Posted inଖେଳ

ବିଶ୍ୱରେକର୍ଡ ଭାଙ୍ଗିଲେ ଆଫଗାନିସ୍ତାନର ଏହି ବୋଲର୍‌: ପ୍ରଥମ ବୋଲର୍‌ ଭାବେ…

ନୂଆଦିଲ୍ଲୀ,୨୭।୬: ଆଫଗାନିସ୍ତାନର ଦ୍ରୁତ ବୋଲର ଫଜଲହକ ଫାରୁକି ଟି-୨୦ ବିଶ୍ୱକପ ୨୦୨୪ରେ ୧୭ ଉଇକେଟ ନେଇ ଇତିହାସ ସୃଷ୍ଟି କରିଛନ୍ତି। ଏହି ଟି-୨୦ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ସର୍ବାଧିକ ଉଇକେଟ ନେଇଥିବା ବୋଲର ହେଉଛନ୍ତି ଫାରୁକି। ୧୭ ଉଇକେଟ ନେଇ ଫାରୁକ ଟି -୨୦ ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ସଫଳତା ପାଇଥିବା ବୋଲର ହୋଇଥିଲେ। ସେ ଶ୍ରୀଲଙ୍କାର ତାରକା ସ୍ପିନର ୱାନିନ୍ଦୁ ହାସରଙ୍ଗାଙ୍କୁ ପଛରେ ପକାଇଛନ୍ତି।
ଏହାପୂର୍ବରୁ ଟି-୨୦ ବିଶ୍ୱକପ୍‌େ ଗୋଟିଏ ସଂସ୍କରଣରେ ଅଧିକାଂଶ ଉଇକେଟ ନେଇବାର ରେକର୍ଡ ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗାଙ୍କ ନାମରେ ଥିଲା। ୨୦୨୧ ଟି-୨୦ବିଶ୍ୱକପରେ ହାସରଙ୍ଗା ୧୬ ଉଇକେଟ ନେଇଥିଲେ। ବର୍ତ୍ତମାନ ଆଫଗାନିସ୍ତାନ ପେସର ତାଙ୍କ ନାମରେ ୧୭ ଉଇକେଟ ନେଇ ଏହି ରେକର୍ଡ କରିଛନ୍ତି। ୨୦୨୨ ଟି-୨୦ ବିଶ୍ୱକପରେ ହାସରଙ୍ଗା ୧୫ ଉଇକେଟ ନେଇଥିଲେ।
ବାମହାତୀ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ ଆଫଗାନିସ୍ତାନର ଦ୍ରୁତ ବୋଲର ଫଜଲହକ ଫାରୁକିଙ୍କ ରେକର୍ଡ ଭାଙ୍ଗି ପାରିବେ। ଏହି ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ଅର୍ଶଦୀପ ୧୫ଟି ଉଇକେଟ ନେଇଛନ୍ତି। ବର୍ତ୍ତମାନ ଟିମ ଇଣ୍ଡିଆକୁ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବାକୁ ପଡିବ ଏବଂ ଏହାକୁ ଜିତାଇ ଦଳ ମଧ୍ୟ ଫାଇନାଲରେ ପ୍ରବେଶ କରିପାରିବ। ସର୍ବାଧିକ ଉଇକେଟ ନେବାକୁ ଅର୍ଶଦୀପଙ୍କର ଦୁଇଟି ମ୍ୟାଚର ସୁଯୋଗ ଅଛି। ତାଙ୍କୁ ୨ଟି ମ୍ୟାଚ୍‌ରେ ମାତ୍ର ୩ ଉଇକେଟ ନେବାକୁ ପଡ଼ିବ।
ତ୍ରିନିଦାଦର ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲରେ ଆଫଗାନିସ୍ତାନକୁ ୯ ଉଇକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଫାଇନାଲ୍‌ରେ ପ୍ରବେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?