Posted inଜାତୀୟ

ଆଜିକାଲି ମୋତେ ସାହାଯ୍ୟ କରିବାକୁ ଡର ଲାଗୁଛି: କାହିଁକି ଏମିତି କହିଲେ ଏମ୍‌ପି

ଲକ୍ଷ୍ନୌ,୮।୯: ଉତ୍ତର ପ୍ରଦେଶର ଘୋସି ଲୋକ ସଭା ଆସନର ଏମ୍‌ପି ତଥା ଏସପିର ରାଷ୍ଟ୍ରୀୟ ସମ୍ପାଦକ ରାଜୀବ ରାୟ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ତାଙ୍କ ଜନ୍ମଦିନରେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଫୋନ ଆସିବା ଏବଂ ଅନ୍ୟପଟେ, ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲକୁ ନେଇ ଆଲୋଚନା ଜୋର ଧରିଛି। ଏହି ପୋଷ୍ଟରେ ସେ କହୁଛନ୍ତି, ଏବେ ସେ ସାହାଯ୍ୟ କରିବାକୁ ଭୟ କରୁଛନ୍ତି। ଏବେ ପ୍ରଶ୍ନ ଉଠୁଛି, ରାଜୀବ ସାହାଯ୍ୟ କରିବାକୁ କାହିଁକି ସଂକୋଚ କରୁଛନ୍ତି।

ଏସପି ଏମ୍‌ପି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଏହା ସହିତ, ସେ ୪ଟି ସ୍କ୍ରିନସଟ ମଧ୍ୟ ଶେୟାର କରିଛନ୍ତି। ଏଥିରେ ସମ୍ପୂର୍ଣ୍ଣ ଠକେଇର ଉଲ୍ଲେଖ ଅଛି। ଏଥିରେ ସେ କହିଛନ୍ତି, ଆଜିକାଲି ଲୋକଙ୍କୁ ସାହାଯ୍ୟ କରିବାକୁ ଭୟ ଲାଗୁଛି।

ଏମ୍‌ପି ଲେଖିଛନ୍ତି, କେହି ଜଣେ ମୋତେ ଫୋନ କରି ମେସେଜ କରୁଛନ୍ତି ଯେ, ମୁଁ ଆପଣଙ୍କ ଅଞ୍ଚଳର। ମୋ ଝିଅ ମୁମ୍ବାଇରେ କ୍ୟାନସର ରୋଗରେ ମୃତ୍ୟୁବରଣ କରିଛି। ସମସ୍ତ ଟଙ୍କା ସରିଯାଇଛି, ଦୟାକରି ମୋତେ ସାହାଯ୍ୟ କରନ୍ତୁ ଯାହା ଦ୍ୱାରା ମୁଁ ମୃତଦେହ ଘୋସି ପାଖକୁ ଆଣିପାରିବି।

ସେ ଆହୁରି ଲେଖିଛନ୍ତି,ଏହା ଶୁଣି ମୁଁ ଭାବପ୍ରବଣ ହୋଇ ଆମର ସ୍ଥାନୀୟ ନେତା ଆବୁ ଆଜମି ସାହେବଙ୍କୁ ଫୋନ କଲି ଏବଂ ତାଙ୍କୁ ତାଙ୍କର ନମ୍ବର ଦେଲି ଏବଂ ତାଙ୍କ ସହିତ କଥା ହୋଇ ସାହାଯ୍ୟ କରିବାକୁ ଅନୁରୋଧ କଲି। କଥା ହେବା ପରେ ଆବୁ ଆଜମି ସାହେବ ମୋତେ ଫୋନ କଲେ ଏବଂ କହିଲେ ଯେ ସେ କେବଳ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହୁଛନ୍ତି।

ସେ ଆହୁରି ଲେଖିଛନ୍ତି, ତା’ପରେ ମୁଁ ତାଙ୍କୁ ଅପେକ୍ଷା କରିବାକୁ କହିଲି ଏବଂ ତାଙ୍କଠାରୁ ବିବରଣୀ ମାଗିଲି। ତା’ପରେ ସେ ଅନିଚ୍ଛା ପ୍ରକାଶ କରି ମୋ ବିରୋଧରେ ଅଭିଯୋଗ ଆଣିବା ଆରମ୍ଭ କଲେ। ସନ୍ଦେହ ହେବାରୁ, ମୁଁ ଜଣେ ପୋଲିସ ଅଧିକାରୀ ବନ୍ଧୁଙ୍କ ସାହାଯ୍ୟରେ ବିବରଣୀ ଜାଣିଲି। ଜଣାପଡିଲା ଯେ, ସେ ଆସାମରୁ ଠକେଇ କରୁଛନ୍ତି। ଏବେ ଗିରଫ ଧମକ ପରେ ସେ କ୍ଷମା ମାଗୁଛନ୍ତି। ଆଜିକାଲି ସାହାର୍ଯ୍ୟ କରିବାକୁ ଭୟ ଲାଗୁଛି। ତେଣୁ ପୁଣିଥରେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ବ୍ୟକ୍ତିଗତ ସମ୍ପର୍କ ବିନା ସାହାଯ୍ୟ ମାଗୁଥିବା ବ୍ୟକ୍ତି ପାଇଁ ମୋତେ ଟ୍ୟାଗ କରନ୍ତୁ ନାହିଁ।

ସମାଜବାଦୀ ପାର୍ଟି ସାଂସଦ ରାଜୀବ ରାୟଙ୍କୁ ଅଖିଳେଶ ଯାଦବଙ୍କ ଅତି ନିକଟତମ ଲୋକଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ୨୦୧୨ରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ, ରାଜୀବଙ୍କୁ ଘୋସିରୁ ସେମାନଙ୍କର ପ୍ରାର୍ଥୀ କରାଯାଇଥିଲା। ମୋଦି ଲହରରେ ରାଜୀବଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। କିନ୍ତୁ ୨୦୨୪ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ରାଜୀବ ଅରବିନ୍ଦ ରାଜଭରଙ୍କୁ ୧ ଲକ୍ଷ ୬୨ ହଜାର ୯୪୩ ଭୋଟରେ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri