Posted inଖେଳ

ଖେଳାଳିଙ୍କ ପାଇଁ ଅର୍ଥର ଅଭାବ ରହିବ ନାହିଁ: ରିଜିଜୁ

ନୂଆଦିଲ୍ଲୀ,୪।୨(ପି.ଟି.): ଆବଶ୍ୟକ ପଡିଲେ ୨୦୨୧-୨୨ ବର୍ଷ ପାଇଁ କ୍ରୀଡ଼ା କ୍ଷେତ୍ରରେ ମିଳିବାକୁ ଥିବା ବଜେଟ୍‌ ଆବଣ୍ଟନରେ ସଂଶୋଧନ କରାଯାଇ ପାରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଖେଳାଳିଙ୍କ ପାଇଁ ଅର୍ଥର ଅଭାବ ରହିବ ନାହିଁ ଓ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ସବୁ ଖେଳାଳିଙ୍କର ଆବଶ୍ୟକତା ପୂରଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୋମବାର କେନ୍ଦ୍ର ସରକାର ବଜେଟରେ କ୍ରୀଡ଼ା ପାଇଁ ୨୫୯୬.୧୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଗତବର୍ଷ ତୁଳନାରେ ଏହା ୨୩୦.୭୮ କୋଟି ଟଙ୍କା କମ୍‌ ରହିଛି। କୋଭିଡ୍‌-୧୯ ପାଇଁ ସାରା ବିଶ୍ୱରେ କ୍ରୀଡ଼ା ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
ଯଦି ଆବଶ୍ୟକ ହୁଏ କ୍ରୀଡ଼ା ପାଇଁ ଅଧିକ ଅର୍ଥ ଆବଣ୍ଟନ କରାଯିବ ବୋଲି ରିଜିଜୁ ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମସ୍ଥିତ ଫିଟ୍‌ ଇଣ୍ଡିଆ ଅଫିସ୍‌ରେ କହିଛନ୍ତି। ଗତ ଆର୍ଥିକ ବର୍ଷରେ ସରକାର କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ଆବଣ୍ଟନ କରିଥିଲେ। ତେବେ ମହାମାରୀ ପାଇଁ ଏଥିରେ ସଂଶୋଧନ ଅଣାଯାଇଥିଲା ଓ ଏହି ପରିମାଣକୁ ୧୮୦୦.୧୫ କୋଟି ଟଙ୍କା ରଖାଯାଇଥିଲା। ଏଥର କିନ୍ତୁ ଏହି ସଂଶୋଧିତ ବଜେଟଠାରୁ ଆହୁରି ୭୯୫.୯୯ କୋଟି ଟଙ୍କା ଅଧିକ ପ୍ରଦାନ କରାଯାଇଛି। କ୍ରୀଡ଼ା ମନ୍ତ୍ରଣାୟ କ୍ରୀଡ଼ାବିତ ଓ ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌)ଗୁଡିକର ଯତ୍ନ ନେବ। ତେଣୁ ଆଥଲେଟ୍‌ ଓ ଏନ୍‌ଏସ୍‌ଏଫ୍‌ଗୁଡିକର ଦାବି ପୂରଣ କରିବାକୁ ଆମେ ରହିଛୁ। ବିଦେଶରେ ଆଥ୍‌ଲେଟମାନଙ୍କ ଟ୍ରେନିଂ ଓ ବିଦେଶୀ କୋଚ୍‌ ନିଯୁକ୍ତି ନେଇ କୌଣସି ବୁଝାମଣା କରାଯିବ ନାହିଁ ବୋଲି ରିଜିଜୁ କହିଛନ୍ତି।
କ୍ରୀଡ଼ା ସଚିବ ରବି ମିତ୍ତଲ ମଧ୍ୟ ସମାନ କଥା କହିଛନ୍ତି। ୨୦୨୦-୨୧ର ପ୍ରାରମ୍ଭିକ ବଜେଟକୁ ଆମେ ବିଚାର କରୁନାହୁଁ। କାରଣ ଏହା କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ହୋଇଥିଲା। ୨୦୨୧-୨୨ ଓ ୨୦୧୯-୨୦୨୦ ବଜେଟକୁ ତୁଳନା କଲେ ଏଥର ୧୯.୧୩ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri