Posted inଫୁରସତ

ପାନ ଖୁଆଇ ବାଛନ୍ତି ଜୀବନସାଥୀ

ହିନ୍ଦୁ ଧର୍ମରେ ବିବାହକୁ ପବିତ୍ର ଓ ସାତ ଜନ୍ମର ସମ୍ପର୍କ ଭାବେ ବିବେଚନା କରାଯାଏ। ଏଠାରେ ବିବାହର ଅନେକ ପ୍ରକାର ନୀତି ନିୟମ ଦେଖିବାକୁ ମିଳିଥାଏ। କିଛି ବିବାହର ପ୍ରଥା ତ ବହୁତ ଅଜବ ହୋଇଥାଏ, ଯାହା କି ବହୁ ବର୍ଷ ଧରି ଚାଲି ଆସିଥାଏ। ସେମିତି ଏକ ଅଜବ ବିବାହ ପ୍ରଥା ମଧ୍ୟପ୍ରଦେଶ, ହରଦା ଜିଲାର ଆଦିବାସୀ ସମ୍ପ୍ରଦାୟରେ ଦେଖିବାକୁ ମିଳେ। ମଧ୍ୟପ୍ରଦେଶର ଆଦିବାସୀ ଅଧ୍ୟୁଷିତ ଗ୍ରାମ ମୋରଗଢିରେ ପ୍ରତିବର୍ଷ ଦୀପାବଳିର ଏକ ସପ୍ତାହ ପରେ ଏକ ମେଳାର ଆୟୋଜନ କରାଯାଏ। ଏଥିରେ ବହୁ ସଂଖ୍ୟାରେ ଯୁବତୀ ଯୁବକ ସାମିଲ ହୁଅନ୍ତି। ଏହି ମେଳାରେ ଆଦିବାସୀ ଯୁବତୀ ଯୁବକ ପରସ୍ପରକୁ ପାନ ଖୁଆଇ ଜୀବନସାଥୀ ବାଛନ୍ତି। ଏହି ପରମ୍ପରା ବହୁ ପୁରୁଣା। ମେଳା ଦିନ ଯୁବତୀ ଯୁବକ ଦିନ ସାରା ସାଙ୍ଗ ହୋଇ ବୁଲନ୍ତି, ଆଉ ସନ୍ଧ୍ୟାରେ ପରସ୍ପରକୁ ପାନ ଖୁଆଇ ଜୀବନସାଥୀ ଭାବେ ବାଛି ନିଅନ୍ତି। ଆଉ ବିବାହ ପାଇଁ ଘୋଷଣା କରନ୍ତି। ପରେ ଦୁହେଁ ନିଜ ନିଜ ଘରକୁ ଚାଲି ଯାଆନ୍ତି। ବିବାହର ଖବର ଝିଅ ଘରକୁ ପଠାଇ ଦିଆଯାଏ। ଏହାପରେ ଝିଅ ଯଦି ଘରକୁ ନ ଫେରେ, ତଥାପି ଝିଅ ଘର ଝିଅକୁ ଖୋଜନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?