଚ ପରେ ଏହାକୁ ସେବନ କରନ୍ତି।

ICC ର ଡୋପିଂ ବିରୋଧୀ ନୀତି କହେ ଯେ, ଖେଳ ସମୟରେ ଖେଳାଳିମାନେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବା ଉଚିତ, କିନ୍ତୁ ବିୟର ଭଳି ପାନୀୟ ବିଶ୍ୱ ଡୋପିଂ ବିରୋଧୀ ଏଜେନ୍ସି (WADA) କ୍ରିକେଟ ପାଇଁ ନିଷିଦ୍ଧ ତାଲିକାରେ ଅନ୍ତର୍ଭୁକ୍ତ ନୁହେଁ, ସେଗୁଡ଼ିକ କେବଳ କିଛି ଖେଳରେ (ଯେପରିକି ଦୌଡ଼) ନିଷେଧ।

ପ୍ରତ୍ୟେକ ଦେଶ ଏବଂ ପରିସ୍ଥିତି ଅନୁସାରେ ICC ନିୟମ ଭିନ୍ନ। ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଭଳି ଦେଶରେ, ଷ୍ଟାଡିୟମରେ ମଦ୍ୟପାନ ଏବଂ ବିକ୍ରୟ କଡ଼ାକଡ଼ି ନିଷେଧ। ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରେ, ଦର୍ଶକଙ୍କ ଉପରେ ଏପରି କୌଣସି ପ୍ରତିବନ୍ଧକ ନାହିଁ। ଦର୍ଶକଙ୍କୁ ଏକ ସୀମା ପର୍ଯ୍ୟନ୍ତ ବିୟର ପିଇବାକୁ ଅନୁମତି ଦିଆଯାଇଛି, କିନ୍ତୁ ICC ଖେଳ ସମୟରେ ଖେଳାଳିମାନଙ୍କୁ ମଦ୍ୟପାନ କରିବାକୁ ଅନୁମତି ଦିଏ ନାହିଁ। ଯଦି କୌଣସି ଖେଳାଳି ପଡ଼ିଆ, ଡ୍ରେସିଂ ରୁମ କିମ୍ବା ଡଗ ଆଉଟରେ ବିୟର ପିଉଥିବା ଦେଖାଯାଏ, ତେବେ ତାଙ୍କୁ ଚେତାବନୀ, ଜରିମାନା କିମ୍ବା ନିଲମ୍ବନ ସହିତ ଦଣ୍ଡିତ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri