ଆଶାୟୀଙ୍କ ମଧ୍ୟରେ ହେଲାଣି ହଲ୍‌ଚଲ

କେନ୍ଦ୍ରାପଡ଼ା ଅଫିସ,୯।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସ୍ଥାନ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜ ଜିଲାର ୩,୬୯୮ ୱାର୍ଡ ସଭ୍ୟ, ୨୪୯ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ୩୨ଟି ଜିଲା ପରିଷଦ ସଭ୍ୟ ଓ ୯ଟି ବ୍ଲକ ଅଧ୍ୟକ୍ଷ ପଦର ସଂରକ୍ଷଣ ତାଲିକାର ଚିଠା ପ୍ରସ୍ତାବକୁ ମୋହର ମାରିଛନ୍ତି। ସଂରକ୍ଷଣ ପ୍ରସ୍ତାବ ଚିଠା ଆଗତ ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ହଲଚଲ ଆରମ୍ଭ ହୋଇଯାଇଛି। ଜିଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଆଶାୟୀ ପ୍ରାର୍ଥୀମାନେ ସଂରକ୍ଷଣ ଚିଠାକୁ ତନଖି କରୁଥିବା ଦେଖାଯାଇଛି।
ଜିଲା ପ୍ରଶାସନ ପକ୍ଷରୁ ୧୯୯୭ଠାରୁ ଗତ ୨୦୧୭ ମସିହା ପର୍ଯ୍ୟନ୍ତ ନିରନ୍ତର ସଂରକ୍ଷଣ ନିୟମକୁ ଆଧାର କରି ଚଳିତ ବର୍ଷର ସଂରକ୍ଷଣ ତାଲିକାକୁ ପ୍ରସ୍ତୁତ କରିଛନ୍ତି। ତେବେ ପୂର୍ବରୁ ଜନ ପ୍ରତିନିଧିଙ୍କ ଏହି ପଦଗୁଡିକ ପାଇଁ ସଂରକ୍ଷଣ ୬୫ ପ୍ରତିଶତ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୫୦ ପ୍ରତିଶତରେ ସୀମିତ ରହିଛି। ୱାର୍ଡ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ସଂରକ୍ଷଣ ଚିଠା ଉପରେ କୌଣସି ଅଭିଯୋଗ ଥିଲେ ଚଳିତ ମାସ ୧୬ ତାରିଖ ମଧ୍ୟରେ ଏ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ଜନସାଧାରଣ କରିପାରିବେ। ଅଭିଯୋଗକୁ ଭିତ୍ତିକରି ଚଳିତ ମାସର ୨୧ ତାରିଖ ସୁଦ୍ଧା ଜିଲାପାଳଙ୍କ ଶୁଣାଣି ପରେ ଚିଠା ପ୍ରସ୍ତାବ ଚୂଡାନ୍ତ ହେବ। ସେହିପରି ଜିଲା ପରିଷଦ ସଭ୍ୟ ପଦ ସଂରକ୍ଷଣ ତାଲିକା ଉପରେ ଜିଲାପାଳ ଚଳିତ ମାସ ୧୮ ତାରିଖ ସୁଦ୍ଧା ଅଭିଯୋଗପତ୍ର ଗ୍ରହଣ ଓ ୨୨ ତାରିଖରେ ଶୁଣାଣି ଶେଷ କରି ଚୂଡାନ୍ତ ତାଲିକା ପ୍ରକାଶ କରିବେ। ଜିଲାର ୯ ବ୍ଲକ ଅଧ୍ୟକ୍ଷ କ୍ଷେତ୍ରରେ ହୋଇଥିବା ସଂରକ୍ଷଣ ତାଲିକା ପ୍ରସ୍ତାବ ଅନୁଯାୟୀ ମାର୍ଶାଘାଇ ଓ ରାଜକନିକା ବ୍ଲକ ଅଧ୍ୟକ୍ଷ ପଦବୀ ଅଂସରକ୍ଷିତ ରଖାଯାଇଛି। ସେହିପରି ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷ ପଦରେ ଅଂସରକ୍ଷିତ ମହିଳା ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ଆଳି ବ୍ଲକ ଅଧ୍ୟକ୍ଷ ପଦରେ ଅନୁସୂଚିତ ଜାତି, କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ପଦରେ ଅନୁସୂଚିତ ଜାତି ମହିଳା, ଗରଦପୁର ବ୍ଲକ ଅଧ୍ୟକ୍ଷ ପଦରେ ପଛୁଆବର୍ଗ ଓ ଡେରାବିଶ ବ୍ଲକ ଅଧ୍ୟକ୍ଷ ପଦରେ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଜିଲା ପରିଷଦ ଜୋନ ମଧ୍ୟରୁ ଆଳି ବ୍ଲକର ୨ ନଂ. ଜୋନ, ୪ ନଂ. ଜୋନ, କେନ୍ଦ୍ରାପଡ଼ାର ୮ନଂ. ଜୋନ, ଗରଦପୁରର ୧୦ ନଂ. ଜୋନ, ଡେରାବିଶର ୧୨ ନଂ. ଜୋନ, ୧୪ ନଂ. ଜୋନ, ରାଜକନିକାର ୨୮ ନଂ. ଜୋନ, ରାଜନଗର ବ୍ଲକର ୩୦ ନଂ. ଜୋନ, ୩୧ ନଂ. ଜୋନ ଓ ୩୨ ନଂ. ଜୋନକୁ ଅଂସରକ୍ଷିତ ରଖାଯାଇଛି। ସେହିପରି ଆଳି ବ୍ଲକର ୧ ନଂ. ଜୋନ, କେନ୍ଦ୍ରାପଡ଼ାର ୫ ନଂ. ଜୋନ, ୭ ନଂ. ଜୋନ ଓ ପଟ୍ଟାମୁଣ୍ଡାଇର ୧୫ ନଂ. ଜୋନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଥିବା ବେଳେ ମହାକାଳପଡ଼ା ବ୍ଲକର ୨୩ ନଂ. ଜୋନକୁ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ମହିଳାଙ୍କ ପାଇଁ ଆଳି ବ୍ଲକର ୩ ନଂ. ଜୋନ, କେନ୍ଦ୍ରାପଡ଼ାର ୬ ନଂ. ଜୋନ, ଗରଦପୁରର ୯ ନଂ. ଜୋନ, ୧୧ ନଂ. ଜୋନ, ମାର୍ଶାଘାଇର ୨୬ ନଂ. ଜୋନ ଓ ରାଜକନିକାର ୨୯ ନଂ. ଜୋନ ସଂରକ୍ଷିତ ଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ୧୭ ନଂ. ଜୋନ, ମହାକାଳପଡାର ୧୯ ନଂ. ଜୋନ, ୨୧ ନଂ. ଜୋନ, ମାର୍ଶାଘାଇର ୨୫ ନଂ. ଜୋନ ଓ ରାଜକନିକା ବ୍ଲକର ୨୭ ନଂ. ଜୋନ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। ଏଥିସହ ମହାକାଳପଡା ବ୍ଲକର ୨୦ ନଂ. ଜୋନ, ୨୨ ନଂ ଜୋନ, ମାର୍ଶାଘାଇର ୨୪ ନଂ. ଜୋନ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ସେହିପରି ଅନୁସୂଚିତ ଜାତିଙ୍କ ପାଇଁ ଡେରାବିଶ ବ୍ଲକର ୧୨ ନଂ. ଜୋନ, ପଟ୍ଟାମୁଣ୍ଡାଇ ବ୍ଲକର ୧୬ ନଂ. ଜୋନ ଓ ୧୮ ନଂ. ଜୋନକୁ ସଂରକ୍ଷିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri