ଦିବ୍ୟାଙ୍ଗଙ୍କ ଶିକ୍ଷାଦାନ ପାଇଁ ରହିବେ ସ୍ବତନ୍ତ୍ର ଶିକ୍ଷକ

ଭୁବନେଶ୍ୱର, ୩୧।୧(ବ୍ୟୁରୋ):ରାଜ୍ୟରେ ଦିବ୍ୟାଙ୍ଗ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇଦେବା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିୟୋଜିତ ହେବେ। ଜାତୀୟ ଶିକ୍ଷାନୀତି(ଏନ୍‌ଇପି) ୨୦୨୦ର ଏକ ଅଂଶ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ନିକଟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଓଡ଼ିଶା ବିକଳାଙ୍ଗ ମଞ୍ଚ ଓ ଅନ୍ୟ ଅଂଶୀଦାରଙ୍କୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ଦିବ୍ୟାଙ୍ଗଙ୍କ କଲ୍ୟାଣ ସହ ଜଡ଼ିତ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ତେବେ ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷଠାରୁ ପ୍ରତି ବ୍ଲକ୍‌ର ଗୋଟିଏ ସ୍କୁଲରେ ଦିବ୍ୟାଙ୍ଗଙ୍କ ପାଇଁ ଏହିଭଳି ସ୍ବତନ୍ତ୍ର ଶିକ୍ଷକ ନିୟୋଜିତ ହେବେ। ତେବେ ସ୍କୁଲରେ ସ୍ବତନ୍ତ୍ର ଶିକ୍ଷା ଅ ାବଶ୍ୟକ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜଣେ କିମ୍ବା ଅଧିକ ସ୍ବତନ୍ତ୍ର ଶିକ୍ଷକ ରହିବେ। ତେବେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଏବଂ ସ୍ବତନ୍ତ୍ର ଶିକ୍ଷକଙ୍କ ମାଗଣା ପରିବହନ ବ୍ୟବସ୍ଥା ସମ୍ପୃକ୍ତ ବିଭାଗ ଦ୍ୱାରା କରାଯିବ।
ଓଡ଼ିଶା ବିକଳାଙ୍ଗ ମଞ୍ଚ ଦୀର୍ଘଦିନ ଧରି ସ୍ବତନ୍ତ୍ର ଛାତ୍ରୀଛାତ୍ରଙ୍କ ପାଇଁ ପିଏଚ୍‌ଡି ପର୍ଯ୍ୟନ୍ତ ଏବଂ ପ୍ରତ୍ୟେକ କଲେଜରେ ୫ ପ୍ରତିଶତ ସଂରକ୍ଷଣ ଦାବି କରିଆସୁଛି। ଏ ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା। ତେବେ ଉଚ୍ଚଶିକ୍ଷା ବିଭାଗ ଏହା ଉପରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ସେହିପରି ବୈଠକରେ ସରକାରୀ ତଥା ଘରୋଇ ବସ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ସିଟ୍‌ ସଂରକ୍ଷଣ ଏବଂ ଭଡ଼ା ରିହାତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସରକାରଙ୍କ ଅଧୀନରେ ଚାଲୁଥିବା ସାଧାରଣ ବସ୍‌ରେ ଯିବାବେଳେ ସିଟ୍‌ ସଂରକ୍ଷଣ ଏବଂ ଭଡ଼ା ରିହାତି ନିୟମ ଥିଲେ ମଧ୍ୟ ସେହି ସୁବିଧା ମିଳିପାରୁ ନ ଥିବାରୁ ବିକଳାଙ୍ଗ ମଞ୍ଚ ଅସନ୍ତୋଷ ପ୍ରକାଶ କରିଥିଲା। ଘରୋଇ ବସ୍‌ଗୁଡ଼ିକ ଏହି ପଲିସିକୁ ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲା। ବସ୍‌ ମାଲିକ ସଂଘର ପରାମର୍ଶକ୍ରମେ ମୋଟର ଯାନ ଅଧିନିୟମ ଅନୁଯାୟୀ ବାଣିଜ୍ୟ ଏବଂ ପରିବହନ ବିଭାଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)କୁ ଉପଯୁକ୍ତ ନିର୍ଦ୍ଦେଶନାମା ପ୍ରଦାନ କରିବା ସହ ଦିବ୍ୟାଙ୍ଗଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁନିଶ୍ଚିତ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଟିକେଟ୍‌ ବୁକିଂ ସମୟରେ ଦିବ୍ୟାଙ୍ଗମାନେ ସେମାନଙ୍କ ପରିଚୟପତ୍ର ଦେଖାଇ ଏହି ରିହାତି ସୁବିଧା ପାଇପାରିବେ। ସେହିପରି ସହଯାତ୍ରୀ ଓ ବସ୍‌ କର୍ମଚାରୀମାନେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଆବଶ୍ୟକତା ବିଷୟରେ ଅବଗତ ହେବା ପାଇଁ ବସ୍‌ରେ ସ୍ବତନ୍ତ୍ର ଲୋଗୋ ଓ ଷ୍ଟିକର ଲଗାଇବାକୁ କୁହାଯାଇଛି।
ହୋଇଥିବା ଆଲୋଚନା ଏବଂ ନିଷ୍ପତ୍ତି ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ସମେତ ୧୦ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?