ପରିଶ୍ରମ ପୋର୍ଟାଲରେ ସ୍ବୟଂଚାଳିତ ହେବ ୫୨ ସେବା

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ପରିଶ୍ରମ ପୋର୍ଟାଲର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ୧୭ ତାରିଖରେ ଲୋକାର୍ପଣ କରାଯାଇଛି। ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗତ ସମୁଦାୟ ୫୨ ସେବାକୁ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ପ୍ରକ୍ରିୟା ଦ୍ୱାରା ଜନସାଧାରଣଙ୍କୁ ସହଜ ଓ ସରଳ ଉପାୟରେ ଯୋଗାଇବା ଉଦ୍ଦ୍ୟେଶରେ ପରିଶ୍ରମ ପୋର୍ଟାଲର ପରିକଳ୍ପନା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ପୋର୍ଟଲ ଅଧିନରେ ୨୨ ସେବା ଆନ୍‌ଲାଇନ୍‌ ମାଧ୍ୟମରେ ଉପଲବ୍ଧ କରାଯାଇଛି। ଏହା ସଫଳ ଭାବେ କାର୍ଯ୍ୟକ୍ଷମ ହେଉଛି। ୨ୟ ପର୍ଯ୍ୟାୟରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ୱାରା ମଙ୍ଗଳବାର ବାକି ୩୦ ସେବାରର ଲୋକାର୍ପଣ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ୫ଟି ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗତ ୨୨ ସେବା ଯୋଗାଇ ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬ ଶ୍ରମ ଆଇନ ଏବଂ ୨ ନୂତନ ଯୋଜନା ଅଧୀନରେ ୩୦ ସେବାର ଅନ୍‌ଲାଇନ୍‌ ଆବେଦନ ଅନୁମୋଦନ ଲାଗି ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବିଭିନ୍ନ ବୃହତ, ମଧ୍ୟମ, ଏବଂ କ୍ଷୁଦ୍ର ଶିଳ୍ପ, ମୋଟର ପରିବହନ, ବିଡି ତିଆରି ଶିଳ୍ପ ଇତ୍ୟାଦି ଅଂଶୀଦାରମାନେ ଖୁବ୍‌ ସହଜରେ ଆବଶ୍ୟକ ସେବାଗୁଡିକ ଉପଲବ୍ଧ କରିପାରିବେ। ଏହାସହ ଶିଳ୍ପ ସଂସ୍ଥାଗୁଡିକରେ ଛୁଟି ତାଲିକା ଅନୁମୋଦନ, ସ୍ଥାୟୀ ଆଦେଶ ପ୍ରମାଣପତ୍ର ଅନୁମୋଦନ ଇତ୍ୟାଦି ସେବାଗୁଡିକୁ ପରିଶ୍ରମ ପୋର୍ଟାଲ ଅଧୀନରେ ସରଳୀକୃତ ଇ-ପ୍ରଣାଳୀ ଦ୍ୱାରା ତ୍ୱରାନ୍ବିତ ଭାବେ ଏବଂ ସ୍ବଚ୍ଛତାର ସହିତ ଯୋଗାଇଦେବା ହେତୁ ରାଜ୍ୟରେ ବ୍ୟବସାୟ ସ୍ବଚ୍ଛନ୍ଦୀକରଣକୁ ପ୍ରୋତ୍ସାହିତ କରିବ। ଏବେସୁଦ୍ଧା ବିଭିନ୍ନ ଶିଳ୍ପଦ୍ୟୋଗୀ, ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଓ ଠିକାଦାର ଇତ୍ୟାଦି ଏହି ପୋର୍ଟାଲରେ ୧୧୮୫୪ ଦରଖାସ୍ତ ଦାଖଲ କରିଛନ୍ତି। ସେଥିରୁ ୧୦୫୭୯ ଦରଖାସ୍ତରେ ଆବଶ୍ୟକ ସେବା ମଞ୍ଜୁର କରାଯାଇଛି। ତୃତୀୟ ପକ୍ଷ ଚାହିଁଲେ ଯେକୌଣସି ଅନୁମୋଦନ ପ୍ରମାଣପତ୍ର ଏହି ପୋର୍ଟାଲରେ ଦେଖିପାରିବେ। ଏହି ପୋର୍ଟାଲରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ କାରଖାନା, ୫୦ ହଜାରରୁ ଅଧିକ ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ ଏବଂ ଲକ୍ଷେରୁ ଅଧିକ ଅଂଶୀଦାର ଲାଭ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri