Posted inଫୁରସତ

ମହିଳା ଯାତ୍ରୀଙ୍କୁ ବିମାନରେ ଜ୍ୟାକେଟ ପିନ୍ଧାଇଲେ କ୍ରୁ ମେମ୍ବର, କାରଣ ଜାଣିଲେ…

ଇନ୍‌ଷ୍ଟାଗ୍ରାମ ମଡେଲ ଇଜାବେଲଙ୍କ ସହ ଜେଟ୍‌ଷ୍ଟାର ବିମାନରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏହି ବିମାନରେ ଏକ କଳାରଙ୍ଗର କ୍ରପ୍‌ ଟପ ଏବଂ ନୀଳ ରଙ୍ଗର ଜିନ୍ସ ପିନ୍ଧି ବସିଥିଲେ ଇଜାବେଲ। ଏହା ଦେଖି ବିମାନର ଜଣେ କ୍ରୁ ମେମ୍ବର ତାଙ୍କର ଆଉଟ୍‌ଫିଟ୍‌ ଭଲ ଦେଖାଯାଉନି ବୋଲି କହିଥିଲେ। ଏଥିସହିତ ସେ ନିଜର ଜ୍ୟାକେଟ ଖୋଲି ଇଜାବେଲଙ୍କୁ ଦେଇଥିଲେ। ଏହି ଘଟଣା ପରେ ଇଜାବେଲଙ୍କୁ ଲାଜ ଲାଗିଥିଲା।
ଏକ ସାକ୍ଷାତକାରରେ ସେ ଇଜାବେଲ କହିଛନ୍ତି, ସେ ଯେତେବେଳେ ଗୋଲ୍ଡ କୋଷ୍ଟରୁ ବିମାନରେ ମେଲବୋର୍ନ ଯାଉଥିଲେ ତାଙ୍କ ସହ ଏପରି ଘଟିଥିଲା। ତାଙ୍କ ଟିକେଟ ଦେଖିବା ସମୟରେ କ୍ରୁ ମେମ୍ବର ପଚାରିଥିଲେ ତୁମ ପାଖରେ ଜ୍ୟାକେଟ ଅଛି କି? ମୁଁ ସେତେବେଳ ଯାଏ ଜାଣି ନ ଥିଲି ସେ କ’ଣ ପାଇଁ ମୋତେ ଏପରି ପଚାରୁଛନ୍ତି। ମୁଁ ଭାବୁଥିଲି ମେଲବୋର୍ନରେ ଅଧିକ ଥଣ୍ଡା ହେଉଛି ବୋଲି ସେ ଏପରି ପଚାରୁଛନ୍ତି। କିନ୍ତୁ ସେ ମହିଳା ଜଣକ ମୋତେ କହିଲେ ତୁମେ ଯେଉଁ ଡ୍ରେସ ପିନ୍ଧିଛ ତୁମେ ବିମାନ ଯାତ୍ରା କରିପାରିବ ନାହିଁ। ବିକ୍‌ନୀ ପିନ୍ଧି ତୁମେ ବିମାନରେ ଯାଇପାରିବ ନାହିଁ। ଇଜାବେଲ୍‌ କହିଲେ ଏହା ବିକ୍‌ନୀ ନୁହେଁ, ଏକ କ୍ରପ୍‌ ଡ୍ରେସ। ଏହା ପରେ ମହିଳା ଆଟେଡାଣ୍ଟ ଜଣକ କ୍ରୁଙ୍କୁ ଡାକିଲେ ଏବଂ ଜ୍ୟାକେଟ ବିଷୟରେ କହିଲେ। କ୍ରୁ ତାଙ୍କ ଜ୍ୟାକେଟ ଖୋଲି ଇଜେବେଲଙ୍କୁ ଦେଇଥିଲେ। ଇଜାବେଲ ତାଙ୍କ ସ୍ବାମୀଙ୍କ ସହ ଯାତ୍ରା କରୁଥିଲେ। ଏହି କାରଣ ଯୋଗୁ ସେ ଏୟାରଲାଇନ୍ସକୁ କ୍ଷମା ମଧ୍ୟ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିରାଶ ହେଲେ ପ୍ରଶଂସକ, ଖେଳିବେନି ବୈଭବ

ନୂଆଦିଲ୍ଲୀ,୨୬।୬: ଭାରତୀୟ ଟି-୨୦ କ୍ରିକେଟର ‘ଶ୍ରେୟସ ଯୁଗ’ ଆଜିଠାରୁ ଆରମ୍ଭ ହେଉଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡର ସାମ୍ନା କରୁଛି। ଏହା…

ଆଫଗାନିସ୍ତାନ ମାଡ଼ରେ ଉଡ଼ିଲା ପାକିସ୍ତାନର ହୋଶ! ଭାରତ ବିରୋଧରେ ଖ୍ବାଜା ଆସିଫ ଆଣିଲେ…

ଇସଲାମାବାଦ,୨୬।୬: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆଫଗାନିସ୍ତାନରୁ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛନ୍ତି। ଗତ ସପ୍ତାହରେ, ଆଫଗାନ ତାଲିବାନ ବାହିନୀ ଦୁଇଟି…

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ; ଆପଣଙ୍କ ପାଇଁ ଲାଭ ନା କ୍ଷତି?

ନୂଆଦିଲ୍ଲୀ,୨୬।୬: ଦେଶର ସବୁଠାରୁ ଗରିବ ପରିବାରଗୁଡ଼ିକୁ ମିଳୁଥିବା ରାସନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ବଢିବ ସିୟାଙ୍କ ସମସ୍ୟା! କସାବକୁ ମୃତ୍ୟୁଦଣ୍ଡ ଦେଇଥିବା ଓକିଲ ଲଢ଼ିବେ କେତନଙ୍କ ହତ୍ୟା ମାମଲା

ପୁଣେ,୨୬।୬: ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ସାରା ମହାରାଷ୍ଟ୍ରରେ…

ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

ପଟ୍ଟାମୁଣ୍ଡାଇ,୨୬ା୬(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧୀନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନ ହୋଇ ମିଥ୍ୟା ବିଲ୍‌…

ସ୍କୁଲ ବହି ତ୍ରୁଟିକୁ ନେଇ ଆକ୍ସନରେ ମୁଖ୍ୟମନ୍ତ୍ରୀ: ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୬: ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଟି ସୁପାରିସ ଅନୁଯାୟୀ ମୁଖ୍ୟମନ୍ତ୍ରୀ ୪ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri