ଅଜଣା ଫାଇଲେରିଆ ମହାମାରୀ

ଫାଇଲେରିଆ ରୋଗ ଗୋଟିଏ ଅଜଣା ମହାମାରୀ ରୂପ ଧାରଣ କଲାଣି । ଦେଶର ୬୫୦ ନିୟୁତ ବ୍ୟକ୍ତି ଏଥିରେ ଆକ୍ରାନ୍ତ । ୨୫୦ ଜିଲାରେ ପରିବ୍ୟାପ୍ତ ୨୦ଟି ରାଜ୍ୟ ସଂକ୍ରମିତ । ୨୦୨୦ ସୁଦ୍ଧା ଏହି ରୋଗ ଭାରତରୁ ମୂଳପୋଛ କରିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ନୀତି ପ୍ରଣୟନ ହୋଇଥିଲା । କିନ୍ତୁ ଏହା ସମ୍ଭବ ନୁହେଁ । ଏହା ବିଶ୍ୱର ଦ୍ୱିତୀୟ ସ୍ଥାୟୀ ଶାରୀରିକ ଅସାମର୍ଥ୍ୟ ରୋଗ । ୮୩ଟି ଦେଶରେ ୧୨୦ ନିୟୁତ ରୋଗୀ ଅଛନ୍ତି ।
ପୁରାତନ ରୋଗୀର ପାଦ ହାତୀ ପାଦ ପରି ଫୁଲିଯାଏ। ଏହି ଫୁଲା ଆଣ୍ଠୁ ତଳକୁ ଦେଖାଯାଏ । ପୁରୁଷମାନଙ୍କର ଲିଙ୍ଗ, ଅଣ୍ଡକୋଷ ଏବଂ ମହିଳାମାନଙ୍କର ସ୍ତନର ଆକାର ବୃଦ୍ଧି ହୁଏ । ବିରୂପ ଦେଖାଯାଏ । ଏହା ଗୋଟିଏ ମଶା ବାହକ ରୋଗ । ଏହି ରୋଗର ପରଜୀବୀ ହେଉଛି ‘ଉଚେରେରିଆ ବାନକ୍ରଫଟି’ । ଲସିକା ଫାଇଲେରିଆ ରୋଗର ଏହା ମୁଖ୍ୟ କାରଣ । ପ୍ରତ୍ୟେକ ପରଜୀବୀ ୫୦,୦୦୦ ଶୂକ କୃମିକୁ ଜନ୍ମ ଦିଏ । ମଶା ରୋଗୀର ବାହକଠାରୁ ରକ୍ତ ଶୋଷିବା ସମୟରେ ଶୂକ କୃମିକୁ ଟାଣିନିଏ । ରୋଗର ବାହକ ରକ୍ତରେ ଶୂକ ପରଜୀବୀ ଥିଲେ ମଧ୍ୟ ରୋଗର ଲକ୍ଷଣ ପ୍ରକାଶିତ ହୁଏନାହିଁ। ପୁରାତନ ରୋଗୀର ରକ୍ତରେ ଏମାନେ ନ ଥାନ୍ତି । ତେଣୁ ସେମାନେ ରୋଗ ସଂକ୍ରମଣ କରନ୍ତି ନାହିଁ । ଶରୀରରେ ଶୂକ ପରଜୀବୀ ପ୍ରବେଶ କରିବା ପରେ ଲସିକା ଗ୍ରନ୍ଥି ଓ ନଳୀରେ ଅବସ୍ଥାନ କରନ୍ତି । ଏକ ବର୍ଷ ପରେ ଏମାନେ ବୟସ୍କ ପରଜୀବୀରେ ପରିଣତ ହୁଅନ୍ତି । ୫ରୁ ୧୦ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହନ୍ତି । ପରିପକ୍ୱ ହେବା ପରେ ଶିଶୁ ପରଜୀବୀକୁ ଜନ୍ମ ଦିଅନ୍ତି । ଏହି ସମୟରେ ମାଈ ପରଜୀବୀର ଗୋଡ-ହାତ ବିନ୍ଧା ହୁଏ । ଏହି ଅବସ୍ଥା ଯନ୍ତ୍ରଣାଦାୟକ । ଗୋଡ ଫୁଲିଯାଏ । ଫୋଟକା ହୋଇ ପାଣି ବାହାରେ । ଜଙ୍ଘ ସନ୍ଧିରେ ଲସିକା ଗ୍ରନ୍ଥି ଫୁଲି ଦରଜ ହୁଏ । ଲସିକା ନଳୀ ପ୍ରସାରିତ ହୋଇଯାଏ । ଏହା ଭିତରେ ବୟସ୍କ ପରଜୀବୀମାନେ ପରସ୍ପର ଗୁଡେଇ ହୋଇରହିଥାଆନ୍ତି । ଚିକିତ୍ସା ଫଳରେ ବିନ୍ଧା ଯନ୍ତ୍ରଣା କମିଯାଏ । କିନ୍ତୁ ଗୋଡର ଫୁଲା କମେ ନାହିଁ । ବହୁବର୍ଷ ପର୍ଯ୍ୟନ୍ତ ଜ୍ୱର ଓ ଯନ୍ତ୍ରଣା ନ ହୋଇ ସୁପ୍ତ ଅବସ୍ଥାରେ ରହିଥାଏ । ୨୦୦୪ ମସିହାରୁ ଭାରତ ସରକାର ସାମୂହିକ ଔଷଧ ସେବନ ବ୍ୟବସ୍ଥା ଫାଇଲେରିଆ ରୋଗ ନିରାକରଣ ପାଇଁ କରିଆସୁଛନ୍ତି ।
୬୫ପ୍ରତିଶତ ଜନତାଙ୍କୁ ବର୍ଷକୁ ଥରେ ଗୋଟିଏ ଡିଇସି ଏବଂ ଗୋଟିଏ ଆଲବେଣ୍ଡାଜଲ (କୃମି ବଟିକା) ବଟିକା ଖାଇବାକୁ ଦିଆଯାଉଛି । ୫ବର୍ଷ ପର୍ଯ୍ୟନ୍ତ ଖାଇବାକୁ ହେବ । ଏହି ଯୁଗ୍ମ ଔଷଧ ଦୁଇବର୍ଷରୁ କମ୍‌ ଶିଶୁ, ଗର୍ଭବତୀ ମହିଳା ଏବଂ ରୁଗ୍‌ଣ ବ୍ୟକ୍ତି ଖାଇପାରିବେ ନାହିଁ । ସାମୂହିକ ଔଷଧ ସେବନର ୫ବର୍ଷ ପରେ ଏହାର ସଫଳତା ସମୀକ୍ଷା କରାଗଲା । ଦେଶର ଫାଇଲେରିଆ ସଂକ୍ରମିତ ୨୫୬ ଜିଲା ମଧ୍ୟରୁ ୯୬ ଜିଲାରେ ଔଷଧ ସେବନ ବନ୍ଦ କରିଦିଆଗଲା । ବାହାର ସମୀକ୍ଷକଙ୍କ ଦ୍ୱାରା ଫଳାଫଳ ସମୀକ୍ଷା ହେଲା । ଅଧିକାଂଶ ଜିଲାରେ ଏହି ପ୍ରତିଷେଧକ ବ୍ୟବସ୍ଥା ବିଫଳ ହୋଇଥିବାର ପ୍ରମାଣିତ ହେଲା । ପୂର୍ବରୁ ସ୍ଥିର ହୋଇଥିବା ସଂକ୍ରମିତ ୨୫୬ ଜିଲାର ସଂଖ୍ୟା ନୂତନ ପରିସଂଖ୍ୟାନ ଅନୁସାରେ ୩୦୦ରୁ ଅଧିକ ହେଲାଣି । ସାମୂହିକ ଔଷଧ ସେବନ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୨୦ ସୁଦ୍ଧା ଦେଶରୁ ଫାଇଲେରିଆ ନିରାକରଣ ସମ୍ଭବ ହୋଇପାରିବ ନାହିଁ । ଏକା ଥରକେ ଦୁଇଟି ବଟିକା ବଦଳରେ ୪ଟି ବଟିକା ଦିଆଯିବ । ‘ଆଇଉରମେକ୍ଟିନ’ ଔଷଧ ମିଶାଯିବ । ଲସିକା ଫାଇଲେରିଆ ପାଇଁ ଡିଇସି ଅପେକ୍ଷା ଏହା ଉତ୍କୃଷ୍ଟ ନୁହେଁ। ଯକୃତ ଉପରେ ଏହାର କୁପ୍ରଭାବ ଅଛି ।
ସବୁ ଲୋକ ଏହା ଖାଇବା ଆବଶ୍ୟକ ।
ସ୍ବାସ୍ଥ୍ୟକର୍ମୀମାନେ ଜନସାଧାରଣଙ୍କୁ ସଚେତନ କରି ଔଷଧ ଖୁଆଇବା ଉଚିତ । ‘ଆଇଉରମେକ୍ଟିନ’ ଡିଇସି ସହିତ ମିଶିବା ଫଳରେ ୯୯ପ୍ରତିଶତ ଶିଶୁ ପରଜୀବୀ ମରିଯିବାର ମତପ୍ରକାଶ ପାଉଛି । ଶରୀରରେ ଔଷଧର ପ୍ରତିକ୍ରିୟା ଏବଂ ଫାଇଲେରିଆ ନିରାକରଣରେ ସଫଳତା ସମୟ କହିବ ।
‘ଆଇଉରମେକ୍ଟିିନ’ ଔଷଧର ମାତ୍ରା ଶରୀର ଓଜନ ଉପରେ ନିର୍ଭର କରେ ।
କେତେକଙ୍କ କ୍ଷେତ୍ରରେ ଗୁରୁତର ପ୍ରତିକ୍ରିୟା ପ୍ରକାଶ ପାଏ । ଏହି ଔଷଧ ଅଳ୍ପ ପରିମାଣରେ ମସ୍ତିଷ୍କକୁ ଯାଏ। ତେଣୁ ଅଚେତ ହୋଇଯିବାର ଆଶଙ୍କା ଥାଏ । ୫ବର୍ଷ ତଳକୁ ଶିଶୁମାନେ ଏହା ବ୍ୟବହାର କରିପାରିବେ ନାହିଁ । ଏହି ବୟସରେ ମଶା କାମୁଡିଲେ ପରଜୀବୀ ଦେହରେ ପ୍ରବେଶ କରେ । ୧୦ବର୍ଷ ପରେ ରୋଗର ଲକ୍ଷଣ ପ୍ରକାଶ ପାଏ ।
ମାଈ ବୟସ୍କ ପରଜୀବୀର ଗର୍ଭାଧାନ ପ୍ରକ୍ରିୟା ୫ବର୍ଷରୁ ଅଧିକ ହୋଇଥିବାରୁ ସାମୂହିକ ଔଷଧ ସେବନ ୫ବର୍ଷ ପର୍ଯ୍ୟନ୍ତ ହେବା ଉଚିତ । ଆଇଉରମେକ୍ଟିନ ବର୍ଷକୁ ଥରେ ୨୦୦ରୁ ୪୦୦ ମାଇକ୍ରୋଗ୍ରାମ ଶରୀର ଓଜନର ୧କେଜି ପ୍ରତି ଦିଆଯିବା ଆବଶ୍ୟକ । ଏହି ଔଷଧର ମାତ୍ରା ଓଜନ ଅନୁପାତରେ ନିର୍ଦ୍ଧାରିତ ହୋଇଥିବାରୁ ସାମୂହିକ ସେବନ ପାଇଁ ଅନୁକୂଳ ନୁହେଁ । ଏହା ବୟସ୍କ ଫାଇଲେରିଆ ପରଜୀବୀକୁ ମାରିପାରିବ ନାହିଁ । କେବଳ ଶିଶୁ ପରଜୀବୀ ମରିଯିବେ । ଫାଇଲେରିଆ ନିରାକରଣ ଓ ଫାଇଲେରିଆ ରୋଗୀର ଚିକିତ୍ସା ସମ୍ପୂର୍ଣ୍ଣ ଭିନ୍ନ । ଭାରତରେ ୨୪ ନିୟୁତ ଫାଇଲେରିଆ ରୋଗୀ ଅଛନ୍ତି । ସେମାନେ ରୋଗ ସଂକ୍ରମଣ କରନ୍ତି ନାହିଁ ।
ଜୀବନ ବ୍ୟାପୀ ଜ୍ୱର ଓ ଯନ୍ତ୍ରଣା ଭୋଗ କରନ୍ତି । ଏହାର ଫଳପ୍ରଦ ଚିକିତ୍ସା ନାହିଁ ।
ଫାଇଲେରିଆ ରୋଗରେ ଅନେକ ଶିଶୁ ଓ କିଶୋର ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କର ରୋଗର ଲକ୍ଷଣ ନ ଥାଏ। ଏହି କିଶୋରମାନଙ୍କର ଗୋଡ ଓ ହାତରେ ଥିବା ଲସିକା ନଳୀରେ ପ୍ରଦାହ ହୋଇ କଠିନ ହୋଇଯାଏ । ସେମାନେ ଦୌଡି ପାରନ୍ତି ନାହିଁ । ଖେଳିବା ସମ୍ଭବ ହୁଏନାହିଁ । ଖୋର୍ଦ୍ଧା ଜିଲାର ୫ରୁ ୧୮ବର୍ଷ ମଧ୍ୟରେ ୧୦୨ଜଣ ଛାତ୍ର ରକ୍ତ ପରୀକ୍ଷାରୁ ଫାଇଲେରିଆ ହୋଇଥିବାର ପ୍ରମାଣ ମିଳିଲା । ଚିକିତ୍ସା ପରେ ସେମାନେ ସୁସ୍ଥ ହେଲେ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରୀଡାରେ ଭାଗ ନେଲେ । ଆଲବେଣ୍ଡାଜଲ ଓ ଡିଇସି ବଟିକା ବର୍ଷକୁ ଦୁଇଥର ଖାଇ ଆରୋଗ୍ୟ ହେଲେ । ରୋଗର ଲକ୍ଷଣ ନ ଥାଇ ଔଷଧ ସେବନ ଦ୍ୱାରା ଖେଳିବା ପାଇଁ ଶିଶୁ ଓ କିଶୋରମାନେ ସମର୍ଥ ହେଲେ । ଏହି ଗବେଷଣା ପାଇଁ ‘ମେଲିଣ୍ଡା ଗେଟ୍‌ସ’ ପ୍ରତିଷ୍ଠାନ ପାଣ୍ଠି ବ୍ୟବସ୍ଥା କରିଥିଲେ ।

ଡା. ଦ୍ୱିଜେଶ କୁମାର ପଣ୍ଡା

-ଫାଇଲେରିଆ
ଓ ନିଦାନ ବିଶେଷଜ୍ଞ
ଏମ-୫/୧୨, ଆଚାର୍ଯ୍ୟବିହାର, ଭୁବନେଶ୍ୱର
ମୋ : ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?