ମଦଦୋକାନରେ ହେବନି ପିଓଏସ୍‌ ବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୪।୯: ଦଶହରା ସମୟରେ ଜନଗହଳି କାରଣରୁ ଅନେକ ବ୍ୟତିକ୍ରମ ଲକ୍ଷ୍ୟ କରାଯାଏ। ଏହାକୁ ଦୃଷ୍ଟିରେ ରଖି ପାର୍ବଣ କିପରି ଶାନ୍ତି ଓ ଶୃଙ୍ଖଳାର ସହ ହେବ ସେନେଇ ପୋଲିସ, ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥାଏ। ୨୦୧୯ରେ ପାର୍ବଣକୁ ଠିକ ଭାବେ ପରିଚାଳନା ପାଇଁ ନିଆରା ପଦକ୍ଷେପ ନିଆଯାଇଥିଲା। ବିଶେଷକରି ମଦ ଦୋକାନରେ ପିଓଏସ୍‌ (ପଏଣ୍ଟ ଅଫ ସେଲ୍‌), ପୂଜା ମଣ୍ଡପରେ ଆଇନଗତ ଭାବେ ବିଦ୍ୟୁତ ସଂଯୋଗ, ବସ୍‌ ଷ୍ଟପ୍‌ ଅଞ୍ଚଳରେ ଅସ୍ଥାୟୀ ପରିସ୍ରାଗାର ଓ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକଗୁଡିକରେ ବ୍ଲକର ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୨୦ ଓ ୨୦୨୧ରେ କରୋନା ସଂକ୍ରମଣ କାରଣରୁ ଦୁର୍ଗାପୂଜା ଉପରେ କଟକଣା ଜାରି କରାଯାଇଥିଲା। ପରିସ୍ଥିତିରେ ସୁଧାର ଆସିଥିବାରୁ ଚଳିତବର୍ଷ ଦୁର୍ଗା ପୂଜା ଭଲଭାବେ ହେବାକୁ ଯାଉଛି। ଗତ ୩ ତାରିଖରେ ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ୨୦୧୯ରେ ନିଆଯାଇଥିବା ପଦକ୍ଷେପକୁ ଅଣଦେଖା କରାଯିବା ଆଲୋଚନାର ବିଷୟ ପାଳଟିଛି ।
୨୦୧୯ ଦଶହରା, ରାବଣ ପୋଡି ଓ ଭସାଣୀ ଉତ୍ସବ ପାଳନ ସମୟରେ ପାର୍ବଣରେ ଜଗତ୍‌ସିଂହପୁର ସହରରେ ଥିବା ମଦ ଦୋକାନଗୁଡ଼ିକରେ ପଏଣ୍ଟ ଅଫ ସେଲ୍‌ ବ୍ୟବସ୍ଥା ଲାଗୁ କରାଯାଇଥିଲା। କୁହାଯାଇଥିଲା ଭାରତ ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଦଶହରା ସମୟରେ ମଦ ବିକ୍ରେତା ତଥା ଏହି କାରବାର ପରିଚାଳନା କରୁଥିବା ପରିଚାଳକ ଅଜଥା ଲେଜର କାମରୁ ନିସ୍ତାର ପାଇବେ। ମଦ ବିକ୍ରିରେ କେତେ ଟଙ୍କା ଆସିଲା, କେତେ ଗଲା ଏବଂ କର୍ମଚାରୀଙ୍କୁ କେତେ ଟଙ୍କା ଦରମା ଆଦି ଦିଆଗଲା ସେ ସବୁ ଲେଖା ଦେଖା କରିବାକୁ ପଡିବ ନାହିଁ। ଯେଉଁମାନେ ମଦ କିଣିବେ ସେମାନଙ୍କ ଯୋଗାଯୋଗ ସଂକ୍ରାନ୍ତୀୟ ତଥ୍ୟ ଓ କିଣା ଦର ଇତ୍ୟାଦି ସାର୍ବଜନୀନ ହୋଇପାରିବ। ଏହାଦ୍ୱାରା ଚୋରି ରୋକାଯିବା ସହ ଟଙ୍କା ପରିଚାଳନାରେ ସହାୟକ ହୋଇପାରିବ। କେବଳ ଏତିକି ନୁହେଁ ଦଶହରା ସମୟରେ ସହରରେ ମଦୁଆଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଏକ ଗାଡି ବ୍ୟବସ୍ଥା ହୋଇଥିଲା, ଯାହାର ବିଭିନ୍ନ ପାର୍ଶ୍ୱରେ ମଦୁଆ ଧରା ଗାଡି ବୋଲି ଉଲ୍ଲେଖ ଥିଲା। ଗାଡିରେ ସ୍ବତନ୍ତ୍ର ଭାବେ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ। ସେମାନେ ପାଟ୍ରୋଲିଂ ସମୟରେ ଯେଉଁଠି ମଦୁଆଙ୍କୁ ଦେଖିଥିଲେ ଉଠାଇ ନେଉଥିଲେ। ଏହାଦ୍ୱାରା ମଦୁଆଙ୍କ ଉତ୍ପାତ କମିଥିଲା। ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ପଏଣ୍ଟରେ ବ୍ଲକର (ଗାଡି ଧୀର ହେବା ଉଦ୍ଦେଶ୍ୟରେ) ବ୍ୟବସ୍ଥା ହୋଇଥିଲା। ଜଗତ୍‌ସିଂହପୁରରେ ୨୩ଟି ପୂଜା କମିଟି ମେଢ କରିଥାନ୍ତି। ସେମାନେ ପୂର୍ବରୁ ବିଦ୍ୟୁତ୍‌ ସାର୍ଟିଫିକେଟ୍‌ ନେଉ ନ ଥିଲେ। ୨୦୧୯ରେ ଏହି ସାର୍ଟିଫିକେଟ୍‌ ଦିଆଯିବା ବ୍ୟବସ୍ଥା ହୋଇଥିଲା। ଏହି ସାର୍ଟିଫିକେଟ୍‌ ବଳରେ ପୂଜା ମଣ୍ଡପ କର୍ମକର୍ତ୍ତାମାନେ ଆଇନଗତ ସହାୟତା ପାଇପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ବିଶେଷକରି କୌଣସି ପ୍ରକାର ଅଘଟଣ ହେଲେ ବୀମାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆଇନଗତ ସହାୟତା ମିଳିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। କେବଳ ଏତିକି ନୁହେଁ, ପ୍ରଶାସନ ତଥା ବିଦ୍ୟୁତ ବିଭାଗ ମଧ୍ୟ ସମ୍ଭାବ୍ୟ ପରିସ୍ଥିତିରୁ ବର୍ତ୍ତି ପାରିଥିଲେ। ଜଗତ୍‌ସିଂହପୁର ବସ୍‌ ଷ୍ଟପରେ ଅସ୍ଥାୟୀ ପରିଶ୍ରାଗାର କରାଯାଇଥିଲା। କିନ୍ତୁ ଏସବୁ ଉପରେ ଚଳିତବର୍ଷ କୋହଳ ମନୋଭାବ ପୋଷଣ କରାଯାଇଛି। କେବଳ ୨୦୧୯ ପରି ଚଳିତବର୍ଷ ମଧ୍ୟ ପୂଜା ମଣ୍ଡପଗୁଡିକରେ ଡିଜେ ବାଜିବା ଉପରେ କଟକଣା ବଳବତ୍ତର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri