ଫିଲ୍ମରେ ସଫଳ ମାତ୍ର ପ୍ରେମରେ ବିଫଳ ଏହି କଳାକାର

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ-ଅଭିନେତା ଏକାଠି କାମ କରୁକରୁ କେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥାଏ। ଏଥିରୁ କିଛ ପ୍ରେମ ସଫଳ ହୋଇଥିବାବେଳେ ଆଉ କିଛି ବିଫଳ ହୋଇଛି। ବଲିଉଡ୍‌ର କିଛି ଅଭିନେତା ଅଭିନୟରେ ବେଶ୍‌ ସଫଳ ହୋଇଥିବାବେଳେ ପ୍ରେମରେ ବିଫଳ ହୋଇଛନ୍ତି।

ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ:

ଖିଲାଡି ଅକ୍ଷୟ କୁମାର ଶିଳ୍ପା ସେଟ୍ଟୀଙ୍କୁ ପ୍ରେମ କରୁଥିଲେ। ଏପରିକି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ସେତେବେଳେ ଚର୍ଚ୍ଚା ଜୋର୍‌ ଧରିଥିଲା। ଅକ୍ଷୟ ଚାହଁୁଥିଲେ ସେ ଯାହାକୁ ବିବାହ କରିବେ ସେ ଫିଲ୍ମ ଲାଇନ୍‌ରେ କାମ କରିବେନି। କିନ୍ତୁ ଶିଳ୍ପା ଚାହୁଁଥିଲେ ବଲିଉଡ୍‌ରେ ନିଜକୁ ସଫଳ କରି ଦେଖାଇବେ। ଏହା ପରେ ଦୁହିଁଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଅକ୍ଷୟ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ ବିବାହ କରିଥିବାବେଳେ ଶିଳ୍ପା ପ୍ରତିଷ୍ଠିତ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି।

ସଲମାନ୍‌ ଖାନ୍‌ – ଐଶ୍ୱର୍ଯ୍ୟା ରାୟ:
୯୦ ଦଶକରେ ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଐଶ୍ୱର୍ଯ୍ୟାଙ୍କୁ ପ୍ରେମ କରୁଥିଲେ। ଏହା ପ୍ରାୟ ସମସ୍ତଙ୍କୁ ଉଣା ଅଧିକ ଜଣା। କିନ୍ତୁ ଏହି ଯୋଡ଼ିଙ୍କ ପ୍ରେମ ସଫଳ ହୋଇ ନ ଥିଲା। କେତେକ କ୍ଷେତ୍ରରେ ସଲମାନ ଐଶ୍ୱର୍ଯ୍ୟାଙ୍କ ଜୀବନରେ ଅନଧିକାର ପ୍ରବେଶ କରୁଥିଲେ। ଏପରିକି ଐଶ୍‌୍‌ଙ୍କୁ ନ ଜଣାଇ ଶୁଟିଂ ସେଟ୍‌ରେ ସିଧା ପହଞ୍ଚି ଯାଉଥିଲେ ସଲ୍‌ମାନ। କିନ୍ତୁ ଏହା ଐଶ୍‌ଙ୍କୁ ପସନ୍ଦ ଆସୁ ନ ଥିଲା। ତେଣୁ ଐଶ୍ୱର୍ଯ୍ୟା ସଲମାନ୍‌ଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପକାଇ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ।

ଅଭିଷେକ ବଚ୍ଚନ-କରିସ୍ମା କପୁର :
ବଲିଉଡ୍‌ର ଦୁଇ ସମ୍ଭ୍ରାନ୍ତ ପରିବାର ହେଲେ କପୁର ଏବଂ ବଚ୍ଚନ ପରିବାର। ଅଭିଷେକ ଏବଂ କରିସ୍ମାଙ୍କ ପ୍ରେମ ସମ୍ପର୍କ ବଲିଉଡ୍‌ର ସମସ୍ତଙ୍କୁ ଜଣାଥିଲା। ଏପରିକି ଦୁଇଜଣଙ୍କ ବିବାହକୁ ନେଇ ସମଗ୍ର ଇଣ୍ଡଷ୍ଟ୍ରି ବି ଖୁସି ଥିଲା। କିନ୍ତୁ ହଠାତ୍‌ ଶୁଣିବାକୁ ମିଳିଥିଲା କୌଣସି କାରଣକୁ ନେଇ ଦୁଇଜଣଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ଯାହାର କାରଣ କେହି ଜାଣି ପାରି ନ ଥିଲେ। ଏହା ପରେ କରିସ୍ମା ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିବାବେଳେ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ହାତ ଧରିଥିଲେ। ସେହିପରି କରୀନା କପୁର ଶାହିଦ୍‌ କପୁରଙ୍କୁ ପ୍ରେମ କରୁଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁରଙ୍କ ପ୍ରେମ ମଧ୍ୟ ଅଧୁରା ରହିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri