Posted inଖେଳ

ଏହା ହୋଇପାରେ ଧୋନୀ, ସିଏସ୍‌କେର ଚିନ୍ତାର କାରଣ

ମୁମ୍ବାଇ,୧।୪: ଆଇପିଏଲର ଅନ୍ୟତମ ସଫଳତମ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଗତବର୍ଷ ବିଫଳ ହୋଇଥିଲା। ମଧ୍ୟକ୍ରମରେ ସୁରେଶ ରାଇନାଙ୍କ ଅନୁପସ୍ଥିତି ଅନୁଭବ କରିଥିଲା ମହେନ୍ଦ୍ର ସିଂ ଧୋନୀଙ୍କ ଦଳ। ଚଳିତ ଥର ଦଳରେ ଅଛନ୍ତି ରାଇନା। ଏହାସତ୍ତ୍ୱେ ଧୋନୀ ଓ ସିଏସ୍‌କେ ପାଇଁ ଚିନ୍ତା କରିବାର ଆହୁରି କାରଣ ରହିଛି।

ସ୍ପିନର ଓ ସୁଇଙ୍ଗ ବୋଲରଙ୍କ ଉପରେ ନିର୍ଭର କରୁଥିବା ସିଏସ୍‌କେକୁ ପ୍ରଥମ ୫ ମ୍ୟାଚ୍‌ ମୁମ୍ବାଇରେ ଖେଳିବାକୁ ପଡ଼ିବ। ଆଉ ମୁମ୍ବାଇର ଗ୍ରାଉଣ୍ଡରେ ଦଳର ପ୍ରଦର୍ଶନ ସେତେଟା ଖାସ ନାହିଁ। ଏହି ପିଚ୍‌ରେ ପେସରଙ୍କ ଦବ୍‌ଦବା ଦେଖିବାକୁ ମିଳେ। ହେଲେ ସିଏସ୍‌କେ ପାଖରେ ସେଭଳି ପେସର ନାହାନ୍ତି। ନିୟମିତ ୧୪୦ରୁ ଅଧିକ ଗତିରେ ବୋଲିଂ କରିପାରୁ ଥିବା ଜୋସ ହାଜେଲଉଡ୍‌ ଲିଗ୍‌ରୁ ଓହରି ଯାଇଛନ୍ତି। ତାଙ୍କ ବଦଳ ଖେଳାଳି ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ। ହାଜେଲଉଡଙ୍କୁ ଛାଡ଼ି ଦେଲେ ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ଲୁଙ୍ଗି ଏନ୍‌ଗିଡି, ଡ୍ବେନ ବ୍ରାଭୋ, ସାମ କୁରାନ ଓ କେ. ଏମ୍‌. ଅସିଫଙ୍କ ଭଳି ପେସର ଅଛନ୍ତି। ଏମାନଙ୍କ ପ୍ରଦର୍ଶନ ଉପରେ ହିଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚେନ୍ନାଇର ଭାଗ୍ୟ ନିର୍ଭର କରେ।

ଦଳରେ ଧୋନୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ ଓ ଇମ୍ରାନ ତାହିରଙ୍କ ଭଳି ଖେଳାଳି ଅଛନ୍ତି, ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରୁ ନେଇ ସାରିଛନ୍ତି ଅବସର। ଦୀର୍ଘ ଦିନ ହେଲା ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଠାରୁ ଦୂରଇ ରାହିଥିବାରୁ ଲୟକୁ ଫେରିବା ପାଇଁ ଏମାନଙ୍କୁ ସମୟ ଲାଗିବ। ଏହା ଦଳକୁ ପ୍ରଥମ କିଛି ମ୍ୟାଚ୍‌ରେ ବାଧି ପାରେ। ଏଭଳି ସମସ୍ୟାରୁ ବାହାର କରିବା ପାଇଁ ସିଏସ୍‌କେ ନିକଟରେ ଦକ୍ଷ ଖେଳାଳିଙ୍କ ଅଭାବ ନାହିଁ। ଯଦି ଏଭଳି ନ ହୁଏ, ତେବେ ଚଳିତ ସିଜନରେ ମଧ୍ୟ ଧୋନୀ ଓ ତାଙ୍କ ଦଳକୁ ପୁଣି ଥରେ ସଂଘର୍ଷ କରିବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

NEET Leak; ରାଜନାଥଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ, ଘୋଷଣା କରି କହିଲେ….

ନୂଆଦିଲ୍ଲୀ, ୨୮।୫: NEET ପେପର୍ ଲିକ୍ ବିବାଦ ପରେ, କେନ୍ଦ୍ର ସରକାର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁରକ୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ବିଚାର…

ଇସ୍ତଫା ଦେବା ପରେ କେତେ ପେନସନ ପାଇବେ ସିଦ୍ଦାରାମାୟା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କେଉଁ ସବୁ ସୁବିଧା ମିଳେ ଜାଣନ୍ତୁ…

ବେଙ୍ଗାଲୁରୁ, ୨୮।୫: କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜନୈତିକ ସସ୍‌ପେନ୍ସ ଏବେ ଶେଷ ହୋଇଛି। ସୂତ୍ର ଅନୁସାରେ ସିଦ୍ଦାରାମାୟା ଆଜି ଇସ୍ତଫା ଦେଇପାରନ୍ତି। ଏହି ସମୟରେ, ସିଦ୍ଦାରାମାୟା…

ରାତିରେ ନିଦ ହେଉନି କି? ଶୋଇବା ପୂର୍ବରୁ କରନ୍ତୁ ଏହି କାମ…

ଆଜିକାଲି ବହୁତ ଲୋକ ଅନିଦ୍ରାରେ ପୀଡ଼ିତ। ବିଳମ୍ବିତ ରାତିରେ ଚେଇଁବା, ବାରମ୍ବାର ଉଠିବା ଏବଂ ସକାଳେ କ୍ଳାନ୍ତ ଅନୁଭବ କରିବା ଏକ ସାଧାରଣ କଥା ହୋଇଗଲାଣି। ସ୍ବାସ୍ଥ୍ୟ…

ପାଣି ପାଇଁ ମହାସଂଗ୍ରାମ: ପିଏଚଡି କାର୍ଯ୍ୟାଳୟ ଘେରିଲେ ମହିଳା, ବିଭାଗୀୟ ଅଧିକାରୀ ଦେଲେ ଏମିତି ପ୍ରତିଶ୍ରୁତି

ଛତ୍ରପୁର,୨୮।୫ (ଦିଲ୍ଲୀପ ସାମଲ): “ପାଣି ଟୋପେ ପାଇଁ ଜୀବନ ବିକଳ, ପ୍ରଶାସନ କିନ୍ତୁ ନିଦାବିଷ୍ଣୁ।” ଏଭଳି ଏକ ଚରମ ଅସନ୍ତୋଷ ପ୍ରକାଶ କରି ଆଜି ଛତ୍ରପୁର ପୌର…

କ୍ଷମତା ହସ୍ତାନ୍ତର ଘୋଷଣା କଲେ ସିଦ୍ଦାରାମାୟା , କହିଲେ-ରାହୁଲ ଗାନ୍ଧୀ ଯାହା କହିବେ ମୁଁ ତାହା କରିବି…

ବେଙ୍ଗାଲୁରୁ, ୨୮।୫: କର୍ନାଟକ କଂଗ୍ରେସ ସରକାର ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା କ୍ଷମତା ହସ୍ତାନ୍ତର ଏବେ ପଥ ପରିଷ୍କାର କରିଛି। ସୂତ୍ର ଅନୁଯାୟୀ, ଦିଲ୍ଲୀରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ବିନା ପେଟ୍ରୋଲ୍‌ରେ ଚାଲିବ ବାଇକ୍‌! Hero ଆଣୁଛି ଦେଶର ପ୍ରଥମ ଇଥାନଲ୍ ଚାଳିତ ଫ୍ଲେକ୍ସ-ଫ୍ୟୁଏଲ୍ ବାଇକ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୫: ଭାରତରେ ପରିବେଶ ଅନୁକୂଳ ତଥା ବିକଳ୍ପ ଜାଳେଣିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୁଇଚକିଆ ଯାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri