ରାତିଅଧିଆ ମୋରମ ଚୋରାଚାଲାଣ

ରସୁଲପୁର,୨୬ା୧୨(ଡି.ଏନ.ଏ.):ରସୁଲପୁର ତହସିଲ ପହଁଗା ରାଜସ୍ବ ନିରୀକ୍ଷକ ସର୍କଲ ଅଧୀନ ଲକ୍ଷ୍ମୀନଗର ପଞ୍ଚାୟତ ବାଲିଆପଶି ଗାଁର କାଜୁ ଜଙ୍ଗଲ ନିକଟସ୍ଥ ମଙ୍ଗଳା ମନ୍ଦିର ପାଖରୁ ରାତିଅଧିଆ ମୋରମ ଚୋରା ଚାଲାଣ ହେଉଛି। ହେଲେ ଏନେଇ ତହସିଲ ପ୍ରଶାସନ ପାଖରେ ଖବର ନ ଥିବା ଜଣାଯାଇଛି। ଚୋରା ଚାଲାଣକାରୀ ରାତିରେ ଜେସିବି ଓ ଟ୍ରାକ୍ଟର ଲଗାଇ ମୋରମ ପରିବହନ କରୁଛନ୍ତି। ଫଳରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି। ହେଲେ ଚାଲାଣ ହେଉଥିବା ଲଘୁଖଣିଜ ସାମଗ୍ରୀ ଆଇନସିଦ୍ଧ କି ନାହିଁ ସେ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଅବଗତ ନ ଥିବାରୁ ଅଭିଯୋଗ କରି ପାରିନାହାନ୍ତି ବୋଲି ସେମାନଙ୍କଠାରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଏହାକୁ ସୁଯୋଗ ମନେକରି ମାଫିଆ ଲୁଘୁ ଖଣିଜ ସାମଗ୍ରୀ ଚାଲାଣ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି। ବାଲିଆପଶି ଓ ଛୋଟରାୟପୁର ଗାଁର କେତେଜଣ ପ୍ରଭାବଶାଳୀ ଲୋକଙ୍କ ସହାୟତାରେ ବାହାରକୁ ମୋରମ ଚାଲାଣ ହେଉଛି ବୋଲି ସୂଚନା ମିଳିଛି। ତେବେ ମୋରମ ଚାଲାଣ ବେଆଇନ ବୋଲି ଜାଣିବା ପରେ ଲୋକେ ଏହାକୁ ବିରୋଧ କରିବା ସହ ତହସିଲ ପ୍ରଶାସନର ସହାୟତା ନେବାକୁ ସଜବାଜ ହେଉଥିବା କହିଛନ୍ତି।
ସୂଚନା ମୁତାବକ, କୋରେଇ ଓ ରସୁଲପୁର ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ବାଲିଆପଶି ଗାଁ। ଏହି ଗାଁଟି ରସୁଲପୁର ତହସିଲରୁ ୧୫ କ.ମି.ରୁ ଊର୍ଦ୍ଧ୍ୱ ଦୂରରେ ଅବସ୍ଥିତ ଥିବା ବେଳେ ବ୍ୟାସନଗର ତହସିଲଠାରୁ ଅନିତଦୂରରେ ରହିଛି। ଏହି ଅଞ୍ଚଳରେ କୋରେଇ ଓ ବ୍ୟାସନଗର ପୌରପରିଷଦ ରାଜନେତା, ପ୍ରଶାସନିକ ଅଧିକାରୀ, ଠିକାଦାରଙ୍କ ପ୍ରଭାବ ଅଧିକ ରହୁଛି। ଏହି ପଞ୍ଚାୟତର ଜନସାଧାରଣଙ୍କ ଚଳଣି ବ୍ୟାସନଗର ପୌରପିରଷଦ ଅଞ୍ଚଳରେ ଅଧିକା। ମୋରମ ଭଳି ମୂଲ୍ୟବାନ ଲଘୁ ଖଣିଜ ସାମଗ୍ରୀ ଜିଲାର କାଁଭାଁ ସ୍ଥାନକୁ ଛାଡି ଦେଲେ ପ୍ରାୟତଃ ଅନ୍ୟ କୌଣସି ସ୍ଥାନରେ ଖନନ ପାଇଁ ପ୍ରଶାସନିକ ଅନୁମତି ନାହିଁ। ଠିକାଦାର ଓ ମାଫିଆ ବାଲିଆପଶି ଗାଁକାଜୁ ଜଙ୍ଗଲକୁ ମାଟିମିଶା ମୋରମ ଚୋରି କରିବା ପାଇଁ ନିଶାଣା କରି ଏଭଳି ପଦକ୍ଷେପ ନେଇଛନ୍ତି। ହେଲେ ତହସିଲ ପ୍ରଶାସନ ଏହାର ଟେର ପାଉନାହିଁ। ବ୍ୟାସନଗର ତହସିଲ ପାଇଁ ସବୁ ଖୋଲାମେଲା ହୋଇଥିଲେ ବି ଅଞ୍ଚଳଟି ଉକ୍ତ ତହସିଲ ଅଧୀନରେ ଆସୁନାହିଁ। ତେଣୁ ବ୍ୟାସନଗର ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।
ଏ ସମ୍ପର୍କରେ ପହଁଗା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ ଏ ନେଇ ଅବଗତ ନାହାନ୍ତି। ମୋରମ ଉଠାଇବା ପାଇଁ ବାଲିଆପଶି ଗାଁରେ କୌଣସି ସୈରାତ ନିଲାମ ଦିଆଯାଇ ନାହିଁ। ମାତ୍ର ଏ ସମ୍ପର୍କରେ ସୂଚନା ପାଇଥିବାରୁ ସେ ସଜାଗ ଅଛନ୍ତି। ରାତି ଅଧିଆ ଏନଫୋର୍ସମେଣ୍ଟ୍‌ କରାଯାଇ ଚାଲାଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯିବ ବୋଲି ସେ ମତ ରଖିଛନ୍ତି। ସ୍ଥାନୀୟ ସରପଞ୍ଚ ସର୍ବେଶ୍ୱର ସାହୁଙ୍କୁ ପଚାରିବାରୁ ସେ ଅବଗତ ନ ଥିବା ପ୍ରକାଶ କରିଛନ୍ତି। ଯଦି ମାଟି ଓ ମୋରମ ଉଠୁଥାଏ ତେବେ ତାହା ବେଆଇନ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri