Posted inଫୁରସତ

ଧାନ କ୍ଷେତ ପାଲଟିଛି କାନ୍‌ଭାସ୍‌

କାନ୍‌ଭାସ୍‌ ଉପରେ ରଙ୍ଗ ତୂଳୀରେ ଚିତ୍ର ତ ସମସ୍ତେ କରନ୍ତି। କିନ୍ତୁ କିଛି ଲୋକ ସବୁବେଳେ ଚାହାନ୍ତି ନିଜ କଳାର ଯାଦୁକରି ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ। ଜାପାନ, ଇନାକାଡେଟ୍‌ ଗ୍ରାମରେ ଦେଖିବାକୁ ମିଳେ ସେମିତି ଏକ ଭିନ୍ନ ଚିତ୍ରକରି, ଯାହାକି ଏଠାକାର ଧାନ କ୍ଷେତରେ ହୋଇଥାଏ। ଏହି କାରିଗରିକୁ ‘ତାନ୍‌ବୋ’ କୁହାଯାଏ। ୧୯୯୩ରେ ଏଠାରେ ପ୍ରଥମ ଧାନ କ୍ଷେତ ଆର୍ଟ ଦେଖିବାକୁ ମିଳିଥିଲା। ବିଭିନ୍ନ ପ୍ରକାରର ଧାନ ଗଛକୁ ବ୍ୟବହାର କରି ଏହି ଆର୍ଟ କରାଯାଇଥାଏ। ବେଶ୍‌ ବଡ଼ ବଡ଼ ହୋଇଥାଏ ଏହି ଚିତ୍ରକଳା। ଏହାକୁ ତିଆରି କରିବା ପାଇଁ ଏକ ସ୍ବତନ୍ତ୍ର ଜାପାନୀ ପଦ୍ଧତି ବ୍ୟବହାର କରାଯାଏ। ପ୍ରଥମେ ସେହି କ୍ଷେତକୁ ଭଲଭାବେ ଅନୁଧ୍ୟାନ କରାଯାଏ। ଆଉ କେଉଁ ଚିତ୍ର ସେଥିରେ କରିହେବ ଯୋଜନା କରାଯାଏ। ଏହାପରେ ପେଣ୍ଟିଂ ଅନୁଯାୟୀ ଭିନ୍ନ ଭିନ୍ନ ପ୍ରକାରର ଧାନ ଗଛ ଲଗାଯାଏ। ଜାପାନର ଇନାକାଡେଟ୍‌ରେ ହେଉଥିବା ଏହି ବଡ ବଡ ତାନବୋ ଆର୍ଟରେ ୧୦ ପ୍ରକାରର ଧାନ ଗଛ ଲଗାଯାଏ। ଏହି କାମ ବସନ୍ତ ଋତୁ ଆରମ୍ଭ ତଥା ଖରାଦିନ ପ୍ରାରମ୍ଭରେ କରାଯାଏ। ଜୁଲାଇ ଅଗଷ୍ଟ ମାସ ବେଳକୁ ଗଛ ବଡ଼ ହୋଇ ପୂରା ପେଣ୍ଟିଂ ପାଲଟିଯାଏ। ଏହି ଦୃଶ୍ୟକୁ ଦେଖିବା ଲାଗି କ୍ଷେତଠାରୁ କିଛି ଦୂରରେ ଭ୍ୟୁଇଂ ପ୍ଲାଟଫର୍ମ ତିଆରି କରାଯାଇଥାଏ। ଜାପାନର ଏହି ସ୍ବତନ୍ତ୍ର ଚିତ୍ରକଳାକୁ ଉପଭୋଗ ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri