Posted inଖେଳ

ଏହି ୪ କ୍ରିକେଟର କ୍ୟାରିୟର ମଧ୍ୟରେ ଜିରୋରେ ହୋଇନାହାନ୍ତି ଆଉଟ୍‌

ନୂଆଦିଲ୍ଲୀ,୧୭ା୫: କ୍ରିକେଟରେ କିଛି ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ପଡ଼ିଆକୁ ଯାଉଯାଉ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇ ପାଭିଲିଅନ ଫେରିଛନ୍ତି। ମାତ୍ର ଆଉ କିଛି ବ୍ୟାଟ୍ସମ୍ୟାନ ଅଛନ୍ତି, ଯେଉଁମାନେ ତାଙ୍କ କ୍ୟାରିୟର ମଧ୍ୟରେ ଆଦୌ ଜିରୋରେ ଆଉଟ୍‌ ହୋଇନାହାନ୍ତି। ସେମାନଙ୍କ ମଧ୍ୟରୁ ୪ ଖେଳାଳିଙ୍କ ନାମ ରହିଛି।

ୟଶପାଲ ଶର୍ମା:

1983 World Cup Winner Yashpal Sharma Passes Away; Teammates Devastated

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ୟଶପାଲ ଶର୍ମା ଏହି ତାଲିକାରେ ଅଛନ୍ତି। ସେ ୪୨ଟି ଦିନିକିଆ ମ୍ୟାଚ୍‌ ଖେଳି ୮୮୩ ରନ୍‌ କରିଛନ୍ତି। ଏଥିସହିତ ୪ଟି ଅର୍ଦ୍ଧଶତକ କରିଛନ୍ତି। ସେ ଏହି ଦିନିକିଆ ମ୍ୟାଚ୍‌ରେ ସର୍ବୋଚ୍ଚ ୮୯ ରନ୍‌ କରିଛନ୍ତି। ଭାରତର ଏହି କ୍ରିକେଟର ଆଜି ପର୍ଯ୍ୟନ୍ତ ଦିନିକିଆ ମ୍ୟାଚ୍‌ରେ କେବେ ବି ଜିରୋରେ ଆଉଟ୍‌ ହୋଇନାହାନ୍ତି।

ଜ୍ୟାକ୍ସ ରୋଡ୍‌ଲଫ୍‌:

On this day in 2003: Jacques Rudolph begins his Test career with a double century
ସାଉଥ୍‌ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ଜ୍ୟାକ୍ସ ରୋଡ୍‌ଲଫ୍‌ ୪୫ଟି ଦିନିକିଆ ମ୍ୟାଚ୍‌ରେ ୧୧୭୪ ରନ୍‌ କରିଛନ୍ତି। ଯେଉଁଥିରେ ୭ଟି ଅର୍ଦ୍ଧଶତକ ରହିଛି। ଓ୍ବାନ୍‌ଡେ ମ୍ୟାଚ୍‌ରେ ସେ ସର୍ବାଧିକ ୮୨ ରନ୍‌ କରିଛନ୍ତି। ମାତ୍ର ସେ କେବେ ଜିରୋରେ ଆଉଟ୍‌ ହୋଇନାହାନ୍ତି।

ପିଟର କ୍ରିଷ୍ଟନ:

Here is what Peter Kirsten had to say about Kapil Dev mankading him

ସାଉଥ୍‌ ଆଫ୍ରିକାର ବ୍ୟାଟ୍ସମ୍ୟାନ ପିଟର କ୍ରିଷ୍ଟନ ୩ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିଛନ୍ତି। ମାତ୍ର ଏହି ଖେଳାଳି କେବେ ବି ଶୂନରେ ଆଉଟ୍‌ ହୋଇନାହାନ୍ତି। ପିଟର ୪୦ଟି ଓ୍ବାନ୍‌ ଡେ ମ୍ୟାଚ୍‌ ଖେଳି ୧୨୯୩ ରନ୍‌ ସଂଗ୍ରହ କରିଛନ୍ତି। ୯ଟି ଅର୍ଦ୍ଧଶତକ କରିଛନ୍ତି।

କେପ୍ଲର ବେସେଲ୍ସ:

Kepler's son relishing 'new lease of life'
ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ୍‌ ନିଜର ୧୦ ବର୍ଷ କ୍ୟାରିୟର ମଧ୍ୟରେ ୧୦୯ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଏବଂ ୨୬ଟି ଅର୍ଦ୍ଧଶତକ କରି ମୋଟ୍‌ ୩୩୬୭ ରନ୍‌ ସଂଗ୍ରହ କରିଛନ୍ତି। ଏହି ଦିନିକିଆ ମ୍ୟାଚ୍‌ରେ ସେ ସର୍ବାଧିକ ୧୦୭ ରନ୍‌ କରିଛନ୍ତି। ମାତ୍ର ତାଙ୍କ କ୍ୟାରିୟର ମଧ୍ୟରେ ସେ କେବେ ଜିରୋରେ ଆଉଟ୍‌ ହୋଇନାହାନ୍ତି। ୭ ଥର ନଟ୍‌ଆଉଟ୍‌ ବି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?