ପରିବା ବ୍ୟବସାୟୀଙ୍କ ଝିଅ ଉତ୍କଳ ବିଶ୍ୱବିଦ୍ୟାଳୟ ଟପ୍ପର

ରସୁଲପୁର,୨୬ା୧୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ ଓଡ଼ିଶୋ ପଞ୍ଚାୟତ ମାନପୁର ଗାଁର ପରିବା ବ୍ୟବସାୟୀ ନାରାୟଣ ପଣ୍ଡାଙ୍କ ଝିଅ ସଂଘମିତ୍ରା ପଣ୍ଡା ଉତ୍କଳ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଷୟ ସ୍ନାତକୋତ୍ତର ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ଏକ ସମାବର୍ତ୍ତନ ଉତ୍ସବରେ ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ପଦକ ସହ ପ୍ରମାଣପତ୍ର ହାସଲ କରିଛନ୍ତି। ଏଥିସହ ତାଙ୍କର ଚୟସ ବେସଡ୍‌ କ୍ରେଡିଟ୍‌ ସିଷ୍ଟମ ଜରିଆରେ କରାଯାଇଥିବା ର଼୍ୟାକିଂରେ ତାଙ୍କୁ ଭକ୍ତକବି ମଧୁସୂଦନ ରାଓ ମେମୋରିଆଲ ସଂସ୍ଥା ପକ୍ଷରୁ ଆଉ ଏକ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି।
ସଂଘମିତ୍ରା ଦୁଇଟି ଲେଖାଏ ସ୍ବର୍ଣ୍ଣପଦକ ଜିଣି ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି। ସଫଳତା ଖବର ଜାଣି ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେ ଅଖ୍ୟାତ ପଲ୍ଲୀ ମାନପୁରରେ ଜନ୍ମଗ୍ରହଣ କରିଥିଲେ। ବାପାଙ୍କ ସ୍ବଳ୍ପ ରୋଜଗା ଯୋଗୁ ଘରୋଇ ବିଦ୍ୟାଳୟରେ ପାଠ ନ ପଢି, ସରକାରୀ ସ୍କୁଲରୁ ପାଠପଢା ଆରମ୍ଭ କରିଥିଲେ। ଗାଁର ସ୍ବପ୍ନେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମଧୁପୁର କଲେଜ-କଲଣରେ ଡିଗ୍ରୀ ହାସଲ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ପାଇଁ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ୨୩ ଡିସେମ୍ବର, ୨୦୨୨ରେ ସ୍ନାତକୋତ୍ତର ପରୀକ୍ଷାଫଳ ପ୍ରକାଶ ପାଇଥିଲା। ସେଥିରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି ବୋଲି ଜାଣି ଖୁସି ହୋଇଥିଲେ। ମାତ୍ର ତାଙ୍କ ମା’ ସତ୍ୟଭାମା ପଣ୍ଡାଙ୍କ ଅକାଳ ବିୟୋଗ ତାଙ୍କୁ ମର୍ମାହତ କରିଥିଲା। ମା’ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଯୋଗୁ ସେ ୨ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି। ସେ ଥିଲେ ଝିଅର ସଫଳତାକୁ ଦେଖି ଖୁସି ହୋଇଥାନ୍ତେ। କିନ୍ତୁ ସେହି ସୌଭାଗ୍ୟ ତାଙ୍କ ପାଖରେ ନାହିଁ। ହେଲେ ବାପାଙ୍କ ସମର୍ଥନ, ପ୍ରେରଣା ତାଙ୍କୁ ସଫଳତା ଆଣି ଦେଇଛି ବୋଲି ସଂଘମିତ୍ରା ପ୍ରକାଶ କରିଛନ୍ତି। ସେ କଲେଜର ସହକାରୀ ପ୍ରଫେସର ଭାବେ ନିଯୁକ୍ତି ପାଇଁ ଏନ୍‌ଇଟି (ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏବେ ପିଏଚ୍‌ଡି ପାଇଁ ପଢ଼ାପଢ଼ି କରୁଛନ୍ତି। ସେ ଅଧ୍ୟାପନା ଦିଗରେ କାର୍ଯ୍ୟ କରିବେ। ଜ୍ଞାନର ବାର୍ତ୍ତାବାହକ ହେବେ ବୋଲି ଇଚ୍ଛା ରଖିଛନ୍ତି। ତେବେ ଆଗକୁ କ’ଣ ହେବ ତାକୁ କେହି ଦେଖି ନାହାନ୍ତି। ସମସ୍ତେ ଭଲ ହିଁ ଆଶା କରନ୍ତି ବୋଲି ସଂଘମିତ୍ରାଙ୍କ ସହ ବାର୍ତ୍ତାଳପ ସମୟରେ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri