ଆମେରିକା ସହ ବୈଷୟିକ ଆଲୋଚନା ହେବ ନାହିଁ: ଇରାନ

ତେହରାନ୍‌,୩୦ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ କରିବା ଲାଗି ଚୁକ୍ତିନାମା କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ନିମନ୍ତେ ଆଗାମୀ ଦିନରେ ଆମେରିକା ଏବଂ ଇରାନର ବୈଷୟିକ ଟିମ୍‌ ମଧ୍ୟରେ ଆଲୋଚନା ହେବା ଖବରକୁ ତେହରାନ୍‌ ସୋମବାର ଖଣ୍ଡନ କରିଛି। ଚଳିତ ସପ୍ତାହରେ କାର୍ଯ୍ୟକାରୀ ଗ୍ରୁପ୍‌ ମଧ୍ୟରେ ବୈଷୟିକ ବୈଠକ ପାଇଁ କୌଣସି ଯୋଜନା ନାହିଁ ବୋଲି ଇରାନ ବହିର୍ବ୍ୟାପାର ଉପମନ୍ତ୍ରୀ କାଜେମ୍‌ ଘରିବାବାଦି କହିଛନ୍ତି। ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନେଇ ଥିବା ବିବାଦ ଦୂର କରିବା ପାଇଁ ମଙ୍ଗଳବାର କାତାରରେ ତେହରାନ୍‌ ଏବଂ ଓ୍ବାଶିଂଟନ ମଧ୍ୟରେ ବୈଠକ ବସିବ ବୋଲି ରବିବାର ଆମେରିକା କର୍ତ୍ତୃପକ୍ଷ କହିଥିବାବେଳେ ଘରିବାବାଦି ଏହାକୁ ଖଣ୍ଡନ କରିଛନ୍ତି। ଏନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ମଧ୍ୟ ଆନୁଷ୍ଠାନିକ ଭାବେ କୌଣସି ବିବୃତି ଜାରି କରାଯାଇ ନାହିଁ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆମେରିକା-ଇରାନ ଆଲୋଚନାରେ କାତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଛନ୍ତି। ଗତ ୨୧ ତାରିଖରେ ସୁଇଜରଲାଣ୍ଡରେ ହୋଇଥିବା ଆଲୋଚନା ବେଳେ ୪ ଦେଶର ପ୍ରତିନିଧିମାନେ ଯୋଗଦେଇଥିଲେ। ଆମେରିକା ପ୍ରତିବନ୍ଧକ ଲଗାଇଥିବାରୁ ଇରାନର ବହୁ ପରିମାଣର ସମ୍ପତ୍ତି କାତାର ବ୍ୟାଙ୍କଗୁଡ଼ିକରେ ଅଟକି ରହିଛି। ଏହାକୁ ମୁକୁଳାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଇରାନ ରାଷ୍ଟ୍ରପତି ମାସୁଦ ପେଜେଶ୍କିଆନ୍‌ ସୋମବାର କହିଛନ୍ତି। ଯୋଜନା ଅନୁଯାୟୀ କାତାରରେ ଅଟକି ରହିଥିବା ୧୨ ବିଲିୟନ ଡଲାର ମଧ୍ୟରୁ ୬ ବିଲିୟନ ଡଲାର ଇରାନକୁ ଫେରିବ ବୋଲି ସେ ସୂଚନା ଦେଇଛନ୍ତି। ହର୍ମୁଜ୍‌କୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ଇତିମଧ୍ୟରେ ଆମେରିକା
ଓ ଇରାନ ୨ ଥର ପରସ୍ପରର ସାମରିକ ଘାଟିକୁ ଆକ୍ରମଣ କଲେଣି। ଓ୍ବାଶିଂଟନ ଯଦି ଆକ୍ରମଣ ଜାରି ରଖେ ତେବେ ଯୁଦ୍ଧ ବନ୍ଦ ପାଇଁ ଚାଲିଥିବା ବୁଝାମଣାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ତେହରାନ୍‌ ରବିବାର ଚେତାବନୀ ଦେଇଥିଲା। ଇରାନର ପ୍ରତ୍ୟକ୍ଷ ନିରୀକ୍ଷଣ ବିନା ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଜାହାଜ ଚଳାଚଳ ପାଇଁ ଉଦ୍ୟମ ଚାଲିଥିବାରୁ ଉତ୍ତେଜନା ବଢ଼ିଛି ଏବଂ ଦୀର୍ଘମିଆଦୀ ଯୁଦ୍ଧବିରତି ବୁଝାମଣାକୁ ବିପଦରେ ପକାଇଛି। ଆମେରିକା ନୌସେନା ତତ୍ତ୍ୱାବଧାନରେ ଥିବା ଏକ ବହୁରାଷ୍ଟ୍ରୀୟ ସାମୁଦ୍ରିକ ସଂସ୍ଥା ଓମାନ ନିକଟରେ ସାମୁଦ୍ରିକ ପଥକୁ ଉଭୟ ପଟରୁ ଜାହାଜ ଚଳାଚଳ ପାଇଁ ବିସ୍ତାର କରିବ ବୋଲି କହିଥିବାରୁ ନୂଆ ବିବାଦ ସୃଷ୍ଟି ହୋଇଛି। ହର୍ମୁଜ୍‌ ଜଳପଥରେ ଇରାନ ଦ୍ୱାରା କାର୍ଯ୍ୟକାରୀ ବ୍ୟବସ୍ଥା ଭିନ୍ନ ଅଲଗା ବ୍ୟବସ୍ଥା କରିବାକୁ କୌଣସି ଦେଶ ଉଦ୍ୟମ କଲେ, ତାହା ସମସ୍ୟାକୁ ଅଧିକ ଜଟିଳ କରିବା ସହ ହର୍ମୁଜ୍‌ ଖୋଲିବା ବିଳମ୍ବ ହେବ ଓ ଉତ୍ତେଜନା ବଢ଼ିବ ବୋଲି ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଆବ୍ବାସ ଅରାଘଚି ରବିବାର କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି…

ଭୁବନେଶ୍ବର,୩୦।୬: ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହୁତୁହୁତୁ ହୋଇ ୧୫ରୁ ଅଧିକ ଦୋକାନ ଜଳିଯାଇଥିବା ନେଇ ସୂଚନା ରହିଛି । ଖବର ପାଇ…

ରାମ ଲଲ୍ଲାଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ୟୁପି କଂଗ୍ରେସ ସଭାପତି ଅଜୟ ରାୟ ହାଉସ ଆରେଷ୍ଟ

ଲକ୍ଷ୍ନୌ,୩୦।୬: ପୋଲିସ ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟଙ୍କୁ ଗୃହବନ୍ଦୀ କରିଛି। ଅଜୟ ରାୟ ଆଜି (ମଙ୍ଗଳବାର, ଜୁନ ୩୦) ରାମ ମନ୍ଦିର ପରିଦର୍ଶନ କରିବାର…

ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଶୁଣ୍ଢରେ କଚାଡ଼ି…

ଆନନ୍ଦପୁର, ୩୦।୬(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ହଡ଼ଗଡ଼ ବନାଞ୍ଚଳରେ ପୁଣି ଦନ୍ତା ଆତଙ୍କ ଦେଖାଯାଇଛି । ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ କଣ୍ଟିପାଳ ପଞ୍ଚାୟତ…

ପାକିସ୍ତାନର ଏୟାର ଷ୍ଟ୍ରାଇକକୁ ନିନ୍ଦା କଲା ଭାରତ, ବନ୍ଧୁ ପାଇଁ ବଢାଇଲା ସଯୋଗର ହାତ

ନୂଆଦିଲ୍ଲୀ,୩୦।୬: ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରି ଏହାକୁ ଏକ ଉଦ୍ଦେଶ୍ୟମୂଳକ, ବିନା ପ୍ରରୋଚନାରେ ଆକ୍ରମଣ ଏବଂ ଆଞ୍ଚଳିକ ଶାନ୍ତି…

ଦିଗପହଣ୍ଡିରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ, ସରକାରଙ୍କ ଜନ କଲ୍ୟାଣ ଯୋଜନାରେ ସାମିଲ ପାଇଁ ବିଧାୟକଙ୍କ ଆହ୍ବାନ

ଦିଗପହଣ୍ଡି,୩୦।୬(ଅଶେଷ ନାଥ ମିଶ୍ର): ରାଜ୍ୟରେ ଭାଜପା ସରକାର ଗଠନର ଦୁଇବର୍ଷ ପୂର୍ତ୍ତି ଅବସରରେ  ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକାଶର ଧାରା ଓଡ଼ିଶା ସାରା ବ୍ଲକ ସ୍ତରୀୟ…

ଶିଶୁଙ୍କୁ ADHD ରୁ ରକ୍ଷା କରିପାରେ ମା’ କ୍ଷୀର, ଜାଣନ୍ତୁ କଣ କହୁଛି ନୂଆ ଗବେଷଣା

ନୂଆଦିଲ୍ଲୀ,୩୦।୬ (ପି.ଟି.): ଆଜିକାଲି ଅନେକ କ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ହ୍ରାସ ପାଉଥିବା ଦେଖାଯାଉଛି। କେତେକ ସ୍ଥଳରେ ମା’ର ସ୍ବାସ୍ଥ୍ୟଗତ କାରଣ ଏବଂ…

ଆରୋଗ୍ୟ ସେତୁ ୨.୦ ଆପ୍‌ର ଶୁଭାରମ୍ଭ କଲେ ଜେ.ପି. ନଡ୍ଡା

ନୂଆଦିଲ୍ଲୀ,୨୯ା୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଆରୋଗ୍ୟ ସେତୁ ୨.୦ ଆପ୍‌ ଏବଂ ୟୁନିଫାଏଡ୍‌ ହେଲ୍‌ଥ ଇଣ୍ଟରଫେସ୍‌ (ୟୁଏଚ୍‌ଆଇ) ଲଞ୍ଚ୍‌ କରିଛନ୍ତି। କୋଭିଡ୍‌ ସମୟରୁ ଆରମ୍ଭ…

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri