ଆଶାୟୀଙ୍କ ମଧ୍ୟରେ ହେଲାଣି ହଲ୍‌ଚଲ

କେନ୍ଦ୍ରାପଡ଼ା ଅଫିସ,୯।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସ୍ଥାନ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜ ଜିଲାର ୩,୬୯୮ ୱାର୍ଡ ସଭ୍ୟ, ୨୪୯ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ୩୨ଟି ଜିଲା ପରିଷଦ ସଭ୍ୟ ଓ ୯ଟି ବ୍ଲକ ଅଧ୍ୟକ୍ଷ ପଦର ସଂରକ୍ଷଣ ତାଲିକାର ଚିଠା ପ୍ରସ୍ତାବକୁ ମୋହର ମାରିଛନ୍ତି। ସଂରକ୍ଷଣ ପ୍ରସ୍ତାବ ଚିଠା ଆଗତ ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ହଲଚଲ ଆରମ୍ଭ ହୋଇଯାଇଛି। ଜିଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଆଶାୟୀ ପ୍ରାର୍ଥୀମାନେ ସଂରକ୍ଷଣ ଚିଠାକୁ ତନଖି କରୁଥିବା ଦେଖାଯାଇଛି।
ଜିଲା ପ୍ରଶାସନ ପକ୍ଷରୁ ୧୯୯୭ଠାରୁ ଗତ ୨୦୧୭ ମସିହା ପର୍ଯ୍ୟନ୍ତ ନିରନ୍ତର ସଂରକ୍ଷଣ ନିୟମକୁ ଆଧାର କରି ଚଳିତ ବର୍ଷର ସଂରକ୍ଷଣ ତାଲିକାକୁ ପ୍ରସ୍ତୁତ କରିଛନ୍ତି। ତେବେ ପୂର୍ବରୁ ଜନ ପ୍ରତିନିଧିଙ୍କ ଏହି ପଦଗୁଡିକ ପାଇଁ ସଂରକ୍ଷଣ ୬୫ ପ୍ରତିଶତ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୫୦ ପ୍ରତିଶତରେ ସୀମିତ ରହିଛି। ୱାର୍ଡ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ସଂରକ୍ଷଣ ଚିଠା ଉପରେ କୌଣସି ଅଭିଯୋଗ ଥିଲେ ଚଳିତ ମାସ ୧୬ ତାରିଖ ମଧ୍ୟରେ ଏ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ଜନସାଧାରଣ କରିପାରିବେ। ଅଭିଯୋଗକୁ ଭିତ୍ତିକରି ଚଳିତ ମାସର ୨୧ ତାରିଖ ସୁଦ୍ଧା ଜିଲାପାଳଙ୍କ ଶୁଣାଣି ପରେ ଚିଠା ପ୍ରସ୍ତାବ ଚୂଡାନ୍ତ ହେବ। ସେହିପରି ଜିଲା ପରିଷଦ ସଭ୍ୟ ପଦ ସଂରକ୍ଷଣ ତାଲିକା ଉପରେ ଜିଲାପାଳ ଚଳିତ ମାସ ୧୮ ତାରିଖ ସୁଦ୍ଧା ଅଭିଯୋଗପତ୍ର ଗ୍ରହଣ ଓ ୨୨ ତାରିଖରେ ଶୁଣାଣି ଶେଷ କରି ଚୂଡାନ୍ତ ତାଲିକା ପ୍ରକାଶ କରିବେ। ଜିଲାର ୯ ବ୍ଲକ ଅଧ୍ୟକ୍ଷ କ୍ଷେତ୍ରରେ ହୋଇଥିବା ସଂରକ୍ଷଣ ତାଲିକା ପ୍ରସ୍ତାବ ଅନୁଯାୟୀ ମାର୍ଶାଘାଇ ଓ ରାଜକନିକା ବ୍ଲକ ଅଧ୍ୟକ୍ଷ ପଦବୀ ଅଂସରକ୍ଷିତ ରଖାଯାଇଛି। ସେହିପରି ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷ ପଦରେ ଅଂସରକ୍ଷିତ ମହିଳା ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ଆଳି ବ୍ଲକ ଅଧ୍ୟକ୍ଷ ପଦରେ ଅନୁସୂଚିତ ଜାତି, କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ପଦରେ ଅନୁସୂଚିତ ଜାତି ମହିଳା, ଗରଦପୁର ବ୍ଲକ ଅଧ୍ୟକ୍ଷ ପଦରେ ପଛୁଆବର୍ଗ ଓ ଡେରାବିଶ ବ୍ଲକ ଅଧ୍ୟକ୍ଷ ପଦରେ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଜିଲା ପରିଷଦ ଜୋନ ମଧ୍ୟରୁ ଆଳି ବ୍ଲକର ୨ ନଂ. ଜୋନ, ୪ ନଂ. ଜୋନ, କେନ୍ଦ୍ରାପଡ଼ାର ୮ନଂ. ଜୋନ, ଗରଦପୁରର ୧୦ ନଂ. ଜୋନ, ଡେରାବିଶର ୧୨ ନଂ. ଜୋନ, ୧୪ ନଂ. ଜୋନ, ରାଜକନିକାର ୨୮ ନଂ. ଜୋନ, ରାଜନଗର ବ୍ଲକର ୩୦ ନଂ. ଜୋନ, ୩୧ ନଂ. ଜୋନ ଓ ୩୨ ନଂ. ଜୋନକୁ ଅଂସରକ୍ଷିତ ରଖାଯାଇଛି। ସେହିପରି ଆଳି ବ୍ଲକର ୧ ନଂ. ଜୋନ, କେନ୍ଦ୍ରାପଡ଼ାର ୫ ନଂ. ଜୋନ, ୭ ନଂ. ଜୋନ ଓ ପଟ୍ଟାମୁଣ୍ଡାଇର ୧୫ ନଂ. ଜୋନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଥିବା ବେଳେ ମହାକାଳପଡ଼ା ବ୍ଲକର ୨୩ ନଂ. ଜୋନକୁ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ମହିଳାଙ୍କ ପାଇଁ ଆଳି ବ୍ଲକର ୩ ନଂ. ଜୋନ, କେନ୍ଦ୍ରାପଡ଼ାର ୬ ନଂ. ଜୋନ, ଗରଦପୁରର ୯ ନଂ. ଜୋନ, ୧୧ ନଂ. ଜୋନ, ମାର୍ଶାଘାଇର ୨୬ ନଂ. ଜୋନ ଓ ରାଜକନିକାର ୨୯ ନଂ. ଜୋନ ସଂରକ୍ଷିତ ଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ୧୭ ନଂ. ଜୋନ, ମହାକାଳପଡାର ୧୯ ନଂ. ଜୋନ, ୨୧ ନଂ. ଜୋନ, ମାର୍ଶାଘାଇର ୨୫ ନଂ. ଜୋନ ଓ ରାଜକନିକା ବ୍ଲକର ୨୭ ନଂ. ଜୋନ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। ଏଥିସହ ମହାକାଳପଡା ବ୍ଲକର ୨୦ ନଂ. ଜୋନ, ୨୨ ନଂ ଜୋନ, ମାର୍ଶାଘାଇର ୨୪ ନଂ. ଜୋନ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ସେହିପରି ଅନୁସୂଚିତ ଜାତିଙ୍କ ପାଇଁ ଡେରାବିଶ ବ୍ଲକର ୧୨ ନଂ. ଜୋନ, ପଟ୍ଟାମୁଣ୍ଡାଇ ବ୍ଲକର ୧୬ ନଂ. ଜୋନ ଓ ୧୮ ନଂ. ଜୋନକୁ ସଂରକ୍ଷିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ

