ଦିନକୁ ୨୦ହଜାର ଟେଷ୍ଟ ହେବ

ଭୁବନେଶ୍ୱର, ୩୧।୭(ବ୍ୟୁରୋ)- କୋଭିଡ୍‌ ଆକ୍ରାନ୍ତଙ୍କ ଚିହ୍ନଟ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଅଗଷ୍ଟରୁ ୧୨ହଜାର ବଦଳରେ ଦୈନିକ ୨୦ହଜାର ଟେଷ୍ଟ କରାଯିବ ବୋଲି ଶୁକ୍ରବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌) ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦ହଜାର ଟେଷ୍ଟ ମଧ୍ୟରୁ ୮ହଜାର ଆର୍‌ଟି-ପିସିଆର୍‌ ଏବଂ ୧୨ହଜାର ଆଣ୍ଟିଜେନ୍‌ ଓ ଟ୍ରୁନାଟ୍‌ ଟେଷ୍ଟ ହେବ। ସରକାର ଚାହିଁଲେ ବେସରକାରୀ ଲାବୋରାଟୋରିରେ ପରୀକ୍ଷଣ କରିପାରିବେ। ରାଜ୍ୟରେ ଆଣ୍ଟିଜେନ୍‌ କିଟ୍‌ର ଅଭାବ ନାହିଁ। ବର୍ତ୍ତମାନ ପ୍ରତି ଜିଲାରେ ୩ହଜାରରୁ ଊର୍ଦ୍ଧ୍ୱ ଆଣ୍ଟିଜେନ୍‌ କିଟ୍‌ ମହଜୁଦ ରହିଛି। ଆବଶ୍ୟକ ପଡ଼ିଲେ ଅଧିକ କିଟ୍‌ ଯୋଗାଇ ଦିଆଯିବ। ଏଥିସହ ଦିନକୁ ଦିନ ରାଜ୍ୟର କିଛି ଜିଲାରେ କରୋନା ସ୍ଥିତିରେ ସୁଧାର ଆସୁଛି। ବର୍ତ୍ତମାନ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲାରେ କରୋନା ସଂକ୍ରମଣର ସ୍ଥିତି ସ୍ଥିର ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। କିଛି କିଛି ଜିଲାରେ ଅଳ୍ପ ସଂଖ୍ୟକ ଆକ୍ରାନ୍ତ ବଢ଼ୁଛନ୍ତି। ଯେପର୍ଯ୍ୟନ୍ତ ପୂରା କମି ନାହିଁ, ସେ ପର୍ଯ୍ୟନ୍ତ ସ୍ଥିତି ଆୟତ୍ତ ବୋଲି କୁହାଯାଇପାରିବ ନାହିଁ। ଏଥିସହ ରାଜ୍ୟରେ ପ୍ଲାଜ୍‌ମା ଥେରାପି ସଫଳ ହେଉଛି। କିନ୍ତୁ ପ୍ଲାଜ୍‌ମା ସଂଗ୍ରହରେ ସମସ୍ୟା ସୃଷ୍ଟି ହେଉଛି ବୋଲି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁ

ପୁରୀ ଅଫିସ, ୧୯ା୧୧: ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ୍‌ କାର୍ତ୍ତିକ ମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ (ଡାଳିକିଆ...

ଓଡ଼ିଶା ଆକାଶରେ ଧୂମକେତୁ: ୬,୮୦୦ ବର୍ଷ ପରେ ପୁଣିଥରେ ଆସିବ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଜୁଲାଇ ୧୬ରୁ ୧୮ ତାରିଖ ମଧ୍ୟରେ ରାଜ୍ୟର ମେଘମୁକ୍ତ ଥିବା କେତେକ ସ୍ଥାନରେ ସନ୍ଧ୍ୟାରେ ଅଳ୍ପସମୟ ପାଇଁ ‘ସି/୨୦୨୦ ଏଫ୍‌-୩’ ଧୂମକେତୁ ଦେଖିବାକୁ ମିଳିଛି।...

ଖଲ୍ଲିକୋଟ କଲେଜରେ ଆର୍‌ଟିଓ କ୍ୟାମ୍ପ ଅଫିସ୍‌

ବ୍ରହ୍ମପୁର ଅଫିସ୍‌,୨୪ା୯-ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ସୋମବାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ର ଏକ କ୍ୟାମ୍ପ ଅଫିସ୍‌ ଖୋଲିଛି । ବୁଧବାର ପର୍ଯ୍ୟନ୍ତ ଚାଲିିବାକୁ ଥିବା ଏହି...

ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ, ସରୋଜ ମେହେର ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୬ା୬(ବ୍ୟୁରୋ): ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ ମିଳିଛି। ସେହିପରି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ସରକାରୀ ଦଳ ଉପ...

ଆଜି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର, ୮ା୬(ବ୍ୟୁରୋ): ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀଭାବେ ଶପଥ ନେବାପରେ ପ୍ରଥମ ଥର ପାଇଁ ଶନିବାର ଓଡିଶା ଆସୁଛନ୍ତି। ସେମାନଙ୍କ ସହ ରାଜ୍ୟ...

ଲଗାଣ ବର୍ଷାରେ ଧୋଇଗଲା ପିସୁବାନ୍ଦା ନାଳ ପୋଲର ଦୁଇ ପାର୍ଶ୍ୱ ରାସ୍ତା: ଯାତାୟାତ ଠପ୍‌

କୋଟଗଡ଼, ୯।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଗତ ୪ଦିନଧରି ଲଗାଣ ବର୍ଷା ଲାଗିରହିଛି। ଏଥିରେ ପିସୁବାନ୍ଦା ନାଳ ଉପରେ ନୂତନଭାବେ ଏକ ପୋଲ ଠିକା...

ବରଗଡ଼ ଜିଲା ଚିଠି: ଅଲୋଡ଼ା ଶିଶୁକନ୍ୟା

ଶିଶୁକନ୍ୟାଙ୍କ ସୁରକ୍ଷା, ଭବିଷ୍ୟତ ସକାଶେ ରାଜ୍ୟ, କେନ୍ଦ୍ର ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଥିପାଇଁ ସରକାର ବିଭିନ୍ନ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି। ବର୍ଷର...

ଚାନ୍ଦବାଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବ୍ରତ ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ନଗର...

Advertisement
Archives

Model This Week