ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି ସଙ୍କଟ। ଭାରତ ମଧ୍ୟ ଏହି ସମସ୍ୟାରୁ ବାହାରି ପାରି ନାହିଁ। ଯୋଗାଣ ବାଟ ବନ୍ଦ ଯୋଗୁ ମଧ୍ୟପ୍ରାଚ୍ୟରୁ ଆସିପାରୁ ନାହିଁ ଗ୍ୟାସ୍‌। ଏଭଳି ସ୍ଥିତିରେ ଦେଶରେ ଦେଖାଦେଇଛି ଭୟଙ୍କର ଏଲ୍‌ପିଜି ସଙ୍କଟ। ସାଧାରଣ ଖାଉଟି ବେହାଲ। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁରରେ ମଧ୍ୟ ପଡ଼ିଛି। ୨୫ ଦିନ ତଳୁ ବୁକିଂ କରିଥିବା ଉପଭୋକ୍ତା ଏ ଯାଏ ସିଲିଣ୍ଡର ପଇପାରିନାହାନ୍ତି। ଯାହା ଫଳରେ ସାଧାରଣ ଲୋକେ ଏଲ୍‌ପିଜି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଗ୍ୟାସ୍‌ ପାଇବାର ୨୫ ଦିନ ପରେ ପୁଣି ଆଉ ଏକ ନୂଆ ଗ୍ୟାସ୍‌ ବୁକିଂ କରିବାକୁ ପଡୁଛି। ଘରୋଇ ସିଲିଣ୍ଡର ଯୋଗାଣରେ ଯେଭଳି କୌଣସି ବାଧା ନ ଆସିବ ସେଥିପାଇଁ ସରକାର ତାଗିଦ କରିଛନ୍ତି। ଏହା ସତ୍ତ୍ୱେ ବି ସ୍ଥିତିରେ ସୁଧାର ଆସି ନ ଥିବା ଦେଖାଯାଉଛି। ଆଜି ଛତ୍ରପୁର ସ୍ଥିତ ଶକ୍ତି ଏଣ୍ଟର ପ୍ରାଇଜର୍ସ ତଥା ଏଚ୍‌ପି ଗ୍ୟାସ ସମ୍ମୁଖରେ କଓ୍ବୋଇସି ସହିତ ବୁକିଂ କରିବା ପାଇଁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ଇକେଓ୍ବାଇସି  ନ କଲେ ଗ୍ୟାସ ବୁକିଂ ହେଉନାହିଁ । ବାତିଲ ହୋଇଯାଉଛି। ଏଣୁ ଇକେଓ୍ବାଇସି  କରିବା ପାଇଁ ଏଚ୍‌ପି ଅଫିସ ଆଗରେ ଗ୍ରାହକମାନେ ଭିଡ଼ ଜମାଇଛନ୍ତି। ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇ ରହିଛନ୍ତି ଗ୍ରାହକମାନେ।

ସୂଚନା ମୁତାବକ ଛତ୍ରପୁର ଏଜେନ୍ସି ନିକଟରେ ୫୮୪ ହାଣ୍ଡି ଷ୍ଟକ୍‌ ରହିଥିବା ବେଳେ ଏବେ ସୁଦ୍ଧା ୩୬୧୫ ଜଣ ଗ୍ୟାସ ବୁକିଂ କରିଛନ୍ତି ସେସବୁ ପେଣ୍ଡିଂ ହୋଇରହିଛି। ସେହିପରି କମର୍ସିଆଲ ଗ୍ୟାସ୍‌ ଆସୁ ନ ଥିବାରୁ ଏହାର ସିଧାସଳଖ ପ୍ରଭାବ ହୋଟେଲ ବ୍ୟବସାୟୀମାନଙ୍କ ଉପରେ ପଡୁଥିବାରୁ ସହରରେ ବହୁ ହୋଟେଲ ବନ୍ଦ ରହିଛି। ଅନ୍ୟପଟେ କିଛି ହୋଟେଲ ମାଲିକ କାଠ ଚୁଲା ମାଧ୍ୟମରେ ରୋଷେଇ କରିବା ଆରମ୍ଭ କରିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri