‘ଅକ୍ଷର’ ଅନିଶ୍ଚିତତା: ହୋଇପାରୁନି ନିଷ୍ପତ୍ତି

ଭୁବନେଶ୍ବର, ୧୫ା୧୧ (ବ୍ୟୁରୋ): ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜନ ନେଇ ଅନିଶ୍ଚିତତା ଲାଗି ରହିଛି। ଏ ନେଇ ସୋମବାର ଦୁଇଥର ବୈଠକ ଓ ଆଲୋଚନା ସତ୍ତ୍ୱେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଏହି ମହୋତ୍ସବ ପାଇଁ ଭୁବନେଶ୍ବରରେ ଜାଗା ମିଳୁନାହିଁ ବୋଲି ଆୟୋଜନ କମିଟି କହୁଥିବାବେଳେ ସମାଧାନର ବାଟ ବାହାରିପାରୁ ନାହିଁ। ଦୁଇବର୍ଷ ଧରି ‘ଅକ୍ଷର’ ବନ୍ଦ ରହିଥିବାବେଳେ ଚଳିତ ବର୍ଷ ମଧ୍ୟ ସୃଷ୍ଟି ହୋଇଥିବା ଏ ପରିସ୍ଥିତି ପାଇଁ ସଂସ୍କୃତି ନିର୍ଦ୍ଦେଶାଳୟର ସ୍ଥାଣୁତା ଓ ଅଦୂରଦର୍ଶିତାକୁ ଦାୟୀ କରିଛନ୍ତି ପାଠକ, ପ୍ରକାଶକ, ଲେଖକ ଓ ବୁଦ୍ଧିଜୀବୀ ମହଲ।
ପଡ଼ିଆରେ ଆସନ୍ତା ଡିସେମ୍ବର ୯ରୁ ୧୮ ତାରିଖ ଯାଏ ୧୦ ଦିନ ଧରି ୪ର୍ଥ ରାଜ୍ୟ ପୁସ୍ତକମେଳା ହେବ ବୋଲି ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଥିଲା। ୨୦୨୩ ଜାନୁୟାରୀ ହକି ବିଶ୍ୱକପ୍‌ ସମୟରେ ପ୍ରଦର୍ଶନୀ ପଡ଼ିଆରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଡଟ୍‌ ଫେଷ୍ଟ୍‌ ହେବ। ଏଥିପାଇଁ ପୁସ୍ତକ ମହୋତ୍ସବ ସ୍ଥାନରେ ମାସକ ପୂର୍ବରୁ ଅର୍ଥାତ୍‌ ଡିସେମ୍ବରରୁ ହିଁ ପ୍ରସ୍ତୁତି ଚାଲିବ। ଯେଉଁଥିପାଇଁ ଇଡ୍‌କୋ ପୁସ୍ତକ ମହୋତ୍ସବ ପାଇଁ ଅନୁମତି ଦେଉ ନ ଥିବା କୁହାଯାଉଛି। ଏପଟେ ଅନ୍ୟ ସ୍ଥାନରେ ମହୋତ୍ସବ ଆୟୋଜନ ହେଲେ ପାଠକ ଜାଣିପାରିବେ ନାହିଁ ବୋଲି କହି ଚୁପ୍‌ ବସିଛି ଆୟୋଜକ ସଂସ୍କୃତି ନିର୍ଦ୍ଦେଶାଳୟ। ତେଣୁ ‘ଅକ୍ଷର’ ପାଇଁ ସମସ୍ୟା ସୃଷ୍ଟି କରୁଥିବା ପଡ଼ିଆ ଓ ସମୟ ସ୍ଥିର ପାଇଁ ସୋମବାର ରାଜଧାନୀ ପୁସ୍ତକମେଳା କମିଟି ସମ୍ପାଦକ ଉପେନ୍ଦ୍ର କୁମାର ଜେନା ଓ ମହୋତ୍ସବ ଆୟୋଜନ କମିଟିର ଅନ୍ୟ ୩ଜଣ ସଦସ୍ୟ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ (ବିଡିଏ) କାର୍ଯ୍ୟାଳୟ ଯାଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟର ୮/୧୦ଦିନ ପୂର୍ବରୁ ମହୋତ୍ସବ କରିବାକୁ ଜାଗା ଦେବାକୁ ପ୍ରସ୍ତାବ ରଖିଥିଲେ। ହେଲେ ଏନେଇ ବିଡିଏ ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇ ନ ଥିଲା। ପରେ ସନ୍ଧ୍ୟାରେ ମେଳା କମିଟିର ସଦସ୍ୟମାନେ ସଂସ୍କୃତି ନିର୍ଦ୍ଦେଶକ ଓ ସଂସ୍କୃତି ନିର୍ଦ୍ଦେଶାଳୟର ଅନ୍ୟ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ପୁସ୍ତକମେଳା ଆୟୋଜନ ନେଇ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କୌଣସି ସ୍ପଷ୍ଟ ମନ୍ତବ୍ୟ ରଖି ନ ଥିଲେ ମଧ୍ୟ ଏ ସମ୍ପର୍କରେ ମଙ୍ଗଳବାର ଜଣାଇବେ ବୋଲି ରାଜଧାନୀ ପୁସ୍ତକମେଳା କମିଟି ସମ୍ପାଦକ ଉପେନ୍ଦ୍ର କୁମାର ଜେନା କହିଛନ୍ତି।

ଅଧିକାରୀଙ୍କ ଅଦୂରଦର୍ଶିତାକୁ ଦାୟୀ କଲେ ପ୍ରକାଶକ

କଥାକାର ତଥା ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି, ପୁସ୍ତକମେଳା ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁଯୋଗ ଓ ସାଧନ ଯୋଗାଇଛନ୍ତି। କିନ୍ତୁ କିଛି ନ୍ୟସ୍ତସ୍ବାର୍ଥ ଅଧିକାରୀଙ୍କ ଖାମଖିଆଲ ନୀତି ଓ ଅଦୂରଦର୍ଶିତା ଯୋଗୁ ରାଜ୍ୟ ପୁସ୍ତକ ମହୋତ୍ସବ ବାରମ୍ବାର ବାତିଲ ହେଉଛି ଓ ସରକାର ନିନ୍ଦିତ ହେଉଛନ୍ତି। ଆମ ପ୍ରକାଶକ ସଂଘର ବାରମ୍ବାର ଅନୁରୋଧ ସତ୍ତ୍ବେ ଭୁବନେଶ୍ବରର ପ୍ରକାଶକଙ୍କୁ ମେଳା ଆୟୋଜନ ଓ ତତ୍‌ସମ୍ପର୍କିତ ନିଷ୍ପତ୍ତି ବୈଠକରୁ ଜାଣିଶୁଣି ଦୂରେଇ ରଖାଯାଉଛି। ଏପରିକି ପୁସ୍ତକମେଳା ଆଦୌ ନ ହୋଇ ବ୍ୟାପକ ଅର୍ଥ ତୋସାରପାତର ଅଭିଯୋଗ ମଧ୍ୟ ଉଠିଛି। ବିଶ୍ବକପ୍‌ ହକି ହେବାନେଇ ବର୍ଷେ ଆଗରୁ ସ୍ଥିର ହୋଇଛି। ସେହି ସମୟରେ ଡଟ୍‌ ଫେଷ୍ଟ ଭଳି ଏକ ଆନ୍ତର୍ଜାତିକ ଉତ୍ସବ ଆୟୋଜନ ପାଇଁ ମଧ୍ୟ ବହୁ ଆଗରୁ ବିଡିଏ ନିଷ୍ପତ୍ତି ନେଇଛି। ନିଜର ଅବହେଳା ଓ ଅନ୍ୟ ବିଭାଗ ସହ ସମନ୍ବୟ ଅଭାବରୁ ସଂସ୍କୃତି ନିର୍ଦେଶାଳୟ ଏବେ ‘ଅକ୍ଷର’କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି ବୋଲି ପଣ୍ଡା ଅଭିଯୋଗ କରିଛନ୍ତି। ପ୍ରଦର୍ଶନୀ ପଡ଼ିଆ ଭଳି ଭୁବନେଶ୍ବର ସହର ଭିତରେ ପୁସ୍ତକ ମହୋତ୍ସବ ପାଇଁ ବହୁ ସ୍ଥାନ ରହିଛି। ସଂସ୍କୃତି ନିର୍ଦ୍ଦେଶାଳୟ ପୂର୍ବରୁ ଏକଥା ଚିନ୍ତା ନ କରି ନିଘୋଡ଼ ନିଦରେ ଶୋଇଯାଇଥିଲା। ଏବେ ଅସନ୍ତୋଷ କୁହୁଳିବା ପରେ ନିଦ ଭାଙ୍ଗୁଛି। ଏଥିପାଇଁ ଅନ୍ୟତ୍ର ସ୍ଥାନ ସ୍ଥିର କରାଯିବା ସହ ଭୁବନେଶ୍ବରର ପ୍ରମୁଖ ପ୍ରକାଶକଙ୍କୁ ‘ଅକ୍ଷର’ ଆୟୋଜନରେ ସାମିଲ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri