ସେମାନେ ବି ମଣିଷ

ଗୁରୁ ଶିଷ୍ୟମାନଙ୍କୁ ନିଜ ଜୀବନର ଏକ ଘଟଣା ସମ୍ପର୍କରେ ଆଲୋକପାତ କରୁଛନ୍ତି। ତାଙ୍କର ଯେତେବେଳେ ଦୁଇଟି ଯାକ କିଡ୍‌ନୀ ନଷ୍ଟ ହେବା କଥା ଡାକ୍ତର କହିଲେ ସେତେବେଳେ ସେ ଗୃହ ତ୍ୟାଗକରି ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ। ସେ କାଶୀଠାରେ ଅବସ୍ଥାନ କରିଥିଲେ। ଦିନେ ଦେଖିଲେ ଗଙ୍ଗା ନଦୀରେ ଏକ ଶବ ଭାସୁଛି। ସେ ହାତ ଉପରକୁ କରି ରକ୍ଷା କରିବା ପାଇଁ ଇସାରା ଦେଉଛି। ସେ ଆଶ୍ଚର୍ଯ୍ୟ ହୋଇଗଲେ ଶବ ପୁଣି ହାତ ଠାରୁଛି। ସେ ବିଳମ୍ବ ନ କରି ଗଙ୍ଗାନଦୀରେ ପ୍ରବେଶ କରି ଶବକୁ ଉଦ୍ଧାର କଲେ। ବାହାରକୁ ଆଣିଲେ। ଉପସ୍ଥିତ ଲୋକେ କହିଲେ, ଜଣେ କୁଷ୍ଠ ରୋଗୀର ଶବକୁ କାହିଁକି ଆଣୁଛ। ସେ ମରିଯାଉ, କାହିଁକି ବଞ୍ଚାଉଛନ୍ତି। ତା’ର ଜୀବନ ଅଛି, ସେ ମରିବ କାହିଁକି ? ମୁଁ ତା’ର ସେବା କରିବି। ଆଉ ଡାକ୍ତରଖାନାକୁ ନେଲି। କେତେ ଦିନର ଚିକିତ୍ସା ପରେ ଟିକେ ଭଲ ହୋଇଗଲେ ତା’ପରେ ଏକ କୁଷ୍ଠାଶ୍ରମରେ ନେଇକି ଛାଡ଼ିଦେଲି।
ଯେତେବେଳେ ମୁଁ ତାକୁ ଗଙ୍ଗାରୁ ଉଦ୍ଧାର କରୁଥିଲି ସେତେବେଳେ ସେ ଯେଉଁ କରୁଣାପୂର୍ଣ୍ଣ ନୟନରେ ମୋତେ ଚାହିଁ ରହିଥିଲା ମୋତେ ଲାଗିଲା ମୋର ପ୍ରଭୁଙ୍କ ଦର୍ଶନ ହୋଇଗଲା। ସତକୁ ସତ ପରବର୍ତ୍ତୀ ସମୟରେ ମୋତେ କିଏ ଚିକିତ୍ସା କରୁଥିଲା ? ମୁଁ କେମିତି ହଜାର ହଜାର ଶିଷ୍ୟାଶିଷ୍ୟମାନଙ୍କର ଗୁରୁ ହେଲି ପରମେଶ୍ବର ହିଁ ଜାଣିଛନ୍ତି। ମୋତେ କେବଳ ଏତିକି ଅନୁଭବ ଆସୁଛି ନିରୀହତା ମଧ୍ୟରେ ପ୍ରଭୁଙ୍କର କରୁଣା ଲୁଚି ରହିଛି। ଯେଉଁମାନେ ନିରୀହ, ସରଳ, ଅସହାୟ, ରୋଗଗ୍ରସ୍ତ ସେହିମାନଙ୍କର ସେବା, ଶୁଶ୍ରୂଷା କରିବା ଦ୍ବାରା ସେମାନଙ୍କଠାରୁ ପ୍ରାପ୍ତ ଆଶୀର୍ବାଦ ମାଧ୍ୟମରେ ଈଶ୍ୱରୀୟ ଅନୁଭବ ମିଳିଥାଏ। ସାଧାରଣ ଲୋକଙ୍କ ସେବା ସହ ଏପରି ଦୁଃସ୍ଥ ଲୋକଙ୍କ ସେବାରେ ନିୟୋଜିତ କରିପାରିଲେ ତମ ଭିତରେ ପରମ ସତ୍ତାର ଉପଲବ୍ଧି ଆସିବ।
ସମସ୍ତେ ଜାଣିଛେ ଜଣେ କୁଷ୍ଠ ରୋଗୀର ସ୍ଥାନ ହେଉଛି ଗାଁ କିମ୍ବା ସହର ବାହାରର ଏକ ପରିତ୍ୟକ୍ତ ସ୍ଥାନରେ। ତାଙ୍କ ସହ କୌଣସି ସାଧାରଣ ମଣିଷ ସମ୍ପର୍କ ରଖିବା ପାଇଁ ଚାହେଁ ନାହିଁ। ସମସ୍ତଙ୍କ ଚିନ୍ତା ସେ ବଞ୍ଚି କିଛି ଲାଭ ନାହିଁ। ସମାଜରେ ଏପରି ଅନେକ ଜିଅନ୍ତା ଶବ ଅଛନ୍ତି ସେମାନେ ପ୍ରକୃତରେ ମରିବା ପାଇଁ ଚାହାନ୍ତି ନାହିଁ। ସେମାନେ ମଧ୍ୟ ବଞ୍ଚିବା ପାଇଁ ଚାହାନ୍ତି। ସେମାନଙ୍କର ଆବଶ୍ୟକ ହୋଇଥାଏ ବିଭିନ୍ନ ପ୍ରକାର ଔଷଧପତ୍ର, ଆସବାବପତ୍ର, ଉତ୍ତମ ଖାଦ୍ୟପେୟ। ସମୟ ଥିଲା ସେମାନେ ମଧ୍ୟ ସମାଜରେ ରହୁଥିଲେ। ସମସ୍ତଙ୍କ ଭିତରେ ସେମାନଙ୍କ ଆଦର ସମ୍ମାନ ଥିଲା। ସେମାନେ ମଧ୍ୟ ଘରର ମୁରବି ଥିଲେ। କିନ୍ତୁ କୁଷ୍ଠ ରୋଗ ହେଲାପରେ ସମସ୍ତେ ତାଙ୍କୁ ପର କରିଦେଲେ।
କୁଷ୍ଠରୋଗୀ ବଞ୍ଚିବାର ଏକମାତ୍ର ଉପାୟ ଭିକ୍ଷାବୃତ୍ତି ବା ସରକାରୀ ସାହାଯ୍ୟ। ଏପରି ଅବସ୍ଥାରେ ମଧ୍ୟ ଭିକ୍ଷାବୃତ୍ତି କରି ଦୈନନ୍ଦିନ ଜୀବନକୁ ଅତିବାହିତ କରିଥାଏ। ନିଜ କାମ ନିଜେ କରିଥାଏ। କୁଷ୍ଠରୋଗୀ ଅସ୍ପୃଶ୍ୟ ନୁହନ୍ତି। କିନ୍ତୁ ସଭ୍ୟ ସମାଜରେ ସେମାନେ ଘୃଣ୍ୟ ହୋଇ ରହିଛନ୍ତି। ସଭ୍ୟ ସମାଜରେ ତାଙ୍କ ପ୍ରତି ମନୋଭାବ ବର୍ତ୍ତମାନ ମଧ୍ୟ ପରିବର୍ତ୍ତନ ହୋଇନାହିଁ। ଦିନେ ଯିଏ ପରିବାରର ସର୍ବସ୍ବ ଥିଲା ସେ ଆଜି ଅନାଦର, ଅଲୋଡ଼ା ଓ ପରିତ୍ୟକ୍ତ। ସେମାନଙ୍କ ପାଖରେ ଥିବା ଜୀବନର ଅଭିଜ୍ଞତା, ପ୍ରଜ୍ଞାକୁ ଜାଣିବାକୁ କେହି ଛାହିଁ ନ ଥାନ୍ତି। ସମାଜରେ ଏମିତି ଅନେକ ବ୍ୟକ୍ତିଥିଲେ ଯେଉଁମାନେ କୁଷ୍ଠାଶ୍ରମରେ, କୁଷ୍ଠରୋଗୀଙ୍କ ବସ୍ତିକୁ ଯାଇ ସେବା କରୁଥିଲେ। ସେମାନଙ୍କ ମଧ୍ୟରେ ଗାନ୍ଧିଜୀ, ମଦର ଟେରେସା ଅନ୍ୟତମ ଥିଲେ। ଏବେ ମଧ୍ୟ ଅନେକ ମହାନ୍‌ ବ୍ୟକ୍ତି ଓ ସେବା ସଂଗଠନ ରହିଛନ୍ତି, ଯେଉଁମାନେ କୁଷ୍ଠରୋଗୀଙ୍କର ସେବାରେ ନିୟୋଜିତ ଅଛନ୍ତି। କୌଣସି କୁଷ୍ଠ ରୋଗୀ ମୃତ୍ୟୁବରଣ କଲେ ଦେଖାଯାଏ ତାଙ୍କ ପରିବାରର କେହି ମଧ୍ୟ ଶବ ସତ୍କାର କରିବାକୁ ଆସି ନ ଥାନ୍ତି, ସେତେବେଳେ ଏମିତି ବ୍ୟକ୍ତି ଓ ସଂଗଠନ ଶବ ସତ୍କାର କରି ସଭ୍ୟ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥାନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ତଥ୍ୟ ପ୍ରଦାନ କରିଥିବା ‘ହୁ’ର ଆକଳନ ହେଉଛି ଭାରତରେ ପ୍ରତି ୧୦,୦୦୦ ଜନସଂଖ୍ୟାରେ ଜଣକ ମଧ୍ୟରେ କୁଷ୍ଠରୋଗୀ ଦେଖାଯାଉଛନ୍ତି। ଭାରତରେ କୁଷ୍ଠରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏକ ଆକଳନ ଅନୁସାରେ ୨୦୧୪-୧୫ରେ କୁଷ୍ଠରୋଗୀଙ୍କ ସଂଖ୍ୟା ୧୨୫,୭୮୫ ଥିଲା, ଯାହା ୨୦୨୧-୨୨ରେ ୭୫,୩୯୪କୁ ହ୍ରାସ ଘଟିଛି। ଗତ ଜାନୁଆରୀ ମାସରେ ଭାରତରେ ଏନ୍‌ଏସ୍‌ପି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଲା ୨୦୨୭ରେ ଶୂନ୍ୟ କୁଷ୍ଠରୋଗୀ ସୃଷ୍ଟି କରିବା। ସେଥିପାଇଁ କାମ ଆରମ୍ଭ ହୋଇଯାଇଛି। ବିଶେଷକରି ପ୍ରାରମ୍ଭରୁ କୁଷ୍ଠରୋଗୀ ଚିହ୍ନଟକୁ ଗୁରୁତ୍ୱ ଦିଆଯାଇଛି।
ଏନ୍‌ଏଲ୍‌ଇପିର ୨୦୨୨-୨୩ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୧୦,୦୦୦ରେ ଛତିଶଗଡ଼ରେ ୨.୩%, ଝାଡଖଣ୍ଡରେ ୧.୪%, ମହାରାଷ୍ଟ୍ରରେ ୧.୨%, ଓଡ଼ିଶାରେ ୧.୨%, ଚଣ୍ଡିଗଡରେ ୧.୪%, ଦାଦ୍ରାନଗର ହାବେଳିରେ ୧.୦% ଥିବାବେଳେ ତ୍ରିପୁରା ଓ ଲାକ୍ଷାଦ୍ୱୀପରେ କୁଷ୍ଠରୋଗୀ ସଂଖ୍ୟା ଶୂନ୍ୟ ରହିଛି। ଅନ୍ୟସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧%ରୁ ଅତିକମ୍‌ କୁଷ୍ଠରୋଗୀଙ୍କ ସଂଖ୍ୟା ରହିଛି। ଯଦି ସମସ୍ତେ ମିଳିମିଶି ଏବେଠାରୁ କୁଷ୍ଠରୋଗୀ ଚିହ୍ନଟ, ଚିକିତ୍ସା, ସରକାରୀ ସହାୟତା, ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର କରିବା ଦ୍ବାରା କୁଷ୍ଠରୋଗୀ ଉପକୃତ ହେବେ ଓ ୨୦୨୭ ବେଳକୁ କୁଷ୍ଠରୋଗୀ ଶୂନ୍ୟ ଭାବରେ ଭାରତବର୍ଷ ପରିଣତ ହୋଇପାରିବ।
ଏହି ସଫଳତା ପାଇବା ପାଇଁ ହେଲେ ପ୍ରଥମେ କୁଷ୍ଠରୋଗୀ ପ୍ରତି ଥିବା ମନୋଭାବ ପରିବର୍ତ୍ତନ କରିବାର ଅଛି। କୁଷ୍ଠରୋଗୀ ଅସ୍ପୃଶ୍ୟ ନୁହେଁ। ଏହା ଆଧୁନିକ ଯୁଗର ମଣିଷ ଜାଣିବା ଉଚିତ। ଏବେ ପର୍ଯ୍ୟନ୍ତ ମଧ୍ୟ ବିଜ୍ଞାନ ଯୁଗରେ କୁଷ୍ଠରୋଗୀ ପ୍ରତି ଥିବା ଅନ୍ଧବିଶ୍ୱାସର ଅନ୍ତ ହୋଇନାହିଁ।
କୁଷ୍ଠରୋଗୀମାନଙ୍କ ପାଇଁ ଅଧିକରୁ ଅଧିକ କୁଷ୍ଠାଶ୍ରମ ପ୍ରତିଷ୍ଠା କରିବା, କୁଷ୍ଠରୋଗୀ ଚିହ୍ନଟ କରି ଥଇଥାନ ବ୍ୟବସ୍ଥା କରିବା। ସେମାନଙ୍କ ପ୍ରତି ସହାନୁଭୂତି ସେମାନଙ୍କର ମନୋବଳକୁ ଦୃଢ଼ କରିବା ସହିତ କୁଷ୍ଠରୋଗୀ ଯେମିତି ଅନୁଭବ କରିବ ନାହିଁ ମୁଁ ଏକ ଜିଅନ୍ତା ଶବ, କାରଣ କୁଷ୍ଠରୋଗୀ ମଧ୍ୟ ଜଣେ ମଣିଷ।

  • ମୋହନ ଚରଣ ବିଷି
    ଗଡ଼ରାମାଲ, କୋକସରା
    କଳାହାଣ୍ଡି, ମୋ:୯୭୭୭୪୬୮୮୪୧

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?