ମନେ ରଖନ୍ତୁ, ଅସୁବିଧା ସମୟରେ କାମରେ ଆସିବ ଚାଣକ୍ୟଙ୍କ ଏହି ୩ କଥା

ଜୀବନର କୌଣସି ନା କୌଣସି ସମୟରେ ହଠାତ୍‌ ଏପରି ଜଟିଳ ପରିସ୍ଥିତି ଉପୁଜେ, ଯେଉଁଥିରୁ ଜଣେ ବ୍ୟକ୍ତି ନିଜକୁ ମୁକାଳିବା ପାଇଁ ଅସମର୍ଥ ହୋଇଥାଏ। କିଛି ଲୋକ ଧୈର୍ଯ୍ୟର ସହିତ କଷ୍ଟଦାୟକ ସମୟର ସମ୍ମୁଖୀନ ହେଉଥିବା ବେଳେ କିଛି ଲୋକ ନର୍ଭସ ହୋଇଯାଆନ୍ତି। ଅଧିକାଂଶ ଲୋକଙ୍କ ବୁଦ୍ଧି ବିବେକ ଅସୁବିଧା ସମୟରେ କାମ କରେ ନାହିଁ। ଏହି କାରଣରୁ ଜଣେ ବ୍ୟକ୍ତି ନିଜ ଜୀବନ ଏବଂ ସମ୍ପତ୍ତି ନଷ୍ଟ କରି ଦେଇଥାନ୍ତି। ଏପରି ପରିସ୍ଥିତିରେ ଯଦି ଆପଣଙ୍କ ସାମ୍ନାରେ କୌଣସି ଅସୁବିଧା ଆସୁଛି, ତେବେ ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ୩ଟି କଥାକୁ ମନେ ରଖିବା ଉଚିତ। ଚାଣକ୍ୟଙ୍କ ଏହି କଥାଗୁଡ଼ିକ କଠିନ ସମୟରେ ଅତ୍ୟନ୍ତ ଉପଯୋଗୀ। ବିପଦ ସମୟରେ ଜଣେ ବ୍ୟକ୍ତି କ’ଣ କରିବା ଉଚିତ ଏବଂ କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ ସେ ବିଷୟରେ ଚାଣକ୍ୟ ତାଙ୍କ ନୀତିଶିକ୍ଷାରେ ବ୍ୟାଖ୍ୟା କରିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ଜଣେ ବ୍ୟକ୍ତି ସଙ୍କଟରୁ ମୁକ୍ତି ପାଇବା ପାଇଁ ଏକ ଦୃଢ଼ ରଣନୀତି କରିବା ଆବଶ୍ୟକ। ଯେତେବେଳେ ଜଣେ ବ୍ୟକ୍ତି ସଙ୍କଟ ସମୟରେ ଏଥିରୁ ମୁକ୍ତି ପାଇବା ପାଇଁ ରଣନୀତି ପ୍ରସ୍ତୁତ କରନ୍ତି, ସେତେବେଳେ ସେ ଏକ ପର୍ଯ୍ୟାୟ କ୍ରମେ କାର୍ଯ୍ୟ କରନ୍ତି ଏବଂ ଶେଷରେ ଜିତନ୍ତି।

ଚାଣକ୍ୟ କହିଛନ୍ତି, ଅସୁବିଧା ସମୟରେ ସତର୍କ ରହିବା ଅତ୍ୟନ୍ତ ଜରୁରୀ। କାରଣ ସଙ୍କଟ ସମୟରେ ଜଣେ ବ୍ୟକ୍ତିଙ୍କର ସୀମିତ ସୁଯୋଗ ଥାଏ ଏବଂ ଆହ୍ବାନ ମଧ୍ୟ ବଡ଼ ହୋଇଥାଏ। ଏପରି ପରିସ୍ଥିତିରେ, ସାମାନ୍ୟ ଭୁଲ୍‌ ଏକ ବଡ଼ କ୍ଷତି ଘଟାଇପାରେ, ତେଣୁ ଆଗରୁ ସତର୍କ ରହିବା ଅତ୍ୟନ୍ତ ଜରୁରୀ।

ଚାଣକ୍ୟ କହିଛନ୍ତି, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜଣେ ବ୍ୟକ୍ତି ସକାରାତ୍ମକ ଚିନ୍ତାଧାରା ରଖିବା ଉଚିତ। ପରିସ୍ଥିତି ଯାହା ହେଉନା କାହିଁକ କେବେ ଧୈର୍ଯ୍ୟ ହରାନ୍ତୁ ନାହିଁ। ଯଦି ଏପରି କରନ୍ତି ତେବେ ବିନା ଯୁଦ୍ଧରେ ମଧ୍ୟ ଜିତାପଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri