ଗିନିଜ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲେ ଏହି ଦମ୍ପତି: ଉଚ୍ଚତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବ୍ରାସିଲିଆ:ଗିନିଜ ୱାଲର୍‌ଡ ରେକର୍ଡସ୍‌ ସଂଗଠନ କ୍ରମାଗତ ବିଭିନ୍ନ ଉଲ୍ଲେଖନୀୟ ମାନବୀୟ ସଫଳତାକୁ ସ୍ବୀକୃତି ଦେଇଥାଏ। ନିକଟରେ ଏହା ବ୍ରାଜିଲର ଏକ ଦମ୍ପତିଙ୍କୁ ବିଶ୍ୱର ସବୁଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ଦମ୍ପତି ଆଖ୍ୟା ପ୍ରଦାନ କରିଛି, ଯାହା ଅନେକ ସୋସିଆଲ ମିଡିଆ ୟୁଜର୍ସଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି।
୧୭ ସେପ୍ଟେମ୍ବର ୨୦୧୬ରେ ବିବାହ କରିଥିବା ବ୍ରାଜିଲର ୩୧ ବର୍ଷୀୟ ପାଓଲୋ ଗାବ୍ରିଏଲ୍‌ ଦା ସିଲ୍‌ଭା ବାରୋସ ଓ ତାଙ୍କ ସ୍ତ୍ରୀ କଟ୍ୟୁସିଆ ଲି ହୋଶିନୋ(୨୮) ବିଶ୍ୱର ସବୁଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ଦମ୍ପତି ଭାବେ ମାନ୍ୟତା ପାଇଛନ୍ତି। ଗାବ୍ରିଏଲଙ୍କ ଉଚ୍ଚତା ୯୦.୨୮ ସେମି(ପ୍ରାୟ ୨.୯୬ଫୁଟ୍‌) ହୋଇଥିବା ବେଳେ ତାଙ୍କ ସ୍ତ୍ରୀ କଟ୍ୟୁସିଆଙ୍କ ଉଚ୍ଚତା ୯୧.୧୩ ସେମି(ପ୍ରାୟ ୨.୯୯ ଫୁଟ୍‌) ରହିଛି। ଏହି ଦମ୍ପତିଙ୍କର ମିଳିତ ଉଚ୍ଚତା ୧୮୧.୪୧ ସେମି ରହିଛି, ଯାହା ଏକ ବିଶ୍ୱ ରେକର୍ଡ ହୋଇଥିବା ଗିନିଜ ୱାଲର୍‌ଡ ରେକର୍ଡସ ପକ୍ଷରୁ କୁହାଯାଇଛି।
ପ୍ରଥମଥର ପାଇଁ ୨୦୦୬ରେ ଭର୍ଚୁଆଲ୍‌ ଯୋଗେ ଉଭୟ ଗାବ୍ରିଏଲ୍‌ ଓ କଟ୍ୟୁସିଆ ପରସ୍ପରକୁ ଜାଣିବାକୁ ପାଇଥିଲେ। ଗିନିଜ ରେକର୍ଡସ୍‌ରେ ସ୍ଥାନ ପାଇ ଗାବ୍ରିଏଲ୍‌ କହିଛନ୍ତି, ” ଆମେ ଉଚ୍ଚତାରେ ଛୋଟ ହୋଇପାରୁ, କିନ୍ତୁ ଆମର ହୃଦୟ ବଡ଼ ଏବଂ ଆମେ ପରସ୍ପରକୁ ବହୁତ୍ତ ଭଲ ପାଉ। ଆମ ଜୀବନରେ ଅନେକ ସମସ୍ୟା ଥିଲେ ମଧ୍ୟ ମୁଁ ଏବଂ କଟ୍ୟୁସିଆ ଖୁସିର ସହ ଏସବୁକୁ ଏକାଠି ମିଶି ସାମ୍‌ନା କରୁ “। ସାମାଜିକ ଚାପର ସମ୍ମୁଖୀନ ହେବା ପରିବର୍ତ୍ତେ ଉଭୟେ ଗାବ୍ରିଏଲ୍‌ ଓ କଟ୍ୟୁସିଆ ନିଜ ନିଜର ଶାରୀରିକ ଗୁଣକୁ ଗ୍ରହଣ କରି ପରସ୍ପର ମଧ୍ୟରେ ଏକ ସ୍ଥାୟୀ ସହଭାଗିତା ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ସୋସିଆଲ ମିଡିଆରେ ଅନେକ ୟୁଜର୍ସ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri