ଚୋରି ହୋଇଥିବା ଘରୁ ପୁଣି ଚୋରି

କେସିଙ୍ଗା,୧୦।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା କଲେଜ ରୋଡ଼ ମୁହାଣ ଥିବା ସୁବାଷ ଅଗ୍ରୱାଲଙ୍କ ଘରୁ ଗତ ଦୁଇ ବର୍ଷ ତଳେ ପ୍ରାୟ ଲକ୍ଷ୍ୟାଧିକ ଟଙ୍କା ସୁନା ଚୋରି ହୋଇଥିଲା। ଘରମାଳିକ ବର୍ତ୍ତମାନ କେସିଙ୍ଗାରେ ନ ରହି ଅନ୍ୟ ରାଜ୍ୟରେ ରହୁଛନ୍ତି। ଘରଟିକୁ ଭଡାରେ ଦେଇଛନ୍ତି। ଏଥର ଏହି ଭଡା ଘରେ ରହୁଥିବା ଯୁଗଳ କିଶୋର ଅଗ୍ରୱାଲଙ୍କ ଘରୁ ମଧ୍ୟ ଚୋରି ହୋଇଥିବା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କେସିଙ୍ଗା ସହରର ୱାର୍ଡ ନମ୍ବର ୯ ର ଆମ୍ବେଦକର ଛକରୁ କଲେଜକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ସୁବାସ ଅଗ୍ରୱାଲଙ୍କ ଘରେ ଭଡ଼ାରେ ରହୁଥିବା ଯୁଗଲ କିଶୋର ଅଗ୍ରୱାଲଙ୍କ ଘରୁ ଏକ ବଡ଼ ଧରଣର ଚୋରି ହୋଇଥିବା ସୂଚନା ମିଳିଛି l ଗତ ୩ ତାରିଖ ରେ ଯୁଗଲ ଅଗ୍ରୱାଲ ତାଙ୍କ ପରିବାର ସହ ତୀର୍ଥ ଦର୍ଶନ ପାଇଁ ଯାଇଥିଲେ । ଗତ କାଲି ରବିବାର ରାତିରେ ତାଙ୍କ ପରିବାର ଲୋକେ ଫେରିଲା ପରେ ଦେଖିଲା ବେଳକୁ ଘର ଭାଙ୍ଗି ସୁନାଗହଣା, ଟଙ୍କା ଆଦି ଚୋରି ହୋଇଥିବା ଜଣାପଡିଥିଲା। ସେମାନେ ପୋଲିସକୁ ଖବର ଦେଇଥିଲେ l ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସନ୍ଧାନୀ କୁକୁର ଟିମ ଦ୍ୱାରା ତଦନ୍ତ ଜାରିରଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…

ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର…

ହେମନ୍ତ ସୋରେନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ ପୋଷ୍ଟ ଶେୟାର କରି କ’ଣ ଲେଖିଲେ

ନୂଆଦିଲ୍ଲୀ,୧୦।୮: ଝାଡ଼ଖଣ୍ଡରେ ଛାତ୍ରମାନେ ବର୍ତ୍ତମାନ ବିଶାଳ ପ୍ରତିବାଦ କରୁଛନ୍ତି, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଅନେକ ଲୋକ ଅନଶନ କରୁଛନ୍ତି। ଏହି ଆନ୍ଦୋଳନ ଅନେକ…

୧୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ପୋଲିସକୁ ଦେଖି ଡ୍ରାଇଭର…

ଅମରପାଲି,୧୦ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ କଣ୍ଟେନରରୁ ୧୨ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩…

କାମ କରୁନି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀଙ୍କ ଦାବି

କେସିଙ୍ଗା ତା ୧୦।୮,( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଶିରୋଲ ଗ୍ରାମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛ…

ଧାନବିକ୍ରି ପଞ୍ଜୀକରଣ ଆରମ୍ଭରୁ ଏଗ୍ରିଷ୍ଟାକ କଟକଣାକୁ ବିରୋଧ, ସବୁଠି ତେଜିଲା ଚାଷୀ ଅସନ୍ତୋଷ, ଆଜି ହେବ…

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ନେଇ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି। ଏଥିପାଇଁ ପ୍ରତି ୬ମାସରେ ଥରେ ଚାଷୀ ପଞ୍ଜୀକରଣ…

JPSC ପରୀକ୍ଷା ହେରଫେର ମାମଲାରେ EDର ଏଣ୍ଟ୍ରି; ଆସୁ ଆସୁ ନେଲା ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୦।୮: ଝାଡ଼ଖଣ୍ଡରେ JPSCର 14ତମ ପ୍ରିଲିମିନାରୀ ଟେଷ୍ଟ (PT) ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ପରୀକ୍ଷାରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପଦକ୍ଷେପ ନେଇଛି।…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ଝାଡ଼ଖଣ୍ଡ ବିଧାନସଭା ଘେରାଓ ପୂର୍ବରୁ ରାଞ୍ଚିରେ କଡ଼ା ହେଲା ସୁରକ୍ଷା ବ୍ୟବସ୍ଥା

ରାଞ୍ଚି,୧୦।୮: ଛାତ୍ରଙ୍କ ପ୍ରତିବାଦ ଏବଂ ବିଧାନସଭା ଘେରାଉ ଡାକରା ପରେ, ବିଧାନସଭାକୁ ଯାଉଥିବା ରାସ୍ତାରେ ସୁରକ୍ଷା ବଳୟ ସ୍ଥାପନ କରାଯାଇଛି, ଯାହା ଫଳରେ ବିକ୍ଷୋଭକାରୀମାନେ ସେହି ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri