ଜଙ୍ଗଲ ପାର୍ଶ୍ୱ ଗ୍ରାମରେ ଲାଗିଲା କଟକଣା

ମହାକାଳପଡ଼ା,୧୨।୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତର ପଣିଖିଆ ସାନ୍ତାଳପଡ଼ାର ଚତୁଃପାର୍ଶ୍ୱରେ ବନ ବିଭାଗ ପକ୍ଷରୁ ସେଞ୍ଚୁରି ବାଉଣ୍ଡାରି ପିଲାର ଚିହ୍ନଟ ସୀମା ନିର୍ଦ୍ଧାରଣ କରାଯାଇଛି। ଏହାକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ଅନୁସୂଚିତ ଜାତି ସମ୍ପ୍ରଦାୟ ଲୋକମାନେ ଦୀର୍ଘ ୮୦ ବର୍ଷରୁ ଅଧିକ ହେବ ମୂଳବାସିନ୍ଦା ମୟୂରଭଞ୍ଜ ଜିଲା ବାଦାମପାହାଡ଼, ବାରିପଦା, ରାଇରଙ୍ଗପୁର ତଳବେରଡ଼ା ଅଞ୍ଚଳରୁ ଆସି ଏହି ଗ୍ରାମରେ ବସବାସ କରି ଆସୁଛନ୍ତି। ତେବେ ଏହି ପଡ଼ାରେ ୪୭ ପରିବାରରେ ୩୫୦ରୁ ଅଧିକ ଜନସଂଖ୍ୟା ଥିବା କୁହାଯାଉଛି। ଏମାନଙ୍କୁ ରାଜ୍ୟ ସରକାର ପ୍ରତି ପରିବାରଙ୍କୁ ୨ ଏକର ଜମି ଯୋଗାଇ ଦେଇଥିଲେ। ପରେ ପଡ଼ାର ଲୋକମାନେ ଚାଷଜମିରେ ଚାଷବାସ କରିବା ସହ ଜଙ୍ଗଲରୁ ମାଛ, କଙ୍କଡ଼ା ଧରି ପରିବାର ପ୍ରତିପୋଷଣ କରନ୍ତି। ଏଠାରେ ଥିବା ସମସ୍ତ ପରିବାର ଲୋକ ଅଭାବୀ ଶ୍ରେଣୀର। ଗଁାକୁ ଭଲ ରାସ୍ତା ନାହିଁ। ସାମୁଦ୍ରିକ ଝଡ଼ ଆସିଲେ ନିଜ କର୍ମକୁ ଆଦରି ପଡ଼ି ରହିଥାନ୍ତି। ୧୯୯୯ ମହାବାତ୍ୟାରେ ୧୦ରୁ ଅଧିକ ଲୋକଙ୍କ ସମୁଦ୍ରରେ ଭାସି ଜୀବନ ଯାଇଥିଲା। ତଥାପି ଏହି ଆଦିବାସୀ ସାନ୍ତାଳମାନେ ସରକାରୀ ସହାୟତାକୁ ବଞ୍ଚତ୍ତ ବୋଲି ଗ୍ରାମବାସିନ୍ଦା କହିଛନ୍ତି।
ଅପରପକ୍ଷରେ କିଛିଦିନ ତଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସୀମା ମଧ୍ୟରେ ଏହି ପଡ଼ା ଅନ୍ତର୍ଭୁକ୍ତ ହୋଇଥିବାରୁ ବନ ବିଭାଗ ପକ୍ଷରୁ ସର୍ବେକ୍ଷଣ ପ୍ରାମାଣିକ ଖମ୍ବ ସୀମା ନିର୍ଦ୍ଧାରଣ ହୋଇଥିବା ଦେଖିବାକୁ ମିଳିଛି। ଏହି ଖମ୍ବ ପୋତା ଯିବା ପରେ ଗ୍ରାମରେ ବୟସ୍କ ମୁରବିମାନଙ୍କ କହିବା କଥା ଆମର ଚିନ୍ତା ବଢ଼ିଛି। କାରଣ ବନ ବିଭାଗ ପକ୍ଷରୁ ଯେକୌଣସି ପରିସ୍ଥିତିରେ ଆମ ଗ୍ରାମକୁ ସ୍ଥାନାନ୍ତର କରିବା ଅସମ୍ଭବ ନୁହେଁ ବୋଲି ମୁରବିମାନଙ୍କ ମଧ୍ୟରୁ ଗଜେନ୍ଦ୍ର ମାରାଣ୍ଡି, ପୂର୍ଣ୍ଣଚନ୍ଦ୍ର ଟୁଡୁ, ଲବ ମାରାଣ୍ଡି, ଶଙ୍କର ମାରାଣ୍ଡି, ସୁନା ଟୁଡୁ, ଗୁରୁଭା ହଁାସଦା, ସୁନାରାମ ମାରାଣ୍ଡି, ଚରଣ ଟୁଡୁ, ରାମେଶ୍ୱର ମାରାଣ୍ଡି, ବାବୁଲି ଟୁଡୁ ପ୍ରମୁଖ କହିଛନ୍ତି। ଏହି ପିଲାର ଚିହ୍ନଟ ହେବା ପରେ ଗ୍ରାମର ବରିଷ୍ଠ ମୁରବିମାନେ ଗହୀରମଥା ରେଞ୍ଜ ଅଧିକାରୀ ବିଚିତ୍ରାନନ୍ଦ ବେହେରାଙ୍କୁ ଭେଟି ଅଭିଯୋଗ କରିଥିଲେ। ସେମାନେ ନିଜର ଭିଟାମାଟି ଛାଡିବେ ନାହିଁ ବୋଲି ରେଞ୍ଜ ଅଧିକାରୀଙ୍କୁ ଶୁଣାଇ ଦେଇଛନ୍ତି। ଏହି ଗ୍ରାମରେ ଗୃହ ନିର୍ମାଣ ହେଉ କି ଅନ୍ୟ ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଲେ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ପଡ଼ିବ ବୋଲି ଗ୍ରାମବାସୀ କହିଛନ୍ତି। ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗ୍ରାମବାସୀ ଭେଟି ଅଭିଯୋଗ କରିବେ ବୋଲି ଗ୍ରାମର ଯୁବ ମୁରବି ଗୁରୁଭା ହଁାସଦା କହିଛନ୍ତି।
କେବଳ ସାନ୍ତାଳପଡ଼ା ନୁହେଁ ନରସିଂହପୁର, ରଟପଙ୍କ, ସୁନିତି, କଣ୍ଡରାପାଟିଆ, ଉତ୍ତର ଜମ୍ବୁ, ବତିଘର ଆଦି ଅଞ୍ଚଳ ପାର୍ଶ୍ୱରେ ବନ ବିଭାଗ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଉଛି। ଏହି ସୀମା ନିର୍ଦ୍ଧାରଣ ପୂର୍ବରୁ ସ୍ଥାନୀୟ ଜନସାଧାରଣଙ୍କ ଅବଗତି ନିମନ୍ତେ ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ମହାକାଳପଡ଼ା ତହସିଲ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା ବୋଲି କୁହାଯାଇଛି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ବିଚିତ୍ରାନନ୍ଦ ବେହେରାଙ୍କୁ ପଚାରିବାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଓ ଆଇନ ଅନୁସାରେ ଜଙ୍ଗଲ ପାଶର୍‌ବ ଗ୍ରାମଗୁଡ଼ିକରେ ପିଲାର ଚିହ୍ନଟ କରାଯାଇଛି। ଏଥିରେ କୌଣସି ଆଶଙ୍କା କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri