ଟ୍ୟାକ୍ସ ସ୍ଲାବ୍‌ରେ ହୋଇପାରେ ପରିବର୍ତ୍ତନ

ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା): ଫେବୃଆରୀ ପହିଲାରେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହେବାକୁ ଯାଉଛି ଏବଂ ଏଥର ଟ୍ୟାକ୍ସ ସ୍ଲାବ୍‌ରେ ପରିବର୍ତ୍ତନ ଏବଂ ନୂତନ ଟିକସ ବ୍ୟବସ୍ଥା ନେଇ ଆଲୋଚନା ହେଉଛି। ଏହି ବଜେଟ ସାଧାରଣ ନାଗରିକ, ବିଶେଷକରି ମଧ୍ୟବିତ୍ତ ଏବଂ ଉଚ୍ଚ ଆୟକାରୀଙ୍କ ପାଇଁ ଆୟକର କ୍ଷେତ୍ରରେ ଅନେକ ଆଶ୍ୱସ୍ତି ଆଶା କରାଯାଉଛି। ୨୦୨୫ ବଜେଟରେ ନୂତନ ଟିକସ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରିବାକୁ ସରକାର ବିଚାର କରୁଛନ୍ତି। ଏହାର ଅର୍ଥ ହେଉଛି ଯଦି ଜଣଙ୍କର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା ମଧ୍ୟରେ ରହିଛି ତେବେ ତାଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ମଧ୍ୟବିତ୍ତମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ। ସୂଚନା ଥାଉକି, ବର୍ତ୍ତମାନ, ଯଦି କାହାର ବାର୍ଷିକ ଆୟ ୧୫ ଲକ୍ଷରୁ ଅଧିକ, ତେବେ ଏହା ଉପରେ ୩୦% ଟିକସ ଆଦାୟ କରାଯାଏ। ମାତ୍ର ୨୦୨୫ରୁ ୨୦ଲକ୍ଷ ମଧ୍ୟରେ ଆୟ ଥିବା ଲୋକଙ୍କ ପାଇଁ ବଜେଟ ୨୦୨୫ ରେ ଏକ ନୂତନ ସ୍ଲାବ୍‌ ପ୍ରଚଳନ କରାଯାଇପାରେ। ଏହି ନୂତନ ସ୍ଲାବ୍‌ରେ ଟ୍ୟାକ୍ସ ୩୦%ରୁ ୨୫% କୁ ହ୍ରାସ କରାଯାଇପାରେ। ଏହି ପରିବର୍ତ୍ତନ ବିଶେଷ ଭାବରେ ଉଚ୍ଚ ଆୟକାରୀ ଗୋଷ୍ଠୀ ପାଇଁ ଶୁଭଙ୍କର ହୋଇପାରେ ଏବଂ ସେମାନେ ଭାରି ଟିକସ ହାରକୁ ଏଡାଇପାରିବେ। ନୂତନ ଟିକସ ବ୍ୟବସ୍ଥାରେ ୭.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ। ଯଦି ଏହି ସୀମା ୧୦ ଲକ୍ଷକୁ ବୃଦ୍ଧି କରାଯାଏ, ତେବେ ଅନେକ ଲକ୍ଷ ଲୋକ ଏଥିରୁ ଉପକୃତ ହେବେ। ଏହି ପରିବର୍ତ୍ତନ ପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ସମ୍ପୂର୍ଣ୍ଣ ଟିକସମୁକ୍ତ ହୋଇପାରିବ, ଯେଉଁ କାରଣରୁ ଛୋଟ ଏବଂ ମଧ୍ୟବିତ୍ତ ଲୋକମାନେ ଅଧିକ ଲାଭ ପାଇପାରିବେ। ଅଧିକ କରଦାତାଙ୍କୁ ନୂତନ କର ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ଏହାର ଉଦ୍ଦେଶ୍ୟ ରହିଛି। ବଜେଟ ୨୦୨୫ରେ ମଧ୍ୟବିତ୍ତ ଲୋକଙ୍କୁ ରିଲିଫ ଦେବା ସହ ଏହା ଭାରତୀୟ ଅର୍ଥନୀତିରେ ପ୍ରେରଣା ଯୋଗାଇବ। ଟିକସ ଛାଡ଼ ଏବଂ ସ୍ଲାବ୍‌ରେ ପରିବର୍ତ୍ତନ ହେତୁ ଲୋକଙ୍କ ହାତରେ ଅଧିକ ଟଙ୍କା ରହିବ, ଯାହା ସେମାନେ ଖର୍ଚ୍ଚ କରିପାରିବେ। ଏହା ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଘଟାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri