ସବୁ ଜିଲାରେ ହେବ ସାଇନ୍ସ ପାର୍କ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟର ପ୍ରତ୍ୟେକ ଜିଲାରେ ସାଇନ୍ସ(ବିଜ୍ଞାନ) ପାର୍କ ନିର୍ମାଣ କରାଯିବ। ପ୍ରଥମେ ୨୦ଟି ଜିଲାରେ ପାର୍କ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲାରେ ନିର୍ମାଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୦ଟି ଜିଲାରେ ପାର୍କ ନିର୍ମାଣ କରାଯିବ। ଏଥିସହିତ ୬ଟି ପ୍ଲାନେଟାରିୟମ୍‌ ନିର୍ମାଣ ହେବ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ମୂଳ ପ୍ରଶ୍ନର ଉତ୍ତରରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ୨ଟି ପ୍ଲାନେଟାରିୟମ୍‌ ଭୁବନେଶ୍ୱର ଓ ବୁର୍ଲାରେ ରହିଛି। ଆଉ ୬ଟି ମଧ୍ୟରୁ ରାଉରକେଲା, ବଲାଙ୍ଗୀର, ବାରିପଦା, କେନ୍ଦୁଝର, ଗୋପାଳପୁର ଓ ରାୟଗଡ଼ାଠାରେ ନିର୍ମାଣ କରାଯିବ। ସାଇନ୍ସ ପାର୍କ ନିର୍ମାଣ କରିବାକୁ ୫ ଏକର ଜାଗା ଆବଶ୍ୟକ। ଜିଲାପାଳମାନଙ୍କୁ ଜମି ଚିହ୍ନଟ କରିବାକୁ କୁହାଯାଇଥିଲା। ସେଥିରୁ କେତେକ ଜିଲାରେ ଜାଗା ଚିହ୍ନଟ ହୋଇସାରିଛି। ବିଜ୍ଞାନ ପାର୍କ ପାଇଁ ୬.୫ କୋଟି ଟଙ୍କାର ଆବଶ୍ୟକ ଥିବାବେଳେ ପ୍ଲାନେଟାରିୟମ୍‌ ପାଇଁ ୧୫ କୋଟି ଖର୍ଚ୍ଚ ହେବ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ପଚାରିଲେ, ବଲାଙ୍ଗୀରଠାରେ ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍‌ ନିର୍ମାଣ ହେବ। ଜମି ଅଧିଗ୍ରହଣ କେବେ ସରିବ। ତୁରନ୍ତ ଡିପିଆର ପ୍ରସ୍ତୁତ କରି ପାର୍କ ନିର୍ମାଣ ଆରମ୍ଭ କରାଯାଉ। ମନ୍ତ୍ରୀ କହିଲେ, ୨୦୧୮ ଅଗଷ୍ଟ ୧ ତାରିଖରେ ବଲାଙ୍ଗୀରରେ ପାର୍କ ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ପ୍ରଥମେ ଯେଉଁ ଜମି ଚିହ୍ନଟ ହୋଇଥିଲା ତାହା ଅନୁପଯୋଗୀ ହେବାରୁ ଅନ୍ୟ ଏକ ଜମି ଚିହ୍ନଟ କରିବାକୁ ଜିଲାପାଳଙ୍କୁ କୁହାଯାଇଥିଲା। ଏଥିପାଇଁ ୯.୬୧୪ ଏକର ଜମି ଚିହ୍ନଟ ହୋଇଛି। ପାର୍କ ନିର୍ମାଣ ପାଇଁ ୩୦ ମାସ ସମୟ ଲାଗିବ। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀରଠାରେ ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ୍‌ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ପାର୍କ ନିର୍ମାଣ ଜମିରୁ ଜବରଦଖଲ ହଟାଯାଇଛି। ସେଠାରେ ଯେଉଁ ଗରିବ, ବାସହୀନ ଲୋକ ରହୁଥିଲେ ସେମାନଙ୍କୁ ସରକାର ଥଇଥାନ କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ। ଏଥିସହିତ ପ୍ରକଳ୍ପ କେବେ ସୁଦ୍ଧା ଆରମ୍ଭ ହେବ ବୋଲି ସେ ଜାଣିବାକୁ ଚାହିଁଥିଲେ। ମନ୍ତ୍ରୀ କହିଥିଲେ, ସାଇନ୍ସ ପାର୍କ ପାଇଁ ୫ ଏକର ଜମି ଦରକାର। ୯ ଏକର ଚିହ୍ନଟ ହୋଇଛି। କେବଳ ସାଇନ୍ସ ପାର୍କ ନୁହେଁ, ସେଠାରେ ପ୍ଲାନେଟାରିୟମ୍‌ ନିର୍ମାଣ କରାଯିବ।
ବିଜେଡି ସଭ୍ୟ ପ୍ରଦୀପ ଅମାତ କହିଲେ, ବୌଦ୍ଧ ଜିଲାରେ ସାଇନ୍ସ ପାର୍କ ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି। ମନ୍ତ୍ରୀ କହିଲେ, ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲାରେ ସାଇନ୍ସ ପାର୍କ ନିର୍ମାଣ ହେବ। ୧୦ଟି ସାଇନ୍ସ ପାର୍କ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇସାରିଛନ୍ତି। ବିଜେଡି ସଭ୍ୟ ଅମର ଶତପଥୀ ଚଣ୍ଡିଖୋଲଠାରେ ସାଇନ୍ସ ପାର୍କ ନିର୍ମାଣ କରିବାକୁ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ପଚାରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଚଣ୍ଡିଖୋଲରେ ଅଧିକ ଫୁଟ୍‌ଫଲ ହେଉଥିଲେ ସେଠାରେ ପାର୍କ କରାଯିବ। ପ୍ରଥମ ପର୍ଯ୍ୟାୟରେ ହେଉଥିବା ସାଇନ୍ସ ପାର୍କରେ ଭଦ୍ରକ ଜିଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri