ଦିବ୍ୟାଙ୍ଗଙ୍କ ଶିକ୍ଷାଦାନ ପାଇଁ ରହିବେ ସ୍ବତନ୍ତ୍ର ଶିକ୍ଷକ

ଭୁବନେଶ୍ୱର, ୩୧।୧(ବ୍ୟୁରୋ):ରାଜ୍ୟରେ ଦିବ୍ୟାଙ୍ଗ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇଦେବା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିୟୋଜିତ ହେବେ। ଜାତୀୟ ଶିକ୍ଷାନୀତି(ଏନ୍‌ଇପି) ୨୦୨୦ର ଏକ ଅଂଶ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ନିକଟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଓଡ଼ିଶା ବିକଳାଙ୍ଗ ମଞ୍ଚ ଓ ଅନ୍ୟ ଅଂଶୀଦାରଙ୍କୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ଦିବ୍ୟାଙ୍ଗଙ୍କ କଲ୍ୟାଣ ସହ ଜଡ଼ିତ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ତେବେ ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷଠାରୁ ପ୍ରତି ବ୍ଲକ୍‌ର ଗୋଟିଏ ସ୍କୁଲରେ ଦିବ୍ୟାଙ୍ଗଙ୍କ ପାଇଁ ଏହିଭଳି ସ୍ବତନ୍ତ୍ର ଶିକ୍ଷକ ନିୟୋଜିତ ହେବେ। ତେବେ ସ୍କୁଲରେ ସ୍ବତନ୍ତ୍ର ଶିକ୍ଷା ଅ ାବଶ୍ୟକ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜଣେ କିମ୍ବା ଅଧିକ ସ୍ବତନ୍ତ୍ର ଶିକ୍ଷକ ରହିବେ। ତେବେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଏବଂ ସ୍ବତନ୍ତ୍ର ଶିକ୍ଷକଙ୍କ ମାଗଣା ପରିବହନ ବ୍ୟବସ୍ଥା ସମ୍ପୃକ୍ତ ବିଭାଗ ଦ୍ୱାରା କରାଯିବ।
ଓଡ଼ିଶା ବିକଳାଙ୍ଗ ମଞ୍ଚ ଦୀର୍ଘଦିନ ଧରି ସ୍ବତନ୍ତ୍ର ଛାତ୍ରୀଛାତ୍ରଙ୍କ ପାଇଁ ପିଏଚ୍‌ଡି ପର୍ଯ୍ୟନ୍ତ ଏବଂ ପ୍ରତ୍ୟେକ କଲେଜରେ ୫ ପ୍ରତିଶତ ସଂରକ୍ଷଣ ଦାବି କରିଆସୁଛି। ଏ ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା। ତେବେ ଉଚ୍ଚଶିକ୍ଷା ବିଭାଗ ଏହା ଉପରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ସେହିପରି ବୈଠକରେ ସରକାରୀ ତଥା ଘରୋଇ ବସ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ସିଟ୍‌ ସଂରକ୍ଷଣ ଏବଂ ଭଡ଼ା ରିହାତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସରକାରଙ୍କ ଅଧୀନରେ ଚାଲୁଥିବା ସାଧାରଣ ବସ୍‌ରେ ଯିବାବେଳେ ସିଟ୍‌ ସଂରକ୍ଷଣ ଏବଂ ଭଡ଼ା ରିହାତି ନିୟମ ଥିଲେ ମଧ୍ୟ ସେହି ସୁବିଧା ମିଳିପାରୁ ନ ଥିବାରୁ ବିକଳାଙ୍ଗ ମଞ୍ଚ ଅସନ୍ତୋଷ ପ୍ରକାଶ କରିଥିଲା। ଘରୋଇ ବସ୍‌ଗୁଡ଼ିକ ଏହି ପଲିସିକୁ ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲା। ବସ୍‌ ମାଲିକ ସଂଘର ପରାମର୍ଶକ୍ରମେ ମୋଟର ଯାନ ଅଧିନିୟମ ଅନୁଯାୟୀ ବାଣିଜ୍ୟ ଏବଂ ପରିବହନ ବିଭାଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)କୁ ଉପଯୁକ୍ତ ନିର୍ଦ୍ଦେଶନାମା ପ୍ରଦାନ କରିବା ସହ ଦିବ୍ୟାଙ୍ଗଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁନିଶ୍ଚିତ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଟିକେଟ୍‌ ବୁକିଂ ସମୟରେ ଦିବ୍ୟାଙ୍ଗମାନେ ସେମାନଙ୍କ ପରିଚୟପତ୍ର ଦେଖାଇ ଏହି ରିହାତି ସୁବିଧା ପାଇପାରିବେ। ସେହିପରି ସହଯାତ୍ରୀ ଓ ବସ୍‌ କର୍ମଚାରୀମାନେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଆବଶ୍ୟକତା ବିଷୟରେ ଅବଗତ ହେବା ପାଇଁ ବସ୍‌ରେ ସ୍ବତନ୍ତ୍ର ଲୋଗୋ ଓ ଷ୍ଟିକର ଲଗାଇବାକୁ କୁହାଯାଇଛି।
ହୋଇଥିବା ଆଲୋଚନା ଏବଂ ନିଷ୍ପତ୍ତି ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ସମେତ ୧୦ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri