ନିଆଁ ଲଗାଇଲେ, ଲିଭାଇ ପାରିଲେନି

ମଣିପୁରରେ ଏପ୍ରିଲ ତୃତୀୟ ସପ୍ତାହରେ ମେତେଇ ଓ କୁକି ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ହିଂସା ଦେଖାଦେଇଥିଲା। ମଣିପୁର ଉଚ୍ଚ ନ୍ୟାୟାଳୟ ମେତେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଏହି ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା। ଏହି ହିଂସାରେ ସବୁଠୁ କ୍ଷତିଗ୍ରସ୍ତ ହୋଇଥିଲା ଚୌରଚାନ୍ଦପୁର ଓ ଇମ୍ଫାଲ। ଏଥିରେ ୬୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦୦ରୁ ଉର୍ଦ୍ଧ୍ୱ ଆହତ ଓ ୩୫,୦୦୦ ଲୋକ ସ୍ଥାନାନ୍ତରିତ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଗଣ୍ଡଗୋଳର ନିଆଁ ଲଗାଇଛି ଭାଜପା। ଭାଜପା ଚାହଁିଲା ମେତେଇ ସମ୍ପ୍ରଦାୟକୁ ହାତକୁ ଆଣି ତାକୁ ଲାଭ ଦେଇ ସ୍ଥାୟୀ ଭାବେ ଭୋଟ ହାତେଇବ। ସେଥିପାଇଁ ଉଚ୍ଚନ୍ୟାୟାଳୟ ମାଧ୍ୟମରେ କୌଣସି ପ୍ରକାରେ ସେହି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବାରେ ସଫଳ ହେଲା। ଉଲ୍ଲେଖଯୋଗ୍ୟ ଯେ ମଣିପୁର ଜନସଂଖ୍ୟାର ପାଖାପାଖି ୫୩ ପ୍ରତିଶତ ହେଉଛନ୍ତି ମେତେଇ। ଏହାର ୮୩% ହିନ୍ଦୁ ଓ ସେମାନେ ସମତଳ ଅଞ୍ଚଳରେ ରୁହନ୍ତି। ସେମାନେ ଶିକ୍ଷିତ, ଧନୀ । ସେମାନଙ୍କର ବ୍ୟବସାୟିକ ଓ ପ୍ରଶାସନିକ କ୍ଷେତ୍ରରେ ଆଧିପତ୍ୟ ଅଛି। ଅନ୍ୟପକ୍ଷରେ ପାହାଡ଼ ଉପରେ ରହୁଥିବା କୁକି ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ଗରିବ ଏବଂ ଶିକ୍ଷା କ୍ଷେତ୍ରରେ ସେମାନେ ବହୁ ପଛରେ। ଏଣୁ ଜନସଂଖ୍ୟାର ସିଂହଭାଗ ମେତେଇ ସମ୍ପ୍ରଦାୟକୁ ଆଦିବାସୀ ସୁବିଧା ଦେବାକୁ ଭାଜପା ସବୁ ବଳ ଲଗାଇଦେଇଛି, ଯାହାକୁ ନେଇ ହିଂସାର ନିଆଁ ଲାଗିଯାଇଛି। ତେବେ ଉକ୍ତ ସାମ୍ପ୍ରଦାୟିକ ହିଂସା ପୂରା ନ ଥମୁଣୁ ଏବେ କୁକି ମିଲିଟାଣ୍ଟ ଗୋଷ୍ଠୀର ଉଗ୍ରବାଦୀମାନେ ସକ୍ରିୟ ହୋଇଉଠିଛନ୍ତି। ସେମାନେ ସେକମାଇ, ଫାୟେଙ୍ଗ, ଟୋର୍ବୁଙ୍ଗ, ସେରୋଉ ଓ ସୁଗ୍ନୁ ଆଦି ଅଞ୍ଚଳରେ ବ୍ୟାପକ ହିଂସା ଭିଆଇଛନ୍ତି। ସୁରକ୍ଷା ବଳ ଓ ଉଗ୍ରବାଦୀଙ୍କ ମଧ୍ୟରେ ସଂଘର୍ଷ ଲାଗିରହିଛି। ଏଥିରେ ଗତ ୩ରୁ ୪ ଦିନ ମଧ୍ୟରେ ୪୦ ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। କିନ୍ତୁ ସୁରକ୍ଷାବଳର କେଉଁ ପ୍ରକାର କ୍ଷତି ହେଉଛି ତାହାର କୌଣସି ବିବରଣୀ ପଦାକୁ ଆସୁନାହିଁ। ଯେହେତୁ ମଣିପୁର ଏକ ସୀମାଞ୍ଚଳ ରାଜ୍ୟ ସେଥିପାଇଁ ଲଢୁଥିବା ମେତେଇଙ୍କ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ସୁରକ୍ଷାବଳ ସହିତ ଯେତେବେଳେ ଗୁଳି ବିନିମୟ ଲାଗୁଛି ସେତେବେଳେ ଉଭୟ ପଟର ପ୍ରାଣହାନି ହେବା ସୁନିଶ୍ଚିତ। କିନ୍ତୁ ରାଜନୀତି ପାଇଁ ନିଆଁ ଲଗାଇ ପାରୁଥିବା ଭାଜପାର ନେତୃତ୍ୱ ଏବେ ଅଡ଼ୁଆରେ ପଡ଼ିଛନ୍ତି। ପୂର୍ବରୁ କର୍ନାଟକ ନିର୍ବାଚନ ଦ୍ୱାହି ଦେଇ ମଣିପୁର କଥା କେହି ବୁଝିବା ପାଇଁ ସମୟ ଦେଲେ ନାହିଁ। ଏବେ ପରିସ୍ଥିତି ଅଣାୟତ ହେବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଅର୍ଥାତ ୨୯ ମେରେ ପ୍ରଥମ ଥର ଏଭଳି ଜଳୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୀମାଞ୍ଚଳ ରାଜ୍ୟରେ ଆସି ପହଞ୍ଚିଛନ୍ତି।
ଭାଜପା ଲଗାଇଥିବା ନିଆଁକୁ ମଣିପୁରରେ ବୀରେନ ସିଂଙ୍କ ସରକାର ଆୟତ୍ତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏ କ୍ଷେତ୍ରରେ ହାତ ବାନ୍ଧି ବସିଗଲେ। ମଣିପୁରରେ ସାମ୍ପ୍ରଦାୟିକ ସମ୍ପର୍କ ପୂର୍ବରୁ ମଧ୍ୟ ବିଗିଡ଼ି ଯାଇଥିବାର ଉଦାହରଣ ଅଛି। କିନ୍ତୁ ତାହା ଉଗ୍ର ରୂପ ନେଉ ନ ଥିଲା। ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି ଯେ, ସ୍ଥାନାନ୍ତରିତ କ୍ଷତିଗ୍ରସ୍ତଙ୍କର ଥଇଥାନ କରାଯାଉଛି। ହେଲେ ଆରପଟେ ଖବର ମିଳୁଛି ଯେ, ସୁରକ୍ଷା ବାହିନୀ ସହ ଉଗ୍ରବାଦୀଙ୍କର ତୀବ୍ର ଲଢେଇ ଚାଲିଛି। ସମ୍ପୃକ୍ତ ହିଂସାଗ୍ରସ୍ତ ଅଞ୍ଚଳରେ ଅଲଗା ପ୍ରଶାସନ କଥା ଉଠାଉଥିବା ତଥା ସରକାରରେ ଥିବା ଭାଜପା ନେତା ଏବଂ ବିଚ୍ଛିନ୍ନତାବାଦକୁ ପ୍ରଶ୍ରୟ ଦେଉଥିବା ଉଗ୍ରବାଦୀ ଗୋଷ୍ଠୀ ଉଭୟ ଅଶାନ୍ତି ଓ ବିଭାଜନକୁ ଉସୁକାଉଥିବା ଭଳି ମନେହେଉଛି। ବାସ୍ତବରେ ଦୀର୍ଘମିଆଦୀ ଦୃଷ୍ଟିକୋଣରୁ ଏହା ସେହି ରାଜ୍ୟ ଲାଗି ଭୟଙ୍କର ସ୍ଥିତି ସୃଷ୍ଟି କରିବ।

 

ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି ଯେ, ସ୍ଥାନାନ୍ତରିତ କ୍ଷତିଗ୍ରସ୍ତଙ୍କର ଥଇଥାନ କରାଯାଉଛି। ହେଲେ ଆରପଟେ ଖବର ମିଳୁଛି ଯେ, ସୁରକ୍ଷା ବାହିନୀ ସହ ଉଗ୍ରବାଦୀଙ୍କର ତୀବ୍ର ଲଢେଇ ଚାଲିଛି। ସମ୍ପୃକ୍ତ ହିଂସାଗ୍ରସ୍ତ ଅଞ୍ଚଳରେ ଅଲଗା ପ୍ରଶାସନ କଥା ଉଠାଉଥିବା ତଥା ସରକାରରେ ଥିବା ଭାଜପା ନେତା ଏବଂ ବିଚ୍ଛିନ୍ନତାବାଦକୁ ପ୍ରଶ୍ରୟ ଦେଉଥିବା ଉଗ୍ରବାଦୀ ଗୋଷ୍ଠୀ ଉଭୟ ଅଶାନ୍ତି ଓ ବିଭାଜନକୁ ଉସୁକାଉଥିବା ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri