ରିୟଲ୍‌ ବାପା-ପୁଅଙ୍କ ସହ ରୋମାନ୍ସ କରିଛନ୍ତି ଏହିସବୁ ଅଭିନେତ୍ରୀ

ବଲିଉଡ୍‌ରେ ଅନେକ ଅନ୍‌ସ୍କ୍ରିନ୍‌ ଯୋଡିକୁ ଆମେ ଦେଖିଛୁ। ହେଲେ ଏମିତି ଅନେକ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ପରଦା ଉପରେ ରିୟଲ୍‌ ବାପା-ପୁଅଙ୍କ ସହ ରୋମାନ୍ସ କରିିଛନ୍ତି। ଜାଣିବା ସେମାନଙ୍କ ବିଷୟରେ…


ମାଧୁରୀ ଦିକ୍ଷୀତ: ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ କୁହାଯାଉଥିବା ମାଧୁରୀ ନିଜର ସୌନ୍ଦର୍ଯ୍ୟ ଏବଂ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ପାଗଳ କରିପାରିଛନ୍ତି। ସେ ଫିଲ୍ମ ‘ଦିଓ୍ବାନା’ ରେ ବିନୋଦ ଖନ୍ନାଙ୍କ ସହ ରୋମାନ୍ସ କରିଥିଲେ। ପରେ ମାଧୁରୀଙ୍କୁ ବିନୋଦଙ୍କ ପୁଅ ଅକ୍ଷୟ ଖନ୍ନାଙ୍କ ସହ ‘ମହବତ୍‌’ ଫିଲ୍ମରେ ଏକତ୍ର ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା।


ଡିମ୍ପଲ କପାଡିୟା: ଅଭିନେତ୍ରୀ ଡିମ୍ପଲ କପାଡିଆ ବିନୋଦ ଖନ୍ନା ଏବଂ ତାଙ୍କ ପୁଅ ଅକ୍ଷୟ ଖନ୍ନାଙ୍କ ସହ ଫିଲ୍ମରେ ରୋମାନ୍ସ କରିଛନ୍ତି। ଡିମ୍ପଲ ବିନୋଦଙ୍କ ସହ ଫିଲ୍ମ ‘ଖୁନ୍‌ କା କର୍ଜ’, ‘ବଟଓ୍ବାର’ ଆଦିରେ ଅଭିନୟ କରିଥିବା ବେଳେ ପୁଅ ଅକ୍ଷୟଙ୍କ ଫିଲ୍ମ ‘ଦିଲ୍‌ ଚାହତା ହୈ’ରେ ଅଭିନୟ କରିଛନ୍ତି। ସେହିପରି ୧୯୮୪ରେ ଫିଲ୍ମ ‘ମଞ୍ଜିଲ ମଞ୍ଜିଲ’ରେ ସେ ସନି ଦେଓଲଙ୍କ ସହ ଅଭିନୟ କରିଥିବା ବେଳେ ୧୯୯୧ରେ ଫିଲ୍ମ ‘ମସ୍ତ କଲନ୍ଦର’ରେ ବାପା ଧର୍ମେନ୍ଦ୍ରଙ୍କ ସହ ଅଭିନୟ କରିଥିଲେ।


ହେମା ମାଳିନି: ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନିଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ। ହେମା ଫିଲ୍ମ ‘ସପ୍ନୋ କେ ସୌଦାଗର’ରେ ରାଜ କପୁରଙ୍କ ସଂହ ରୋମାନ୍ସ କରିଥିଲେ। ସେହିପରି ସେ ତାଙ୍କ ପୁଅ ଋଷି କପୁରଙ୍କ ସହ ମଧ୍ୟ ଅନେକ ଫିଲ୍ମ କାମ କରିଛନ୍ତି।


ଜୟା ପ୍ରଦା: ଅଭିନେତ୍ରୀ ଜୟା ପ୍ରଦା ବଲିଉଡ୍‌କୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଜୟା ଫିଲ୍ମ ଧର୍ମେନ୍ଦ୍ରଙ୍କ ସହ ‘ଗଙ୍ଗା ତେରେ ଦେଶ ମେଁ’, ଶେହଯାଦେ’ ଆଦି ଫିଲ୍ମରେ ରୋମାନ୍ସ କରିଥିଲେ। ସେହିପରି ସେ ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲଙ୍କ ସହ ‘ଭିରତା’ ଏବଂ ’ଜବରଦସ୍ତ’ ରେ କାମ କରିଛନ୍ତି।


ରାଣୀ ମୁଖାର୍ଜୀ: ୨୦୦୧ରେ ରାଣୀ ଅଭିଷେକ ବଚ୍ଚନଙ୍କ ସହ ଫିଲ୍ମ ‘ବସ୍‌ ଇତ୍‌ନା ସା ଖ୍ବାବ ହୈ, ଯୁବା, ବଣ୍ଟି ଔର ବବ୍‌ଲି ଏବଂ କଭି ଅଲ୍‌ବିଦା ନା କେହନା ରେ କାମ କରିଥିଲେ। ଉଭୟଙ୍କ କେମେଷ୍ଟ୍ରିକୁ ଖୁବ୍‌ ପସନ୍ଦ ମଧ୍ୟ କରାଯାଇଥିଲା। ସେହିପରି ରାଣୀଙ୍କୁ ଅଭିଷେକଙ୍କ ବାପା ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ବ୍ଲାକରେ ମଧ୍ୟ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି କୋଟି ବଜେଟ୍‌ରେ ନିର୍ମିତ ହୋଇଛି ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର- ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ବହୁ ଦିନରୁ...

ପୁଣି ଫ୍ୟାଶନ୍‌ର ଜଲଓ୍ବା ଦେଖାଇଲେ ସଚିନଙ୍କ ଝିଅ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରା...

‘କ୍ରିସ୍‌-୪’ର ରିଲିଜ୍‌ କୁ ନେଇ ଜାଣନ୍ତୁ କ’ଣ କହିଲେ ଅଭିନେତା

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ୍‌ ହ୍ରିତିକ୍‌ ରୋଶନ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ହ୍ରିତିକ୍‌ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଫାଇଟର’କୁ ନେଇ...

ଇନ୍‌ଷ୍ଟାରେ ଗୋଟିଏ ଫୋଷ୍ଟ ପାଇଁ ଏତିକି ଟଙ୍କା ନିଅନ୍ତି ସାମନ୍ଥା

ସାଉଥ ସିନେମାର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମନ୍ଥା ରୁଥ ପ୍ରଭୁ ଅନ୍ୟତମ। ପରଦାରେ ଚମତ୍କାର ଅଭିନୟ ଜରିଆରେ ସେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତାଙ୍କ ପ୍ରଶଂସକଙ୍କ...

ଅଭିନେତା ପୁନୀତ୍‌ ରାଜକୁମାର ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ: କନ୍ନଡ ଅଭିନେତା ପୁନୀତ୍‌ ରାଜକୁମାର ଶୁକ୍ରବାର ହୃଦଘାତରେ ଶିକାର ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଥିବା...

ମାଆଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଥିଲା ଶେଷ ପୋଷ୍ଟ

ମୁମ୍ବାଇ: ବଲିଉଡ୍‌ର ଜଣେ ଆଗଧାଡିର କଳାକାର ସୁଶାନ୍ତ ସିଂ ରାଜପୁତ ରବିବାର ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିବା ଖବର ଆସିଛି। ଯାହା ବଲିଉଡ୍‌...

ଭଂସାଲିଙ୍କ ସହ କାମ କରିବାକୁ ଚାହାନ୍ତି ହରନାଜ

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ମୁକୁଟ ଆଣି ଦେଇଥିବା ହରନାଜ ସାନ୍ଧୁ ଏବେ ବଲିଉଡ୍‌ରେ କାମ କରିବାକୁ ମନ ବଳାଇଛନ୍ତି...

୧୧ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଡ୍ୟାସିଂ ହିରୋ

ବମ୍ବେ: ଦୀର୍ଘ ୧୧ ବର୍ଷ ପରେ ଫେରୁଛନ୍ତି ବଲିଉଡ୍‌ର ଡ୍ୟାସିଂ ହିରୋ ଫର୍‌ଦିିନ ଖାନ୍‌। ‘ଅଲ୍‌ ଦ ବେଷ୍ଟ, ଦୁଲ୍ହା ମିଲ୍‌ ଗୟା’, ‘ଲାଇଫ ପାର୍ଟନର’...

Advertisement
Archives

Model This Week