ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା, ମୋହନା, କାଶୀନଗର, ଗୋଷାଣୀ ବ୍ଲକରେ ଚାଷୀ ରବର ଚାଷ କରୁଥିବା ବେଳେ ସେମାନଙ୍କ ରବରର ଚାହିଦା ବେଶ୍‌ ରହିଛି। ଏହି ରବରକୁ ନେବା ପାଇଁ କଲିକତାର ର୍ବିଲା ଟାୟର, କଳାହାଣ୍ଡିର ବଂଶଲ ଟାୟାର, ନ୍ୟାଶନାଲ ଟାୟର, ହାଇଦ୍ରାବାଦର ହିନ୍ଦୁସ୍ଥାନ ଟାୟାର ଭଳ କମ୍ପାନୀ ଜିଲାର ଚାଷୀଙ୍କଠାରୁ ରବର କ୍ରୟ କରି ନେଇଥାନ୍ତି। ଜିଲାରେ ରବର ବୋର୍ଡ ସହଯୋଗରେ ୧୯୯୯ରେ ଗୁମ୍ମା ବ୍ଲକର ମୁନୁସିଂ ସୁକେଇ, କିନ୍ତେ ସିଂ, ଆବୁ ସିଂ, ବାରୁ ସିଂ ପ୍ରମୁଖ ଚାଷୀ ତରଭା, ମୁଞ୍ଜୁଲି, ଖୋଲାବାଡ଼, ସାନ ଓ ବଡ ତବରା, ବୁରୁଡିଂ ଆଞ୍ଚଳରେ ରବର ଚାଷ ଆରମ୍ଭ କରିଥିଲେ। ଜିଲାରେ ଏବେ ୨ହଜାରରୁ ଅଧିକ ହେକ୍ଟର ଜମିରେ ରବର ଚାଷ ହେଉଛି। ଚାଷୀ ହେକ୍ଟର ପିଛା ୨ଲକ୍ଷ ଟଙ୍କା ଲାଭ ପାଉଛନ୍ତି। ଜିଲା ରବର ବୋର୍ଡ ଏ ଦିଗରେ ଚାଷୀଙ୍କୁ ବୈଷୟିକ ସହାୟତା ଯୋଗାଇ ଦେଉଛି। ରବର ଚାଷରେ ରବର ଗଛ ଲଗାଇବାର ୭ବର୍ଷ ପରେ ତାର ଗଛରୁ ସୂର୍ଯ୍ୟ ଉଦୟ ପୂର୍ବରୁ ରବର ଲ୍ୟୁକଇଡ଼ ବାହାର କରାଯାଏ। ପରେ ଏହାକୁ ଏକ ଓସାରିଆ ପାତ୍ରରେ ରଖାଯାଇଥାଏ। ମେଶିନ ମାଧ୍ୟମରେ ପେସା ଯାଇ ରବର ଶିଟ୍‌ ବାହାର କରାଯାଏ। ଏହି ଶିଟକୁ ନେଇ ଧୂଆଁ ଘରେ ଶୁଖାଇ ପରେ ବାହାରେ ଶୁଖାଯାଇଥାଏ। ପରେ ଏହାକୁ ସଂଗ୍ରହ କରି ବିଭିନ୍ନ କମ୍ପାନୀକୁ ବିକ୍ରି କରାଯାଇଥାଏ। ଅନ୍ୟପକ୍ଷରେ ଗୋଟିଏ ଗଛକୁ ୭ ବର୍ଷ ଯତ୍ନ ନେଲେ ସେଥିରୁ ୩୫ ରୁ ୪୦ ବର୍ଷ ପର୍ଯ୍ୟନ୍ତ ରବର ଆଦାୟ ହୋଇଥାଏ। ଗଛଟି ଶୁଖିଯିବା ପରେ ଏହାକୁ ବିଭିନ୍ନ ଫର୍ଣ୍ଣିଚର କରିବାରେ ବ୍ୟବହାର କରାଯାଇଥାଏ। ଏ ସମ୍ପର୍କରେ କ୍ଷେତ୍ରୀୟ ଅଧିକାରୀ ସନାତନ ସେଠୀଙ୍କୁ ପଚାରିବାରୁ ସେ କହିଲେ, ରବର ଚାଷ ପାଇଁ ଗଜପତି ଜିଲାର ଅନ୍ୟ ଅଞ୍ଚଳର ଚାଷୀମାନେ ମଧ୍ୟ ରବର ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଆଗାମୀ ଦିନରେ ଗୁମ୍ମା, ରାୟଗଡ ଓ କାଶୀନଗର ବ୍ଲକରେ ଶହେ ଏକରରୁ ଊର୍ଦ୍ଧ୍ୱ ଜମିରେ ରବର ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ରବର ଚାଷ କରିବା ଦ୍ୱାରା ଜଳବାୟୁରେ ପରିବର୍ତ୍ତନ ହେବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିଥାଏ ବୋଲି ସେଠୀ କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri