ରୁଷିଆ ଭ୍ୟାକ୍ସିନ ପାଇଁ ୧ ବିଲିୟନ ଡୋଜର ଅର୍ଡର ଦେଲେ ଏହି ଦେଶ

ମସ୍କୋ,୧୧।୮: ଗତ କିଛି ମାସରୁ ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। କରୋନା ଯୋଗୁଁ କୋଟି କୋଟି ଲୋକଙ୍କ ଜୀବନ ଯାଇଥିବା ବେଳେ ଏହା ସବୁ ଦେଶର ଅର୍ଥନୀତି ଅବସ୍ଥାକୁ ଦୋହଲାଇ ଦେଇଛି। ଏହାର ମୁକାବିଲା ପାଇଁ ସବୁ ଦେଶ ନିଜ ଆଡୁ ପ୍ରଚେଷ୍ଟା ଚଳାଇଛନ୍ତି। ହେଲେ ରୁଷ ପ୍ରଥମ ଦେଶ ଯିଏ କରୋନା ମୁକାବିଲା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଭ୍ୟାକ୍ସିନକୁ ମଞ୍ଜୁରୀ କରାଯାଇଥିବା ନେଇ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଘୋଷଣା କରିଛନ୍ତି। ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିବା ପରେ ପୁଟିନ ପ୍ରଥମେ ନିଜ ଝିଅକୁ ଏହି ଟିକା ଦେଇଛନ୍ତି। କିନ୍ତୁ ଏହି ଟିକା ସେ ନିଜେ ନେଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି। ରୁଷ ଯୋଜନା କରିଛି ଯେ, ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଏବଂ ପରେ ବୃଦ୍ଧଙ୍କୁ ଏହି ଭ୍ୟାକ୍ସିନ ପ୍ରଦାନ କରାଯିବ। ଏଥିସହ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଟିକା ଯୋଗାଇଦିଆଯିବ। ଇତିମଧ୍ୟରେ ରୁଷ ଦାବି କରିଛି ଯେ, ଏହି ଟିକା ପାଇଁ ଏବେଠାରୁ ବିଶ୍ୱର ୨୦ଟି ଦେଶ ୧ବିଲିୟନ ଡୋଜ ପ୍ରସ୍ତୁତ କରିବାକୁ ଅର୍ଡର ଦେଇଛି। ତେବେ ସେପ୍ଟେମ୍ବର ସୁଦ୍ଧା ଅଧିକ ସଂଖ୍ୟାରେ ଏହି କରୋନା ଟିକାର ଉତ୍ପାଦନ କରାଯିବ ବୋଲି ରୁଷ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୭।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ ହେବାକୁ ଯାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସା କହିଛି ଯେ ଏହା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ।...

ଗଞ୍ଜାମ ଜିଲାର ୭.୨ ଲକ୍ଷ ଘରେ ସର୍ଭେ : ଫ୍ଲୁ ଥିବା ବ୍ୟକ୍ତିଙ୍କର ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ସ୍କ୍ରିନିଂ

ଛତ୍ରପୁର, ୧୩।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗତ ତିନି ଦିନ ହେଲା ଗଞ୍ଜାମ ଜିଲାର ୭ ଲକ୍ଷ ୨ ହଜାର ୭୪୮...

ଜାନୁୟାରୀ ସୁଦ୍ଧା ୨ ଟିକା

ନୂଆଦିଲ୍ଲୀ, ୮।୧୨: ଜାନୁୟାରୀ ସୁଦ୍ଧା ଭାରତରେ ୨ଟି ଟିକା ଏବଂ ଏପ୍ରିଲ୍‌ ଶେଷ ବେଳକୁ ୪ଟି ଟିକା ଉପଲବ୍ଧ ହେବା ନେଇ ସରକାର ଆଶାବାଦୀ ଅଛନ୍ତି।...

ପୁଣି ରେକର୍ଡ ଭାଙ୍ଗିଲା ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୨ ଜୀବନ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୨୨ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୫୧୬ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ରୁଷିଆର ସଦସ୍ୟତା ରଦ୍ଦ କଲା ଏଫ୍‌ଏଟିଏଫ୍‌

ପ୍ୟାରିସ୍‌,୨୫।୨: ୟୁକ୍ରେନ ଓ ରୁଷିଆ ଜାରି ରହିଥିବା ଯୁଦ୍ଧକୁ ଇତିମଧ୍ୟରେ ବର୍ଷେ ପୂରିଛି।  ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫ୍‌ଏଟିଏଫ୍‌) ରୁଷିଆକୁ ଏକ ବଡ଼ ଝଟ୍‌କା...

କରୋନା ସଂକ୍ରମଣ ପରେ ଖୋଲିଲା ସ୍କୁଲ: ବାକ୍ସ ଭିତରେ ରହି ପିଲା ପଢିଲେ ପାଠ

ବ୍ୟାଂକକ୍‌,୩।୭: କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଏବେ କିନ୍ତୁ କିଛି ଦେଶରେ ପୁଣିଥରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ...

ବଦଳିଲା ନିୟମ, ଆକ୍ରାନ୍ତ ହେବାର ୩ ମାସ ପରେ ନେବାକୁ ପଡ଼ିବ ଟିକା…

ନୂଆଦିଲ୍ଲୀ, ୨୨।୧ : ଏବେ ଟିକା ନେବା ନେଇ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କର ରିପୋର୍ଟ ନେଗେଟିଭ୍‌ ଆସିବାର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ସୋର ବିଧାୟକ

ବାହାନଗା,୧ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ବିଧାନସଭା ନିିର୍ବାଚନ ମଣ୍ଡଳୀର ବିଧାୟକ ପର୍ଶୁରାମ ଧଡ଼ା ବିଶ୍ୱ ମହାମାରୀ କରୋନା ଭାଇରସର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌...

Advertisement
Archives

Model This Week