ବାପାଙ୍କ ଟାଙ୍ଗିଆ ଚୋଟରେ ୧୩ ବର୍ଷ ଝିଅର ମୃତ୍ୟୁ

ବୌଦ୍ଧ/ବାଉଁଶୁଣୀ,୧।୩(ସ୍ବ.ପ୍ର./ଡି.ଏନ.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ଥାନାର ଗୋଛାପଡା ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଆକ୍ରମଣରେ ତାଙ୍କର ୧୩ ବର୍ଷର ଝିଅର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଶାଳକ ଗୁରୁତର ହୋଇଛନ୍ତି ।
ପ୍ରକାଶ ଯେ, ଗୋଛାପଡା ଗ୍ରାମର ରାଜକୁମାର ମେହେର ନିଜ ପରିବାର ସହ ରହି ଆସୁଥିଲେ । ଘଟଣାଦିନ ରାତିରେ ପାରିବାରିକ କଳହରୁ ହଠାତ୍‌ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ସ୍ତ୍ରୀ ଡୁଲେଶ୍ୱରୀ, ଝିଅ ଶ୍ରାବଣୀ ଓ ଶାଳକଙ୍କୁ ଆକ୍ରମଣ କରିଥିଲେ ।
ଫଳରେ ତିନି ଜଣ ଯାକ ଗୁରୁତର ହୋଇ ପଡିଥିଲେ । ସମସ୍ତଙ୍କୁ ସୋନପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଝିଅ ଶ୍ରାବଣୀଙ୍କ ମୃତ୍ୟୁ ଘଟିଥିଲା ।
ଡୁଲେଶ୍ୱରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  ।ବାଉଁଶୁଣୀ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ଘଟଣାରେ ଅଭିଯୁକ୍ତ ରାଜକୁମାର ଓ ତାଙ୍କ ବାପାଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri