Posted inଜାତୀୟ

ଏସ୍‌ସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୌରପରିଷଦ ନିର୍ବାଚନରେ ୩ ମାସ ହେବ ବିଳମ୍ବ…

ମୁମ୍ବାଇ, ୫।୫ : ସୁପ୍ରିମ୍‌କୋର୍ଟ (ଏସ୍‌ସି)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହାରାଷ୍ଟ୍ରରେ ପୌରପାଳିକା ନିର୍ବାଚନରେ ବିଳମ୍ବ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ମ୍ୟୁନିସିପାଲିଟି କର୍ପୋରେଶନର ନିର୍ବାଚନ ହେବାର ସମ୍ଭାବନା ରହିଛି। ଖବରରୁ ଜଣାଯାଇଛି ଯେ ଡିଭିଜନ ଗଠନ ସହିତ ଅନ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ବାଚନ ଆୟୋଗ ତିନିମାସ ସମୟ ନେଇପାରନ୍ତି।

ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବାକୁ ୨୫ ଦିନରୁ ଅଧିକ ସମୟ ଲାଗିବାର ସମ୍ଭବାନା ରହିଛି। ଏଥି ସହିତ, ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ନିର୍ବାଚନ ଆୟୋଗ ଅତି କମରେ ୨୫ ଦିନ ନେବାର ଆଶା ରହିଛି। ଏହା ପରେ, ପରାମର୍ଶ କିମ୍ବା ଆପତ୍ତି ଗ୍ରହଣ ଲାଗି ପୁଣି ୧୫ ଦିନ ସମୟ ଲାଗିବ।

ତେଣୁ ଏହା ସ୍ପଷ୍ଟ ଯେ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ। ଏହା ପରେ ନିର୍ବାଚନ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ବୁଧବାର ଶୀର୍ଷକୋର୍ଟ ଆସନ୍ତା ୨ ସପ୍ତାହ ମଧ୍ୟରେ ବିଏମସି ଏବଂ ଅନ୍ୟାନ୍ୟ ସଂସ୍ଥାର ନିର୍ବାଚନର ତାରିଖ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଓବିସି ସଂରକ୍ଷଣ ଅନୁମୋଦନ ପରେ ହିଁ ରାଜ୍ୟ ସରକାର ନିର୍ବାଚନ କରିବେ ବୋଲି ପୂର୍ବରୁ କହିଥିଲେ। ଏହି ଆଦେଶର ସାମ୍ବିଧାନିକତା ପରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ସୂଚିତ କରି ନିର୍ବାଚନ କରିବାକୁ କହିଥିଲେ।

ପୂର୍ବରୁ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟର ମହାବିକାଶ ଆଘାଡି ମେଣ୍ଟ ସରକାର ପୂର୍ବତନ ମୁଖ୍ୟ ସଚିବ ଜୟନ୍ତ ବନଠିଆଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ଗଠନ କରିଥିଲେ। ଓବିସି ସଂରକ୍ଷଣ ମାମଲା ଉପରେ କୋର୍ଟ ରୋକ ଲଗାଇଥିଲେ। ମହାରାଷ୍ଟ୍ର ରାଜ୍ୟ ପଛୁଆ ବର୍ଗ ଆୟୋଗ (ଏମଏସସିବିସି)ର ରିପୋର୍ଟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହା ସ୍ଥାନୀୟ ନିର୍ବାଚନରେ ୨୭ ପ୍ରତିଶତ ଓବିସି କୋଟା ସୁପାରିଶ କରିଥିଲା। ଅଦାଲତ କହିଥିଲେ ଯେ ତଥ୍ୟର ଅଧ୍ୟୟନ ଏବଂ ଅନୁସନ୍ଧାନ ବିନା ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ପରେ ମହାରାଷ୍ଟ୍ର ସରକାର ଓବିସିର ରାଜନୈତିକ ପଛୁଆ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଏକ ପୃଥକ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ।

ନିର୍ବାଚନ ଆୟୋଗଙ୍କ ଘୋଷଣା ପରେ ମହାରାଷ୍ଟ୍ରରେ ୨୦ ଟି ମ୍ୟୁନିସିପାଲିଟି କର୍ପୋରେଶନ, ୨୫ ଟି ଜିଲ୍ଲା ପରିଷଦ, ୨୮୫ ଟି ପଞ୍ଚାୟତ ସମିତି, ୨୧୦ ଟି ନଗର ପରିଷଦ ଏବଂ ୨୦୦୦ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହେବ। ମ୍ୟୁନିସିପାଲିଟି କର୍ପୋରେଶନ ଗୁଡିକ ମଧ୍ୟରେ ମୁମ୍ବାଇ, ପୁଣେ, ଥାନେ, ନାସିକ, ନାଭି ମୁମ୍ବାଇ, ନାଗପୁର, କୋଲହାପୁର ଏବଂ ସୋଲାପୁର ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?