ପରିବା ବ୍ୟବସାୟୀଙ୍କ ଝିଅ ଉତ୍କଳ ବିଶ୍ୱବିଦ୍ୟାଳୟ ଟପ୍ପର

ରସୁଲପୁର,୨୬ା୧୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ ଓଡ଼ିଶୋ ପଞ୍ଚାୟତ ମାନପୁର ଗାଁର ପରିବା ବ୍ୟବସାୟୀ ନାରାୟଣ ପଣ୍ଡାଙ୍କ ଝିଅ ସଂଘମିତ୍ରା ପଣ୍ଡା ଉତ୍କଳ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଷୟ ସ୍ନାତକୋତ୍ତର ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ଏକ ସମାବର୍ତ୍ତନ ଉତ୍ସବରେ ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ପଦକ ସହ ପ୍ରମାଣପତ୍ର ହାସଲ କରିଛନ୍ତି। ଏଥିସହ ତାଙ୍କର ଚୟସ ବେସଡ୍‌ କ୍ରେଡିଟ୍‌ ସିଷ୍ଟମ ଜରିଆରେ କରାଯାଇଥିବା ର଼୍ୟାକିଂରେ ତାଙ୍କୁ ଭକ୍ତକବି ମଧୁସୂଦନ ରାଓ ମେମୋରିଆଲ ସଂସ୍ଥା ପକ୍ଷରୁ ଆଉ ଏକ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି।
ସଂଘମିତ୍ରା ଦୁଇଟି ଲେଖାଏ ସ୍ବର୍ଣ୍ଣପଦକ ଜିଣି ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି। ସଫଳତା ଖବର ଜାଣି ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେ ଅଖ୍ୟାତ ପଲ୍ଲୀ ମାନପୁରରେ ଜନ୍ମଗ୍ରହଣ କରିଥିଲେ। ବାପାଙ୍କ ସ୍ବଳ୍ପ ରୋଜଗା ଯୋଗୁ ଘରୋଇ ବିଦ୍ୟାଳୟରେ ପାଠ ନ ପଢି, ସରକାରୀ ସ୍କୁଲରୁ ପାଠପଢା ଆରମ୍ଭ କରିଥିଲେ। ଗାଁର ସ୍ବପ୍ନେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମଧୁପୁର କଲେଜ-କଲଣରେ ଡିଗ୍ରୀ ହାସଲ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ପାଇଁ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ୨୩ ଡିସେମ୍ବର, ୨୦୨୨ରେ ସ୍ନାତକୋତ୍ତର ପରୀକ୍ଷାଫଳ ପ୍ରକାଶ ପାଇଥିଲା। ସେଥିରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି ବୋଲି ଜାଣି ଖୁସି ହୋଇଥିଲେ। ମାତ୍ର ତାଙ୍କ ମା’ ସତ୍ୟଭାମା ପଣ୍ଡାଙ୍କ ଅକାଳ ବିୟୋଗ ତାଙ୍କୁ ମର୍ମାହତ କରିଥିଲା। ମା’ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଯୋଗୁ ସେ ୨ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି। ସେ ଥିଲେ ଝିଅର ସଫଳତାକୁ ଦେଖି ଖୁସି ହୋଇଥାନ୍ତେ। କିନ୍ତୁ ସେହି ସୌଭାଗ୍ୟ ତାଙ୍କ ପାଖରେ ନାହିଁ। ହେଲେ ବାପାଙ୍କ ସମର୍ଥନ, ପ୍ରେରଣା ତାଙ୍କୁ ସଫଳତା ଆଣି ଦେଇଛି ବୋଲି ସଂଘମିତ୍ରା ପ୍ରକାଶ କରିଛନ୍ତି। ସେ କଲେଜର ସହକାରୀ ପ୍ରଫେସର ଭାବେ ନିଯୁକ୍ତି ପାଇଁ ଏନ୍‌ଇଟି (ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏବେ ପିଏଚ୍‌ଡି ପାଇଁ ପଢ଼ାପଢ଼ି କରୁଛନ୍ତି। ସେ ଅଧ୍ୟାପନା ଦିଗରେ କାର୍ଯ୍ୟ କରିବେ। ଜ୍ଞାନର ବାର୍ତ୍ତାବାହକ ହେବେ ବୋଲି ଇଚ୍ଛା ରଖିଛନ୍ତି। ତେବେ ଆଗକୁ କ’ଣ ହେବ ତାକୁ କେହି ଦେଖି ନାହାନ୍ତି। ସମସ୍ତେ ଭଲ ହିଁ ଆଶା କରନ୍ତି ବୋଲି ସଂଘମିତ୍ରାଙ୍କ ସହ ବାର୍ତ୍ତାଳପ ସମୟରେ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri