Posted inଜାତୀୟ

ଦୁନିଆକୁ ଏକାଠି ଆସିଥିଲେ, ଏକାଠି ଗଲେ ଦୁଇ ଭାଇ

ମିରୁଟ,୧୮।୫: ମହାମାରୀ କରୋନା ଅନେକ ଲୋକଙ୍କ ଘରସଂସାର ଉଜାଡି ଦେଇଛି। ଉତ୍ତରପ୍ରଦେଶର ମିରୁଟରେ ରହୁଥିବା ରାଫେଲ ପରିବାରର କାହାଣୀ ଅତ୍ୟନ୍ତ ଯନ୍ତ୍ରଣାଦାୟକ। କରୋନା ପରିବାରର ଦୁଇ ଯାଆଁଳା ଭାଇ ଜୋଫ୍ରେଡ ଭର୍ଘିସ ଗ୍ରେଗୋରୀ ଏବଂ ରାଲଫ୍ରେଡ ଜର୍ଜ ଗ୍ରେଗୋରୀ କରୋନାରେ ପ୍ରାଣ ହରାଇଛନ୍ତି। ୨୪ ବର୍ଷ ବୟସ୍କ ଇଞ୍ଜିନିୟର ଭାଇଙ୍କ ମୃତ୍ୟୁ ମଧ୍ୟରେ ପାର୍ଥକ୍ୟ ମାତ୍ର କିଛି ଘଣ୍ଟା ଥିଲା। ଉଭୟ ଏକାଠି ଦୁନିଆକୁ ଆସିଥିଲେ, ଏକାଠି ମଧ୍ୟ ଗଲେ।
ଗତ ସପ୍ତାହରେ କରୋନାରେ ଜୋଫ୍ରେଡ ଏବଂ ରାଲଫ୍ରେଡଙ୍କର ମୃତ୍ୟୁ ହୋଇଥିଲା। ଉଭୟ ଏପ୍ରିଲ ୨୩, ୧୯୯୭ରେ ଜନ୍ମ ହୋଇଥିଲେ। ରିପୋର୍ଟ ଅନୁଯାୟୀ, ଜନ୍ମଦିନର ପରଦିନ ଅର୍ଥାତ୍‌ ଏପ୍ରିଲ ୨୪ରେ ଦୁହେଁ ଏହି ମାରାତ୍ମକ ଭୂତାଣୁର ଶିକାର ହୋଇଥିଲେ। ଉଭୟ ହାଇଦ୍ରାବାଦରେ କାମ କରୁଥିଲେ।
ଦୁଇ ଭାଇଙ୍କ ପିତା ଗ୍ରେଗୋରୀ ରେମଣ୍ଡ ରାଫେଲ କହିଛନ୍ତି ଯେ, ସେ ପ୍ରାୟ ଜାଣିଛନ୍ତି ଯେ, ଯଦି ତାଙ୍କ ପୁଅମାନେ ଫେରିବେ ତେବେ ଉଭୟ ଏକାଠି ହୋଇ ପୁଣି ଦୁନିଆକୁ ଆସିବେ, ନଚେତ୍‌ କେହି ଜଣେ ଆସିବେ ନାହିଁ। ସେ କୁହନ୍ତି, ଉଭୟଙ୍କ ମଧ୍ୟରେ ଜଣଙ୍କଠାରେ ଯାହା ଘଟେ, ଅନ୍ୟଜଣଙ୍କଠାରେ ମଧ୍ୟ ତାହା ଘଟେ। ଜନ୍ମରୁ ଏହା ଚାଲିଥିଲା। ଜୋଫ୍ରେଡଙ୍କ ମୃତ୍ୟୁ ଖବର ପାଇବା ପରେ ମୁଁ ମୋ ସ୍ତ୍ରୀଙ୍କୁ କହିଲି ଯେ ରାଲଫ୍ରେଡ ମଧ୍ୟ ଏକୁଟିଆ ଘରକୁ ଫେରିବେ ନାହିଁ। ମେ ୧୩ ଏବଂ ୧୪ରେ କିଛି ଘଣ୍ଟା ବ୍ୟବଧାନ ପରେ ସେମାନେ ଚାଲିଗଲେ। ରାଫେଲଙ୍କର ୩ ପୁଅ ଅଛନ୍ତି। ସାନ ପୁଅର ନାମ ନେଲଫ୍ରେଡ। ରାଫେଲଙ୍କ ପରିବାର ପ୍ରଥମେ ପୁଅଙ୍କ ଘରେ ଚିକିତ୍ସା କରିଥିଲେ। ସେମାନେ ଭାବିଲେ ଘରେ ଔଷଧ ଖାଇ ଭଲ ହୋଇଯିବ। କିନ୍ତୁ ଅମ୍ଳଜାନ ସ୍ତର ୯୦ରେ ପହଞ୍ଚିବା ପରେ ଡାକ୍ତରମାନେ ଉଭୟଙ୍କୁ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ଏହାପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୨-୩ ପରେ ରାଲଫ୍ରେଡ ତାଙ୍କ ମାଙ୍କୁ ଡାକିଥିଲେ। ସେ ହସ୍ପିଟାଲ ବେଡରୁ କଥା ହେଉଥିଲେ। ସେ ତାଙ୍କ ମାଙ୍କୁ କହିଥିଲେ ଯେ ତାଙ୍କ ଅବସ୍ଥା ସୁଧୁରୁଛି ଏବଂ ଜୋଫ୍ରେଡଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରିଥିଲେ। ସେତେବେଳକୁ ଜୋଫ୍ରେଡଙ୍କର ଦେହାନ୍ତ ହୋଇଥିଲା। ସେ ତାଙ୍କ ମା’ଙ୍କୁ କହିଥିଲେ ଯେ ଆପଣ ମିଛ କହୁଛନ୍ତି। କିଛି ସମୟ ପରେ ସେ ମୃତ୍ୟୁବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri