ଅଜଣା ଫାଇଲେରିଆ ମହାମାରୀ

ଫାଇଲେରିଆ ରୋଗ ଗୋଟିଏ ଅଜଣା ମହାମାରୀ ରୂପ ଧାରଣ କଲାଣି । ଦେଶର ୬୫୦ ନିୟୁତ ବ୍ୟକ୍ତି ଏଥିରେ ଆକ୍ରାନ୍ତ । ୨୫୦ ଜିଲାରେ ପରିବ୍ୟାପ୍ତ ୨୦ଟି ରାଜ୍ୟ ସଂକ୍ରମିତ । ୨୦୨୦ ସୁଦ୍ଧା ଏହି ରୋଗ ଭାରତରୁ ମୂଳପୋଛ କରିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ନୀତି ପ୍ରଣୟନ ହୋଇଥିଲା । କିନ୍ତୁ ଏହା ସମ୍ଭବ ନୁହେଁ । ଏହା ବିଶ୍ୱର ଦ୍ୱିତୀୟ ସ୍ଥାୟୀ ଶାରୀରିକ ଅସାମର୍ଥ୍ୟ ରୋଗ । ୮୩ଟି ଦେଶରେ ୧୨୦ ନିୟୁତ ରୋଗୀ ଅଛନ୍ତି ।
ପୁରାତନ ରୋଗୀର ପାଦ ହାତୀ ପାଦ ପରି ଫୁଲିଯାଏ। ଏହି ଫୁଲା ଆଣ୍ଠୁ ତଳକୁ ଦେଖାଯାଏ । ପୁରୁଷମାନଙ୍କର ଲିଙ୍ଗ, ଅଣ୍ଡକୋଷ ଏବଂ ମହିଳାମାନଙ୍କର ସ୍ତନର ଆକାର ବୃଦ୍ଧି ହୁଏ । ବିରୂପ ଦେଖାଯାଏ । ଏହା ଗୋଟିଏ ମଶା ବାହକ ରୋଗ । ଏହି ରୋଗର ପରଜୀବୀ ହେଉଛି ‘ଉଚେରେରିଆ ବାନକ୍ରଫଟି’ । ଲସିକା ଫାଇଲେରିଆ ରୋଗର ଏହା ମୁଖ୍ୟ କାରଣ । ପ୍ରତ୍ୟେକ ପରଜୀବୀ ୫୦,୦୦୦ ଶୂକ କୃମିକୁ ଜନ୍ମ ଦିଏ । ମଶା ରୋଗୀର ବାହକଠାରୁ ରକ୍ତ ଶୋଷିବା ସମୟରେ ଶୂକ କୃମିକୁ ଟାଣିନିଏ । ରୋଗର ବାହକ ରକ୍ତରେ ଶୂକ ପରଜୀବୀ ଥିଲେ ମଧ୍ୟ ରୋଗର ଲକ୍ଷଣ ପ୍ରକାଶିତ ହୁଏନାହିଁ। ପୁରାତନ ରୋଗୀର ରକ୍ତରେ ଏମାନେ ନ ଥାନ୍ତି । ତେଣୁ ସେମାନେ ରୋଗ ସଂକ୍ରମଣ କରନ୍ତି ନାହିଁ । ଶରୀରରେ ଶୂକ ପରଜୀବୀ ପ୍ରବେଶ କରିବା ପରେ ଲସିକା ଗ୍ରନ୍ଥି ଓ ନଳୀରେ ଅବସ୍ଥାନ କରନ୍ତି । ଏକ ବର୍ଷ ପରେ ଏମାନେ ବୟସ୍କ ପରଜୀବୀରେ ପରିଣତ ହୁଅନ୍ତି । ୫ରୁ ୧୦ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହନ୍ତି । ପରିପକ୍ୱ ହେବା ପରେ ଶିଶୁ ପରଜୀବୀକୁ ଜନ୍ମ ଦିଅନ୍ତି । ଏହି ସମୟରେ ମାଈ ପରଜୀବୀର ଗୋଡ-ହାତ ବିନ୍ଧା ହୁଏ । ଏହି ଅବସ୍ଥା ଯନ୍ତ୍ରଣାଦାୟକ । ଗୋଡ ଫୁଲିଯାଏ । ଫୋଟକା ହୋଇ ପାଣି ବାହାରେ । ଜଙ୍ଘ ସନ୍ଧିରେ ଲସିକା ଗ୍ରନ୍ଥି ଫୁଲି ଦରଜ ହୁଏ । ଲସିକା ନଳୀ ପ୍ରସାରିତ ହୋଇଯାଏ । ଏହା ଭିତରେ ବୟସ୍କ ପରଜୀବୀମାନେ ପରସ୍ପର ଗୁଡେଇ ହୋଇରହିଥାଆନ୍ତି । ଚିକିତ୍ସା ଫଳରେ ବିନ୍ଧା ଯନ୍ତ୍ରଣା କମିଯାଏ । କିନ୍ତୁ ଗୋଡର ଫୁଲା କମେ ନାହିଁ । ବହୁବର୍ଷ ପର୍ଯ୍ୟନ୍ତ ଜ୍ୱର ଓ ଯନ୍ତ୍ରଣା ନ ହୋଇ ସୁପ୍ତ ଅବସ୍ଥାରେ ରହିଥାଏ । ୨୦୦୪ ମସିହାରୁ ଭାରତ ସରକାର ସାମୂହିକ ଔଷଧ ସେବନ ବ୍ୟବସ୍ଥା ଫାଇଲେରିଆ ରୋଗ ନିରାକରଣ ପାଇଁ କରିଆସୁଛନ୍ତି ।
୬୫ପ୍ରତିଶତ ଜନତାଙ୍କୁ ବର୍ଷକୁ ଥରେ ଗୋଟିଏ ଡିଇସି ଏବଂ ଗୋଟିଏ ଆଲବେଣ୍ଡାଜଲ (କୃମି ବଟିକା) ବଟିକା ଖାଇବାକୁ ଦିଆଯାଉଛି । ୫ବର୍ଷ ପର୍ଯ୍ୟନ୍ତ ଖାଇବାକୁ ହେବ । ଏହି ଯୁଗ୍ମ ଔଷଧ ଦୁଇବର୍ଷରୁ କମ୍‌ ଶିଶୁ, ଗର୍ଭବତୀ ମହିଳା ଏବଂ ରୁଗ୍‌ଣ ବ୍ୟକ୍ତି ଖାଇପାରିବେ ନାହିଁ । ସାମୂହିକ ଔଷଧ ସେବନର ୫ବର୍ଷ ପରେ ଏହାର ସଫଳତା ସମୀକ୍ଷା କରାଗଲା । ଦେଶର ଫାଇଲେରିଆ ସଂକ୍ରମିତ ୨୫୬ ଜିଲା ମଧ୍ୟରୁ ୯୬ ଜିଲାରେ ଔଷଧ ସେବନ ବନ୍ଦ କରିଦିଆଗଲା । ବାହାର ସମୀକ୍ଷକଙ୍କ ଦ୍ୱାରା ଫଳାଫଳ ସମୀକ୍ଷା ହେଲା । ଅଧିକାଂଶ ଜିଲାରେ ଏହି ପ୍ରତିଷେଧକ ବ୍ୟବସ୍ଥା ବିଫଳ ହୋଇଥିବାର ପ୍ରମାଣିତ ହେଲା । ପୂର୍ବରୁ ସ୍ଥିର ହୋଇଥିବା ସଂକ୍ରମିତ ୨୫୬ ଜିଲାର ସଂଖ୍ୟା ନୂତନ ପରିସଂଖ୍ୟାନ ଅନୁସାରେ ୩୦୦ରୁ ଅଧିକ ହେଲାଣି । ସାମୂହିକ ଔଷଧ ସେବନ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୨୦ ସୁଦ୍ଧା ଦେଶରୁ ଫାଇଲେରିଆ ନିରାକରଣ ସମ୍ଭବ ହୋଇପାରିବ ନାହିଁ । ଏକା ଥରକେ ଦୁଇଟି ବଟିକା ବଦଳରେ ୪ଟି ବଟିକା ଦିଆଯିବ । ‘ଆଇଉରମେକ୍ଟିନ’ ଔଷଧ ମିଶାଯିବ । ଲସିକା ଫାଇଲେରିଆ ପାଇଁ ଡିଇସି ଅପେକ୍ଷା ଏହା ଉତ୍କୃଷ୍ଟ ନୁହେଁ। ଯକୃତ ଉପରେ ଏହାର କୁପ୍ରଭାବ ଅଛି ।
ସବୁ ଲୋକ ଏହା ଖାଇବା ଆବଶ୍ୟକ ।
ସ୍ବାସ୍ଥ୍ୟକର୍ମୀମାନେ ଜନସାଧାରଣଙ୍କୁ ସଚେତନ କରି ଔଷଧ ଖୁଆଇବା ଉଚିତ । ‘ଆଇଉରମେକ୍ଟିନ’ ଡିଇସି ସହିତ ମିଶିବା ଫଳରେ ୯୯ପ୍ରତିଶତ ଶିଶୁ ପରଜୀବୀ ମରିଯିବାର ମତପ୍ରକାଶ ପାଉଛି । ଶରୀରରେ ଔଷଧର ପ୍ରତିକ୍ରିୟା ଏବଂ ଫାଇଲେରିଆ ନିରାକରଣରେ ସଫଳତା ସମୟ କହିବ ।
‘ଆଇଉରମେକ୍ଟିିନ’ ଔଷଧର ମାତ୍ରା ଶରୀର ଓଜନ ଉପରେ ନିର୍ଭର କରେ ।
କେତେକଙ୍କ କ୍ଷେତ୍ରରେ ଗୁରୁତର ପ୍ରତିକ୍ରିୟା ପ୍ରକାଶ ପାଏ । ଏହି ଔଷଧ ଅଳ୍ପ ପରିମାଣରେ ମସ୍ତିଷ୍କକୁ ଯାଏ। ତେଣୁ ଅଚେତ ହୋଇଯିବାର ଆଶଙ୍କା ଥାଏ । ୫ବର୍ଷ ତଳକୁ ଶିଶୁମାନେ ଏହା ବ୍ୟବହାର କରିପାରିବେ ନାହିଁ । ଏହି ବୟସରେ ମଶା କାମୁଡିଲେ ପରଜୀବୀ ଦେହରେ ପ୍ରବେଶ କରେ । ୧୦ବର୍ଷ ପରେ ରୋଗର ଲକ୍ଷଣ ପ୍ରକାଶ ପାଏ ।
ମାଈ ବୟସ୍କ ପରଜୀବୀର ଗର୍ଭାଧାନ ପ୍ରକ୍ରିୟା ୫ବର୍ଷରୁ ଅଧିକ ହୋଇଥିବାରୁ ସାମୂହିକ ଔଷଧ ସେବନ ୫ବର୍ଷ ପର୍ଯ୍ୟନ୍ତ ହେବା ଉଚିତ । ଆଇଉରମେକ୍ଟିନ ବର୍ଷକୁ ଥରେ ୨୦୦ରୁ ୪୦୦ ମାଇକ୍ରୋଗ୍ରାମ ଶରୀର ଓଜନର ୧କେଜି ପ୍ରତି ଦିଆଯିବା ଆବଶ୍ୟକ । ଏହି ଔଷଧର ମାତ୍ରା ଓଜନ ଅନୁପାତରେ ନିର୍ଦ୍ଧାରିତ ହୋଇଥିବାରୁ ସାମୂହିକ ସେବନ ପାଇଁ ଅନୁକୂଳ ନୁହେଁ । ଏହା ବୟସ୍କ ଫାଇଲେରିଆ ପରଜୀବୀକୁ ମାରିପାରିବ ନାହିଁ । କେବଳ ଶିଶୁ ପରଜୀବୀ ମରିଯିବେ । ଫାଇଲେରିଆ ନିରାକରଣ ଓ ଫାଇଲେରିଆ ରୋଗୀର ଚିକିତ୍ସା ସମ୍ପୂର୍ଣ୍ଣ ଭିନ୍ନ । ଭାରତରେ ୨୪ ନିୟୁତ ଫାଇଲେରିଆ ରୋଗୀ ଅଛନ୍ତି । ସେମାନେ ରୋଗ ସଂକ୍ରମଣ କରନ୍ତି ନାହିଁ ।
ଜୀବନ ବ୍ୟାପୀ ଜ୍ୱର ଓ ଯନ୍ତ୍ରଣା ଭୋଗ କରନ୍ତି । ଏହାର ଫଳପ୍ରଦ ଚିକିତ୍ସା ନାହିଁ ।
ଫାଇଲେରିଆ ରୋଗରେ ଅନେକ ଶିଶୁ ଓ କିଶୋର ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କର ରୋଗର ଲକ୍ଷଣ ନ ଥାଏ। ଏହି କିଶୋରମାନଙ୍କର ଗୋଡ ଓ ହାତରେ ଥିବା ଲସିକା ନଳୀରେ ପ୍ରଦାହ ହୋଇ କଠିନ ହୋଇଯାଏ । ସେମାନେ ଦୌଡି ପାରନ୍ତି ନାହିଁ । ଖେଳିବା ସମ୍ଭବ ହୁଏନାହିଁ । ଖୋର୍ଦ୍ଧା ଜିଲାର ୫ରୁ ୧୮ବର୍ଷ ମଧ୍ୟରେ ୧୦୨ଜଣ ଛାତ୍ର ରକ୍ତ ପରୀକ୍ଷାରୁ ଫାଇଲେରିଆ ହୋଇଥିବାର ପ୍ରମାଣ ମିଳିଲା । ଚିକିତ୍ସା ପରେ ସେମାନେ ସୁସ୍ଥ ହେଲେ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରୀଡାରେ ଭାଗ ନେଲେ । ଆଲବେଣ୍ଡାଜଲ ଓ ଡିଇସି ବଟିକା ବର୍ଷକୁ ଦୁଇଥର ଖାଇ ଆରୋଗ୍ୟ ହେଲେ । ରୋଗର ଲକ୍ଷଣ ନ ଥାଇ ଔଷଧ ସେବନ ଦ୍ୱାରା ଖେଳିବା ପାଇଁ ଶିଶୁ ଓ କିଶୋରମାନେ ସମର୍ଥ ହେଲେ । ଏହି ଗବେଷଣା ପାଇଁ ‘ମେଲିଣ୍ଡା ଗେଟ୍‌ସ’ ପ୍ରତିଷ୍ଠାନ ପାଣ୍ଠି ବ୍ୟବସ୍ଥା କରିଥିଲେ ।

ଡା. ଦ୍ୱିଜେଶ କୁମାର ପଣ୍ଡା

-ଫାଇଲେରିଆ
ଓ ନିଦାନ ବିଶେଷଜ୍ଞ
ଏମ-୫/୧୨, ଆଚାର୍ଯ୍ୟବିହାର, ଭୁବନେଶ୍ୱର
ମୋ : ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri