ଶ୍ରୀଅରବିନ୍ଦ ଶକ୍ତିପୀଠର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ, ସାଙ୍ଗଠନିକ ଆଲୋଚନା…

ଭଞ୍ଜନଗର,୧୮।୯(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠର ତୃତୀୟ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ଅବସରରେ ଶକ୍ତିପୀଠର ମ୍ୟାନେଜିଂ ଟ୍ରଷ୍ଟି ତଥା ଆସ୍ପୃହା ମଣ୍ଡଳର ଆବାହକ ଲଲାଟେନ୍ଦୁ ସାମନ୍ତ ସଭାରେ ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମ ଜିଲା ଆବାହକ ଶଶଧର ବେହେରା, ମହିଳା ପାଠଚକ୍ରର ସଭାନେତ୍ରୀ ଜ୍ୟୋତିର୍ମୟୀ ପ୍ରଧାନ, ପ୍ରଫେସର କୃତିବାସ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସକାଳେ କୃତିବାସ ବିଶ୍ୱାଳ ମାତୃପତାକା ଉତ୍ତୋଳନ କରିଥିଲେ । ମଧୁସ୍ମିତା ସାହୁ ଦୁର୍ଗାସ୍ତୋତ୍ର ପାଠ କରିଥିବାବେଳେ ଲିପି ଅପା ‘ମା’ ବହି ପାଠ ଓ ରତ୍ନମଞ୍ଜରୀ ପାଢ଼ୀ ପ୍ରାର୍ଥନା ବହି ପାଠ କରିଥିଲେ । ତପସ୍ୱିନୀ ପ୍ରଧାନ ମାତୃ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ଭାଗିରଥି ମହାପାତ୍ର ଶ୍ରୀଅରବିନ୍ଦଙ୍କ ଯୋଗଦର୍ଶନ ଏବଂ ଆଗାମୀ ଦିନରେ ପୃଥିବୀରେ ଏକ ନୂତନ ମାନବ ସମାଜ ଗଠନ କ୍ଷେତ୍ରରେ ଶ୍ରୀଅରବିନ୍ଦଙ୍କ ଯୋଗଦର୍ଶନର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶଶଧର ବେହେରା ଓ ଗୀତା ଅପା ସାଙ୍ଗଠନିକ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୋଲସରା, ଆସିକା, ବୁଗୁଡ଼ା, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ବାଲିଗୁଡ଼ା ଓ ଉଦୟଗିରି ଅଞ୍ଚଳରୁ ବହୁ ମାତୃପ୍ରେମୀ ଯୋଗଦେଇଥିଲେ। ମ୍ୟାନେଜିଂ ଟ୍ରଷ୍ଟି ଲଲାଟେନ୍ଦୁ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟି ରମେଶ ବେହେରା, ବାବୁଲା ପ୍ରଧାନ, ଅବିନାଶ ମହାରଣା, ସୁନନ୍ଦା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଭଞ୍ଜନଗର, ପୂଜା ମଣ୍ଡପରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ

ଭଞ୍ଜନଗର,୧୮।୯(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ସହର ସମେତ ବ୍ଲକର ବିଭିନ୍ନ ଗ୍ରାମରେ ବିଶ୍ୱକର୍ମା ପୂଜା ଧୂମଧାମରେ ପାଳିତ ହୋଇଯାଇଛି । ସହରର ପଞ୍ଚାୟତ ସମିତି…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

ଓକେସିଏଲ ଗଞ୍ଜାମ-ଗଜପତି ଜିଲାର ମିଳିତ ବାର୍ଷିକ ସମ୍ମିଳନୀ

ଗଞ୍ଜାମ,୧୭।୯,(ଦିଲ୍ଲୀପି ସାମଲ/ଦାରିକା ପଟ୍ଟନାୟକ ): ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ସ୍ମାରକୀ ରିଡିଂ ରୁମ ପରିସରରେ ଗୁରୁବାର ଓକେସିଏଲ ଗଞ୍ଜାମ-ଗଜପତି ଜିଲାର ମିଳିତ ବାର୍ଷିକ ସମ୍ମିଳନୀ…

ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ଚଳଚଞ୍ଚଳ ଛତ୍ରପୁର ସହର : ଆର୍ଶୀବାଦ ନେଲେ ଜିଲାପାଳ

ଛତ୍ରପୁର,୧୭।୯,(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗଞ୍ଜାମ ଜିଲାର ଛତ୍ରପୁର ସହର। ବିଶ୍ୱକର୍ମା ପୂଜାକୁ ନେଇ ସହରର ବିଭିନ୍ନ ସ୍ଥାନରେ…

ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ…

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ(୪୫)ଙ୍କ ମୃତଦେହ ବ୍ରହ୍ମପୁର ବଡ଼…

ଦିଗପହଣ୍ଡିରେ ଆଶ୍ଚର୍ଯ୍ୟଜନକ ଘଟଣା; ସ୍ୱପ୍ନାଦେଶ ପରେ ମାଟିତଳୁ ମିଳିଲା ମା’ କାଳୀଙ୍କ ମୂର୍ତ୍ତି, ଗାଁ ଲୋକଙ୍କ ପୂଜାର୍ଚ୍ଚନା

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?