ଆକାଶଙ୍କ ଜେରାରୁ ଦୃଢ଼ ପ୍ରମାଣ ମିଳିଲା

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ବହୁକୋଟି ଠକେଇ ଓ ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗ୍‌କୁ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ସମ୍ପୃକ୍ତ ଆକାଶ ପାଠକଙ୍କ ୪ ଦିନିଆ ରିମାଣ୍ଡ ରବିବାର ଶେଷ ହୋଇଛି। କମିଶନରେଟ ପୋଲିସର ଜେରାବେଳେ ଆକାଶ ଠକେଇ ସଂକ୍ରାନ୍ତ ବହୁ ସତ ସ୍ବୀକାର କରିଛନ୍ତି। ତେବେ ଏହି ଜେରାରୁ ପୋଲିସ ତଥ୍ୟ ପ୍ରମାଣ ହାସଲ କରିବାରେ ସଫଳ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ଡିସିପି ଦାସ ଆକାଶଙ୍କୁ ସ୍କାଏ କିଙ୍ଗ ସଂସ୍ଥାକୁ ଠକେଇ ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ଜେରା କରିଥିଲେ। ଆକାଶ ପ୍ରଥମେ ଚୁପ୍‌ ରହିଥିଲେ ମଧ୍ୟ ପରେ ମୁହଁ ଖୋଳି ସବୁକଥା କହିଥିଲେ। ଟାଟା ମୋଟର୍ସର ଏମ୍‌ଡି ନ ଥିବା ସ୍ବୀକାର କରିବା ସହ ହୋଟେଲ ଓ ଚାର୍ଟର ଫ୍ଲାଇଟ୍‌ ବୁକ୍‌ ପାଇଁ ସ୍କାଇ କିଙ୍ଗ୍‌ ସଂସ୍ଥାକୁ ଜାଲ୍‌ ପ୍ରମାଣପତ୍ର ଦେଇଛନ୍ତି। ଏଥିସହ ଉକ୍ତ ସଂସ୍ଥାର ଟଙ୍କା ବକେୟା ରଖିଥିବା ଆକାଶ କହିଥିଲେ। ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ କୋର୍ଟରେ ହାଜର କରାଯିବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଆକାଶଙ୍କ ବାପା ତଥା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ। ଉଭୟ ଅଭୟ ଓ ଆକାଶ ପଞ୍ଚତାରକା ହୋଟେଲରେ ରହିବା ସହ ଚାର୍ଟର ଫ୍ଲାଟ୍‌ରେ ରାଜ୍ୟ ବାହାରକୁ ଯିବାଆସିବା କରୁଥିଲେ। ତେବେ ସ୍କାଏ କିଙ୍ଗ୍‌ ସଂସ୍ଥାରେ ଆକାଶ ଏଥିପାଇଁ ବୁକିଂ କରିଥିଲେ। ସେବା ବାବଦକୁ ଉକ୍ତ ସଂସ୍ଥାକୁ ଆକାଶ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନ ଦେଇ ଠକି ଚାଲିଥିଲେ। ବାପପୁଅ ଗିରଫ ହେବା ପରେ ଖାରବେଳନଗର ଥାନାରେ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ଅଭିଯୋଗ କରିଥିଲେ। ପୋଲିସ ୨୯୩/୨୦ରେ ମାମଲା ରୁଜୁ ହୋଇଥିଲା। ଆକାଶଙ୍କ ବିରୋଧରେ ଜାଲିଆତି ଓ ଚାକିରି ଦେବା ନାଁରେ ଠକେଇ ମାମଲା ରହିଛି। ଅନ୍ୟପକ୍ଷରେ ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ କ୍ରାଇମବ୍ରାଞ୍ଚର ଜେରାର ସମ୍ମୁଖୀନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri