ଏମ୍‌ଓୟୁକୁ ଆଉ ଥରେ କରି ବାହାବା ନେଉଛନ୍ତି: ବିଜେଡି

ଭୁବନେଶ୍ୱର, ୧୧ା୪(ସୁନିତ୍‌ ମିଶ୍ର): ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଲ୍ଲୀରେ ସ୍ବାକ୍ଷର ହୋଇଥିବା ଏମ୍‌ଓୟୁ ମଧ୍ୟରୁ ପାରାଦୀପସ୍ଥିତ ଇଣ୍ଡିଆନ ଅଏଲର ସମ୍ପ୍ରସାରଣ ସହ ସେଠାରେ ଇଣ୍ଟିଗ୍ରେଟେଡ୍‌ ନାପଥା କ୍ରାକର ପ୍ରକଳ୍ପ ସ୍ଥାପନ ପାଇଁ ହୋଇଥିବା ଚୁକ୍ତି ପୂର୍ବ ସରକାରଙ୍କ ସମୟରେ ଅନୁମୋଦିତ ହୋଇଥିଲା। ଏହାକୁ ପୁଣି ଥରେ କରି ମିଛ ବାହାବା ନେବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ବୋଲି ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ଅଭିଯୋଗ କରିଛନ୍ତି। ଶଙ୍ଖ ଭବନଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂତୃପ୍ତ କହିଛନ୍ତି, ରାଜ୍ୟବାସୀଙ୍କୁ ପ୍ରକୃତ ତଥ୍ୟ ନ ଦେଇ କେବଳ ପୂର୍ବ ପ୍ରକଳ୍ପଗୁଡିକର ନାମ ଓ ରଙ୍ଗ ପରିବର୍ତ୍ତନକରି ନିଜର ବୋଲି ଦାବି କରିବା ଭାଜପା ସରକାରଙ୍କ ଏକ ଅଭ୍ୟାସରେ ପରିଣତ ହୋଇଛି। ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଲ୍ଲୀଠାରେ ସ୍ବାକ୍ଷରିତ ହୋଇଥିବା କିଛି ଚୁକ୍ତି ମଧ୍ୟରୁ ପାରାଦୀପ ସ୍ଥିତ ଇଣ୍ଡିଆନ ଅଏଲ ପ୍ରକଳ୍ପର ସମ୍ପ୍ରସାରଣ ଓ ନାପଥା କ୍ରାକର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କରାଯାଇଥିବା ଚୁକ୍ତି, ପୂର୍ବ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲେ ମଧ୍ୟ ଏହାକୁ ପୁନର୍ବାର କରାଯାଇ ମିଛ ବାହାଦୁରି ନେବାକୁ ଚେଷ୍ଟା କରାଯାଇଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଜାନୁଆରୀ ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପାରାଦୀପରେ ଇଣ୍ଡିଆନ ଅଏଲ ପ୍ରକଳ୍ପର ସମ୍ପ୍ରସାରଣ ଓ ନାପଥା କ୍ରାକର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ୨୦୧୯ ଏପ୍ରିଲରେ ଇଣ୍ଡିଆନ ଅଏଲ ତରଫରୁ ଏ ସମ୍ବନ୍ଧରେ ଦିଆଯାଇଥିବା ପ୍ରସ୍ତାବକୁ ତତ୍କାଳୀନ ଓଡ଼ିଶା ସରକାର ଅନୁମୋଦନ ଦେଇଥିଲେ। ଇଣ୍ଡିଆନ ଅଏଲ ତରଫରୁ ଦିଆଯାଇଥିବା ପ୍ରସ୍ତାବରେ ଏହାର ଉତ୍ପାଦନ କ୍ଷମତା ୧୫ ମିଲିଅନ ଟନ୍‌ରୁ ୨୫ ମିଲିଅନ ଟନ କରିବା ସହ ଏକ ନାପଥା କ୍ରାକର ପ୍ଲାଣ୍ଟ ସ୍ଥାପନ ପାଇଁ ୧ ଲକ୍ଷ ୩ ଶହ କୋଟି ଟଙ୍କା ବ୍ୟୟର ବ୍ୟବସ୍ଥା ରହିଥିଲା। ସେହିପରି ୨୦୨୩ରେ ତତ୍କାଳୀନ ଶିଳ୍ପ ସଚିବଙ୍କ ଦ୍ୱାରା ଇଣ୍ଡିଆନ ଅଏଲର ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ କ’ଣ ସବୁ ପ୍ରୋତ୍ସାହନ ପ୍ରଦାନ କରାଯିବ ତାହାର ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?