କୋକସରା,୧୬।୦୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଚିତାମୁଣ୍ଡା-ଡାଲଗୁମା ରାସ୍ତା ନିକଟରେ ଥିବା ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ...

ଭୂମିହୀନଙ୍କୁ ପଟ୍ଟା ଯୋଜନାରେ ସାମିଲ ଦାବି: ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୫ ନଂ. ଓ୍ବାର୍ଡ ମୁରାବାଲି ମୌଜା ମଝିସାହିର ଭୂମିହୀନ ବସ୍ତିବାସନ୍ଦାଙ୍କୁ ପଟ୍ଟା ଯୋଜନାରେ ସାମିଲ କରିବା ଦାବିରେ ସୋମବାର...

ଓୟୁଏଟି ଯୁଗ୍ମ ନିର୍ଦ୍ଦେଶକଙ୍କ କେବିକେ ପରିଦର୍ଶନ

ଭଞ୍ଜନଗର,୨୭।୬(ଡି.ଏନ.ଏ.)- ଓୟୁଏଟି ଯୁଗ୍ମ ନିର୍ଦ୍ଦେଶକ (ସମ୍ପ୍ରସାରଣ ନିର୍ଦ୍ଦେଶାଳୟ) ଡ. ପ୍ରସନ୍ନଜିତ ମିଶ୍ର ଗୁରୁବାର ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର (କେବିକେ) ପରିଦର୍ଶନ କରିଥିଲେ। କେନ୍ଦ୍ରର ବୈଜ୍ଞାନିକମାନଙ୍କ...

ରୋମାଞ୍ଚ ଭରିଲେ ଶାନ

ବ୍ରହ୍ମପୁର ଅଫିସ,୧୮।୧: ସିଲ୍କ ସିଟି ଫେଷ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ...

ହସ୍ପିଟାଲ ନାଁରେ ସାଇବର ଠକେଇ ଅପରାଧ

ପୁରୀ ଅଫିସ,୧୯।୪: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଠକମାନେ...

ଜାଲ ଜମିପଟ୍ଟା ଖାରଜ ପରେ ନାହିଁ କାର୍ଯ୍ୟାନୁଷ୍ଠାନ : ନୂଆ ପଟ୍ଟା ପ୍ରଦାନ କରି ପ୍ରଶାସନ ଚୁପ୍‌

ରଣପୁର,୫ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲରେ ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ କରାଯାଇଥିବା ପ୍ରମାଣ ମିଳିବା ପରେ ତହସିଲ ପକ୍ଷରୁ ଜମି ପଟ୍ଟା ଖାରଜ କରାଯାଇ...

ସାନ୍ତରାପୁରରେ ହାତୀ ଆତଙ୍କ

ବଅଁରପାଳ, ୨୪।୩(ଡି.ଏନ.ଏ.): ବଅଁରପାଳ ବ୍ଲକ ସାନ୍ତରାପୁର ପଞ୍ଚାୟତରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ରାତିରେ ଏକ ହାତୀ ଜନବସତିରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ହାତୀଟି...

କରୋନା ଭୟରେ ମିଳୁନି ସାଧାରଣ ସ୍ବାସ୍ଥ୍ୟସେବା

ଚୌଦ୍ୱାର,୩ା୪ (ଡି.ଏନ୍‌.ଏ): କରୋନା ଭୂତାଣୁ ବ୍ୟାପିବା ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ଥିବାବେଳେ ଚୌଦ୍ୱାରରେ ମଧ୍ୟ ଏହାକୁ କଡ଼ାକଡ଼ି ପାଳନ କରାଯାଇଛି। ସାଧାରଣ ଲୋକ...

Advertisement
Archives

Model This Week