୫୦ ବର୍ଷିଆ ପୁରୁଣା ଗାଡ଼ି ପାଇଁ ହେବ ସ୍ବତନ୍ତ୍ର ନମ୍ବର ପ୍ଲେଟ୍‌

ଭୁବନେଶ୍ୱର,୩ା୧(ବ୍ୟୁରୋ):ବହୁ ପୁରୁଣା ଯାନ(ଭିଣ୍ଟେଜ୍‌) ସଂଗ୍ରହକାରୀଙ୍କ ପାଇଁ ଖୁସି ଖବର। ୨୦୨୩ ଜାନୁୟାରୀ ପହିଲାରୁ ୫୦ ବର୍ଷରୁ ଅଧିକ ସମୟର କ୍ଲାସିକ୍‌ ଯାନଗୁଡ଼ିକ ପାଇଁ ସ୍ବତନ୍ତ୍ର ନମ୍ବର ପ୍ଲେଟ୍‌ ହେବ। ଏହି ଯାନର ମାଲିକମାନେ ଏଥିପାଇଁ ଆବେଦନ କରିପାରିବେ। ନୂଆ ନିୟମ ଅନୁଯାୟୀ, ନୂତନ ପଞ୍ଜୀକରଣ ସାର୍ଟିଫିକେଟ୍‌ ପାଇଁ ଯାନବାହନ ମାଲିକଙ୍କୁ ୨୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ୧୦ ବର୍ଷ ପାଇଁ ବୈଧ ହେବ। ପରବର୍ତ୍ତୀ ସମୟରେ, ଉକ୍ତ ପଞ୍ଜୀକରଣର ନବୀକରଣ ପାଇଁ ଅତିରିକ୍ତ ୫୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହାର ବୈଧତା ୫ ବର୍ଷ ଯାଏ ରହିବ। ପୁରୁଣା ମୋଟର ଯାନଗୁଡ଼ିକ ନିୟମିତ କିମ୍ବା ବାଣିଜି୍ୟକ ଉଦ୍ଦେଶ୍ୟରେ ରାସ୍ତାରେ ଚାଲିପାରିବ ନାହିଁ। ଏହା କେବଳ ପ୍ରଦର୍ଶନୀ, ରାଲି କିମ୍ବା ସେହିଭଳି ଉଦ୍ଦେଶ୍ୟରେ ଚାଲିପାରିବ।
ଫର୍ମ ୨୩ (ଏ )ର ସର୍ତ୍ତ ଅନୁଯାୟୀ ଯାନର ଯାଞ୍ଚ ପରେ ଯାନର ଫିଟ୍‌ନେସ ଏବଂ ବୈଧ ପିୟୁସି ଥିଲେ ରାଜ୍ୟ ପଞ୍ଜୀକରଣ ପ୍ରାଧିକରଣ ଦ୍ୱାରା ପଞ୍ଜୀକରଣର ଏକ ପ୍ରମାଣପତ୍ର ପ୍ରଦାନ କରାଯିବ। ଭିଣ୍ଟେଜ୍‌ଯୋଗ୍ୟ ଯାନକୁ XX VA YY ଭାବରେ ଏକ ନୂତନ ପଞ୍ଜୀକରଣ ଚିହ୍ନ ଦିଆଯିବ। ଯେଉଁଠାରେ VA ଭିଣ୍ଟେଜ୍‌ ପାଇଁ, XX ଷ୍ଟେଟ୍‌ କୋଡ୍‌ ପାଇଁ, YY ଦୁଇଟି ଅକ୍ଷର ରହିବ। ନୂତନ ନମ୍ବର ଦିଆଯିବା ପରେ ଭିଣ୍ଟେଜ୍‌ ମୋଟର ଯାନର ମାଲିକ ମଧ୍ୟ ଉକ୍ତ ଯାନର ମାଲିକାନା ହସ୍ତାନ୍ତର ପାଇଁ ଆବେଦନ କରିପାରିବେ ଓ ଭିଣ୍ଟେଜ୍‌ ଗାଡ଼ିକୁ ବିକ୍ରି କରିପାରିବେ। ମୋଟର ଯାନ ଅଧିନିୟମ, ୧୯୮୮ ଅନୁଯାୟୀ ଦିଆଯାଇଥିବା ପଦ୍ଧତିରେ ଆବେଦନ କରି ଠିକଣା ମଧ୍ୟ ପରିବର୍ତ୍ତନ କରିପାରିବେ। ସେହି ଯାନଗୁଡ଼ିକ ଓଡ଼ିଶା ସ୍କ୍ରାପେଜ ପଲିସିରୁ ମୁକ୍ତି ପାଇପାରିବେ। ଭିଣ୍ଟେଜ୍‌ ଯାନଗୁଡ଼ିକର ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଭିଣ୍ଟେଜ୍‌ ମୋଟର ଯାନଗୁଡ଼ିକର ପଞ୍ଜୀକରଣ ପ୍ରକ୍ରିୟା ପାଇଁ କେନ୍ଦ୍ରୀୟ ମୋଟର ଯାନ ନିୟମ-୧୯୮୯ ଅନୁଯାୟୀ ବ୍ୟବସ୍ଥା କରିଛି। ଯେଉଁମାନେ ଏହିପରି ଯାନ ରଖିବାକୁ ଇଚ୍ଛା କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ଐତିହ୍ୟ ଓ ସଂସ୍କୃତି ବଜାୟ ରଖିବା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଛି। ପରିବହନ ଯୁଗ୍ମ କମିଶନର ଦୀପ୍ତିରଞ୍ଜନ ପାତ୍ର (ଟେକ୍ନିକାଲ) କହିଛନ୍ତି, ସ୍କ୍ରାପ୍‌ ନୀତି ପ୍ରଣୟନ କରି ପୁରୁଣା ଗାଡ଼ିର ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ଏଭଳି ପଦକ୍ଷେପ ନେଇଛି। ଭାରତରେ ଥିବା ପୁରୁଣା ଯାନଗୁଡ଼ିକର ଐତିହ୍ୟକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ଦିଗରେ ଭିଣ୍ଟେଜ୍‌ ମୋଟର ଯାନଗୁଡ଼ିକର ପଞ୍ଜୀକରଣ ପ୍ରକ୍ରିୟାକୁ ସରକାର ଆନୁଷ୍ଠାନିକ ଭାବରେ ଅନୁମତି ଦେଇଛନ୍ତି। ନୂତନ ନିୟମଗୁଡ଼ିକ ଏକ ବିଶେଷ ଭିଣ୍ଟେଜ୍‌ ପଞ୍ଜୀକରଣ ମାର୍କ ଭିଏ ସିରିଜ୍‌ (ୟୁନିକ୍‌ ରେଜିଷ୍ଟ୍ରେଶନ୍‌ ମାର୍କ) ସହିତ ପୁରୁଣା ପଞ୍ଜୀକୃତ ଯାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ। ନିୟମ ଅନୁଯାୟୀ, ଦୁଇଚକିଆ ଯାନ ଏବଂ ଚାରିଚକିଆ ଯାନ (ବ୍ୟକ୍ତିଗତ ବ୍ୟବହାର) ଯାହା ସେମାନଙ୍କର ପ୍ରଥମ ପଞ୍ଜୀକରଣ ତାରିଖଠାରୁ ୫୦ ବର୍ଷରୁ ଅଧିକ ପୁରୁଣା ହୋଇଥିବ (ଆମଦାନୀ ହୋଇଥିବା ଯାନ ମଧ୍ୟ ଅନ୍ତର୍ଭୁକ୍ତ) ସେଗୁଡିକୁ ଭିଣ୍ଟେଜ୍‌ ମୋଟର ଯାନ ଭାବରେ ଗ୍ରହଣ କରାଯିବ। ଯେଉଁ ଯାନବାହନର ଚେସିସ୍‌ କିମ୍ବା ବଡି ସେଲ୍‌ରେ ପରିବର୍ତ୍ତନ ଏବଂ ଇଞ୍ଜିନରେ କୌଣସି ପ୍ରମୁଖ ମରାମତି ହୋଇ ନ ଥିବ ତାହାକୁ ଭିଣ୍ଟେଜ୍‌ ମୋଟର ଯାନ ଭାବରେ ଗ୍ରହଣ କରାଯିବ। ଫର୍ମ ୨୦ ଅନୁଯାୟୀ ପଞ୍ଜୀକରଣ/ପୁନଃ ପଞ୍ଜୀକରଣ ପାଇଁ ଆବେଦନ କରାଯିବ। ଆମଦାନୀ ହୋଇଥିବା ଯାନ କ୍ଷେତ୍ରରେ ବୀମା ପଲିସି, ଫି, ପ୍ରବେଶ ବିଲ୍‌ ଏବଂ ପୁରୁଣା ଆର୍‌ସି ରହିବା ଦରକାର। ଭାରତରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଯାନ ଥରେ ଭିଣ୍ଟେଜ୍‌ ମୋଟର ଯାନ ଭାବରେ ପଞ୍ଜୀକୃତ ହେବା ପରେ ସେହି ଯାନର ପୁରୁଣା ପଞ୍ଜୀକରଣର ପ୍ରମାଣପତ୍ରକୁ ବାତିଲ କରାଯିବ। ମାଲିକ କେବଳ ଐତିହାସିକ ଉଦ୍ଦେଶ୍ୟରେ ଏହିପରି ବାତିଲ ହୋଇଥିବା ପଞ୍ଜୀକରଣ ପ୍ରମାଣପତ୍ରକୁ ରଖିପାରିବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ିକୁ ହଟାଇବାକୁ ସ୍କ୍ରାପେଜ ପଲିସି ଆଣିଛନ୍ତି। ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଆଉ ରାସ୍ତାରେ ଚାଲିପାରିବ ନାହିଁ। ସେଥିପାଇଁ ସରକାରୀ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚଞ୍ଚଳ କ୍ୟାମ୍ପସ  ସରିଲା ନାମାଙ୍କନ, ବୈଧ ପ୍ରାର୍ଥୀ ତାଲିକାକୁ ଅପେକ୍ଷା

ଖୋର୍ଦ୍ଧା,୯।୧୦(ପ୍ରଭାତ ପାଣିଗ୍ରାହୀ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍‌ରେ ଛାତ୍ର ସଂସଦନିବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?