ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ୩ଟି ପର୍ଯ୍ୟାୟରେ ସର୍ଭେ କରିବା ସହ ଶେଷ ପର୍ଯ୍ୟାୟରେ ଜିଓ-ଟ୍ୟାଗିଂ କରାଯାଇଥିଲା । ଚୂଡ଼ାନ୍ତ ତାଲିକା ପରେ ବହୁ ଗରିବ ଓ ଆବାସହୀନ ପରିବାର ଏଥିରୁ ବାଦ୍‌ ପଡ଼ିଛନ୍ତି। ବହୁ ଧନୀ ବ୍ୟକ୍ତିଙ୍କ ନାମ ତାଲିକାରେ ସ୍ଥାନ ପାଇଥିବା ସେମାନେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଚୂଡ଼ାନ୍ତ ତାଲିକାରେ ଥିବା କେତେକ ବ୍ୟକ୍ତିଙ୍କ ପାଖରେ ପକ୍କା ଘର, ଦୁଇଚକିଆ ଯାନ ଓ ଟିଭି,୧୦ଏକରରୁ ଅଧିକ ଜମି ବାଡ଼ି ଭଳି ସୁବିଧା ଥିବା ସତ୍ତ୍ବେ ସେମାନଙ୍କ ନାମ ତାଲିକାରେ ରହିଛି। କିନ୍ତୁ ପ୍ରକୃତରେ ଜମି ହୀନ, ବାସ ହୀନ ଓ ଅତ୍ୟନ୍ତ ଗରିବ ପରିବାରର ହିତାଧିକାରୀଙ୍କ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଏପରିକି ଟଙ୍କା ଦେଇଥିବା ଲୋକଙ୍କ ନାମ ତାଲିକାରେ
ରହିଥିବା ଏବଂ ଟଙ୍କା ଦେଇନଥିବା ଲୋକଙ୍କ ନାମ ବାଦ୍‌ ପଡ଼ିଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ହୋଇଛି। ବ୍ଲକର ୨୬ଟି ପଞ୍ଚାୟତରେ ୩ଟି ପର୍ଯ୍ୟାୟରେ ମୋଟ ୧୩,୯୩୮ ଜଣଙ୍କ ସର୍ଭେ କରାଯାଇଥିଲା। କିନ୍ତୁ ଚୁଡାନ୍ତ ତାଲିକା ଏଥି ମଧ୍ୟରୁ୧୦ହଜାର୮୮୧ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ପଞ୍ଚାୟତ ଭିତ୍ତିକ ତଥ୍ୟ ଅନୁଯାୟୀ,ବ୍ଳକର ଦେଓଗାଁ ପଞ୍ଚାୟତରେ ସର୍ବାଧିକ ୬୩୯ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଛି। କିନ୍ତୁ ବାଲ୍ସି, କାଣ୍ଡେଲ, ପରଲସିଙ୍ଗା, ବେଲଖଣ୍ଡି, ଫଟକାମାଲ, ଉତକେଲା, କିକିଆ,ତୁର୍ଳାଖମାନ,ତୁଣ୍ଡଳା, ସିରଜାପାଲି,ବେଲଖଣ୍ଡି, ନୁନ ମାଠ, କାଣ୍ଡେଲ, କନ୍ତେଶିର, ପରଲସିଙ୍ଗା, ଲଇତରା,ବୋରିଆ,କିକିଆ, ଫାଟକା ମାଲ,ନାସିଗା, ଓ ଗୋକୁଳେଶ୍ବର ଆଦିଗ୍ରାମ ପଞ୍ଚାୟତରେ ମଧ୍ୟ ବହୁ ପ୍ରକୃତ ହିତାଧିକାରୀଙ୍କ ନାମ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନଥିବା ଅଭିଯୋଗ ହୋଇଛି। ଗୋକୁଳେଶର ପଞ୍ଚାୟତ କାଦୋପଡ଼ାର ୧୩ଟି ପରିବାରରେ ଝାଟିମାଟି ଘରେ ଦୀର୍ଘ ଦିନ ଧରି ଅସୁବିଧାରେ ଜୀବନଯାପନ କରି ଆସୁଛନ୍ତି। ଘରଦ୍ୱାର ନଥିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ସେମାନଙ୍କ ନାମ ନଥିବାରୁ ଜିଲାପାଳ ଅଭିଯୋଗ ଶୁଣାଣିରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ । ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ଅନେକ ଗୁମର ଫିଟିବ ବୋଲି ହିତାଧିକାରୀମାନେ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ପ୍ରତି ଗ୍ରାମ ପଞ୍ଚାୟତରେ ଅଭିଯୋଗ ବକ୍ସ ରହିଛି ,ସେଠାରେ ହିତାଧିକାରୀମାନେ ଅଭିଯୋଗ କରିବେ ଏବଂ ପରେ ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ଉନ୍ନତି, ଶୃଙ୍ଖଳା ଉପରେ ଗୁରୁତ୍ୱ

କର୍ଲାମୁଣ୍ଡା,୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମାର୍କଣ୍ଡ ପାଢ଼ୀଙ୍କ…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri