୫୦ ବର୍ଷିଆ ପୁରୁଣା ଗାଡ଼ି ପାଇଁ ହେବ ସ୍ବତନ୍ତ୍ର ନମ୍ବର ପ୍ଲେଟ୍‌

ଭୁବନେଶ୍ୱର,୩ା୧(ବ୍ୟୁରୋ):ବହୁ ପୁରୁଣା ଯାନ(ଭିଣ୍ଟେଜ୍‌) ସଂଗ୍ରହକାରୀଙ୍କ ପାଇଁ ଖୁସି ଖବର। ୨୦୨୩ ଜାନୁୟାରୀ ପହିଲାରୁ ୫୦ ବର୍ଷରୁ ଅଧିକ ସମୟର କ୍ଲାସିକ୍‌ ଯାନଗୁଡ଼ିକ ପାଇଁ ସ୍ବତନ୍ତ୍ର ନମ୍ବର ପ୍ଲେଟ୍‌ ହେବ। ଏହି ଯାନର ମାଲିକମାନେ ଏଥିପାଇଁ ଆବେଦନ କରିପାରିବେ। ନୂଆ ନିୟମ ଅନୁଯାୟୀ, ନୂତନ ପଞ୍ଜୀକରଣ ସାର୍ଟିଫିକେଟ୍‌ ପାଇଁ ଯାନବାହନ ମାଲିକଙ୍କୁ ୨୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ୧୦ ବର୍ଷ ପାଇଁ ବୈଧ ହେବ। ପରବର୍ତ୍ତୀ ସମୟରେ, ଉକ୍ତ ପଞ୍ଜୀକରଣର ନବୀକରଣ ପାଇଁ ଅତିରିକ୍ତ ୫୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହାର ବୈଧତା ୫ ବର୍ଷ ଯାଏ ରହିବ। ପୁରୁଣା ମୋଟର ଯାନଗୁଡ଼ିକ ନିୟମିତ କିମ୍ବା ବାଣିଜି୍ୟକ ଉଦ୍ଦେଶ୍ୟରେ ରାସ୍ତାରେ ଚାଲିପାରିବ ନାହିଁ। ଏହା କେବଳ ପ୍ରଦର୍ଶନୀ, ରାଲି କିମ୍ବା ସେହିଭଳି ଉଦ୍ଦେଶ୍ୟରେ ଚାଲିପାରିବ।
ଫର୍ମ ୨୩ (ଏ )ର ସର୍ତ୍ତ ଅନୁଯାୟୀ ଯାନର ଯାଞ୍ଚ ପରେ ଯାନର ଫିଟ୍‌ନେସ ଏବଂ ବୈଧ ପିୟୁସି ଥିଲେ ରାଜ୍ୟ ପଞ୍ଜୀକରଣ ପ୍ରାଧିକରଣ ଦ୍ୱାରା ପଞ୍ଜୀକରଣର ଏକ ପ୍ରମାଣପତ୍ର ପ୍ରଦାନ କରାଯିବ। ଭିଣ୍ଟେଜ୍‌ଯୋଗ୍ୟ ଯାନକୁ XX VA YY ଭାବରେ ଏକ ନୂତନ ପଞ୍ଜୀକରଣ ଚିହ୍ନ ଦିଆଯିବ। ଯେଉଁଠାରେ VA ଭିଣ୍ଟେଜ୍‌ ପାଇଁ, XX ଷ୍ଟେଟ୍‌ କୋଡ୍‌ ପାଇଁ, YY ଦୁଇଟି ଅକ୍ଷର ରହିବ। ନୂତନ ନମ୍ବର ଦିଆଯିବା ପରେ ଭିଣ୍ଟେଜ୍‌ ମୋଟର ଯାନର ମାଲିକ ମଧ୍ୟ ଉକ୍ତ ଯାନର ମାଲିକାନା ହସ୍ତାନ୍ତର ପାଇଁ ଆବେଦନ କରିପାରିବେ ଓ ଭିଣ୍ଟେଜ୍‌ ଗାଡ଼ିକୁ ବିକ୍ରି କରିପାରିବେ। ମୋଟର ଯାନ ଅଧିନିୟମ, ୧୯୮୮ ଅନୁଯାୟୀ ଦିଆଯାଇଥିବା ପଦ୍ଧତିରେ ଆବେଦନ କରି ଠିକଣା ମଧ୍ୟ ପରିବର୍ତ୍ତନ କରିପାରିବେ। ସେହି ଯାନଗୁଡ଼ିକ ଓଡ଼ିଶା ସ୍କ୍ରାପେଜ ପଲିସିରୁ ମୁକ୍ତି ପାଇପାରିବେ। ଭିଣ୍ଟେଜ୍‌ ଯାନଗୁଡ଼ିକର ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଭିଣ୍ଟେଜ୍‌ ମୋଟର ଯାନଗୁଡ଼ିକର ପଞ୍ଜୀକରଣ ପ୍ରକ୍ରିୟା ପାଇଁ କେନ୍ଦ୍ରୀୟ ମୋଟର ଯାନ ନିୟମ-୧୯୮୯ ଅନୁଯାୟୀ ବ୍ୟବସ୍ଥା କରିଛି। ଯେଉଁମାନେ ଏହିପରି ଯାନ ରଖିବାକୁ ଇଚ୍ଛା କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ଐତିହ୍ୟ ଓ ସଂସ୍କୃତି ବଜାୟ ରଖିବା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଛି। ପରିବହନ ଯୁଗ୍ମ କମିଶନର ଦୀପ୍ତିରଞ୍ଜନ ପାତ୍ର (ଟେକ୍ନିକାଲ) କହିଛନ୍ତି, ସ୍କ୍ରାପ୍‌ ନୀତି ପ୍ରଣୟନ କରି ପୁରୁଣା ଗାଡ଼ିର ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ଏଭଳି ପଦକ୍ଷେପ ନେଇଛି। ଭାରତରେ ଥିବା ପୁରୁଣା ଯାନଗୁଡ଼ିକର ଐତିହ୍ୟକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ଦିଗରେ ଭିଣ୍ଟେଜ୍‌ ମୋଟର ଯାନଗୁଡ଼ିକର ପଞ୍ଜୀକରଣ ପ୍ରକ୍ରିୟାକୁ ସରକାର ଆନୁଷ୍ଠାନିକ ଭାବରେ ଅନୁମତି ଦେଇଛନ୍ତି। ନୂତନ ନିୟମଗୁଡ଼ିକ ଏକ ବିଶେଷ ଭିଣ୍ଟେଜ୍‌ ପଞ୍ଜୀକରଣ ମାର୍କ ଭିଏ ସିରିଜ୍‌ (ୟୁନିକ୍‌ ରେଜିଷ୍ଟ୍ରେଶନ୍‌ ମାର୍କ) ସହିତ ପୁରୁଣା ପଞ୍ଜୀକୃତ ଯାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ। ନିୟମ ଅନୁଯାୟୀ, ଦୁଇଚକିଆ ଯାନ ଏବଂ ଚାରିଚକିଆ ଯାନ (ବ୍ୟକ୍ତିଗତ ବ୍ୟବହାର) ଯାହା ସେମାନଙ୍କର ପ୍ରଥମ ପଞ୍ଜୀକରଣ ତାରିଖଠାରୁ ୫୦ ବର୍ଷରୁ ଅଧିକ ପୁରୁଣା ହୋଇଥିବ (ଆମଦାନୀ ହୋଇଥିବା ଯାନ ମଧ୍ୟ ଅନ୍ତର୍ଭୁକ୍ତ) ସେଗୁଡିକୁ ଭିଣ୍ଟେଜ୍‌ ମୋଟର ଯାନ ଭାବରେ ଗ୍ରହଣ କରାଯିବ। ଯେଉଁ ଯାନବାହନର ଚେସିସ୍‌ କିମ୍ବା ବଡି ସେଲ୍‌ରେ ପରିବର୍ତ୍ତନ ଏବଂ ଇଞ୍ଜିନରେ କୌଣସି ପ୍ରମୁଖ ମରାମତି ହୋଇ ନ ଥିବ ତାହାକୁ ଭିଣ୍ଟେଜ୍‌ ମୋଟର ଯାନ ଭାବରେ ଗ୍ରହଣ କରାଯିବ। ଫର୍ମ ୨୦ ଅନୁଯାୟୀ ପଞ୍ଜୀକରଣ/ପୁନଃ ପଞ୍ଜୀକରଣ ପାଇଁ ଆବେଦନ କରାଯିବ। ଆମଦାନୀ ହୋଇଥିବା ଯାନ କ୍ଷେତ୍ରରେ ବୀମା ପଲିସି, ଫି, ପ୍ରବେଶ ବିଲ୍‌ ଏବଂ ପୁରୁଣା ଆର୍‌ସି ରହିବା ଦରକାର। ଭାରତରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଯାନ ଥରେ ଭିଣ୍ଟେଜ୍‌ ମୋଟର ଯାନ ଭାବରେ ପଞ୍ଜୀକୃତ ହେବା ପରେ ସେହି ଯାନର ପୁରୁଣା ପଞ୍ଜୀକରଣର ପ୍ରମାଣପତ୍ରକୁ ବାତିଲ କରାଯିବ। ମାଲିକ କେବଳ ଐତିହାସିକ ଉଦ୍ଦେଶ୍ୟରେ ଏହିପରି ବାତିଲ ହୋଇଥିବା ପଞ୍ଜୀକରଣ ପ୍ରମାଣପତ୍ରକୁ ରଖିପାରିବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ିକୁ ହଟାଇବାକୁ ସ୍କ୍ରାପେଜ ପଲିସି ଆଣିଛନ୍ତି। ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଆଉ ରାସ୍ତାରେ ଚାଲିପାରିବ ନାହିଁ। ସେଥିପାଇଁ ସରକାରୀ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri