ନିୟମିତ ଆସୁନାହାନ୍ତି ଅଙ୍ଗନବାଡି କର୍ମୀ, ଶିକ୍ଷାଦାନରେ ଅବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ

ଦାରିଙ୍ଗବାଡି, ୯।୮(ଅରୁଣ ସାହୁ ): ଶିଶୁଙ୍କ ଶିକ୍ଷା ସହ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଅପପୁଷ୍ଟି ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯିବା ସହ ସେମାନଙ୍କ ପାଇଁ ମାଗଣା ଛତୁଆ, ଅଣ୍ଡା ସହ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଛି। ଏହି ସବୁ ଯୋଜନା ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ଓ ପ୍ରସୂତି ମହିଳାଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ହାତୀମୁଣ୍ଡା ପଞ୍ଚାୟତ ପୀଡଡ଼ମା ଅଙ୍ଗନବାଡି କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଯାଇଛି। ଅଙ୍ଗନବାଡି କର୍ମୀ ନିମନ୍ତି ବଳିୟାରସିଂ ବିଭିନ୍ନ କାର୍ଯ୍ୟ ଦେଖାଇ କେନ୍ଦ୍ରକୁ ନିୟମିତ ଆସନ୍ତି ନାହିଁକି ଶିଶୁଙ୍କ ପାଇଁ ସରକାର ଦେଉଥିବା ବିଭିନ୍ନ ଅନୁଦାନ ଯଥା ପାଠ୍ୟ ସାମଗ୍ରୀ, କେନ୍ଦ୍ରକୁ ସୌନ୍ଦର୍ଯ୍ୟକରଣ ପାଇଁ ୱାଲ ପେଣ୍ଟ କରାଇବା ଆଦି ଅବହେଳା କରନ୍ତି ଓ ଅନୁଦାନକୁ ତୋସାରପାତ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଏନେଇ ତାଙ୍କୁ ପଚାରିଲେ କୁଆଡେ କର୍ମୀ ଜଣକ ଧମକଚମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶିଶୁଙ୍କୁ କେନ୍ଦ୍ରକୁ ନିୟମିତ ଆସିବାପାଇଁ ଆକୃଷ୍ଟ କରାଯିବା ପାଇଁ କେନ୍ଦ୍ରରେ ୱାଲ ପେଣ୍ଟ ସହ ବିଭିନ୍ନ ଚିତ୍ର, ପାଠ୍ୟ ଉପକରଣ ନ ଥିବାରୁ ଶିକ୍ଷାରେ ବାଧାପ୍ରାପ୍ତ ହେବା ସହ କେବଳ ସହାୟକ ମାଧ୍ୟମରେ କେନ୍ଦ୍ର ପରିଚାଳନା ହେଉଛି। ଏନେଇ ଅଙ୍ଗନବାଡି କର୍ମୀ ନିମନ୍ତି ବଳିୟାରସିଂ କୁହନ୍ତି, ସେ ନିୟମିତ ଆସନ୍ତି ହେଲେ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଇଣ୍ଟରନେଟ ବ୍ୟବସ୍ଥା ନ ଥିବାରୁ ମୋତେ ଅନେକ ସମୟରେ ଇଣ୍ଟରନେଟ ପାଇଁ ବାହାରକୁ ଯିବାକୁ ପଡୁଛି ବୋଲି କହିଛନ୍ତି। ମୁଁ କେନ୍ଦ୍ର ଠାରୁ ଦୂରରେ ରହୁଥିବାରୁ କେନ୍ଦ୍ରରେ ବିଳମ୍ବରେ ପହଞ୍ଚିଛି ବୋଲି କହିଛନ୍ତି। ଏନେଇ ଦାରିଙ୍ଗବାଡି ସିଡିପିଓ ଅଞ୍ଜଳି ମହାପାତ୍ର କହିଛନ୍ତି , ଏ ସମ୍ପର୍କରେ ସେ ତଦନ୍ତ କରିବେ ଯଦି କେନ୍ଦ୍ର ଅନିୟମିତତାରେ ଚାଲିଥିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ନନ୍ଦନ ମହାନନ୍ଦ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ବାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ...

ନାମାଙ୍କନପତ୍ର ଦାଖଲ କଲେ ମାଧବ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ...

ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା

ପାଟଣା,୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଶୁକ୍ରବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟାଙ୍ଗରବନ୍ତଳା...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri