Posted inଜାତୀୟ

ପରିବାରର ୪ ଜଣଙ୍କୁ ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା

ଯୋଧପୁର,୫ା୧୧: ରାଜସ୍ଥାନର ଯୋଧପୁରରେ ଜଣେ ୩୮ ବର୍ଷୀୟ ଯୁବକ ଶୁକ୍ରବାର ତାଙ୍କ ପରିବାରର ୪ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଲାଲ୍‌ ନାମକ ଯୁବକ କ୍ଷେତରେ କାମ କରୁଥିବା ତାଙ୍କ ବାପା ସୋନାରାମ (୬୫)ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ମାଆ ଚମ୍ପା (୫୫)ଙ୍କ ଜୀବନ ନେଇଥିଲେ। ଏହା ପରେ ଲାଲ୍‌ ତାଙ୍କ ପୁଅ ଲକ୍ଷ୍ମଣ(୧୪) ଏବଂ ଦିନେଶ(୮)ଙ୍କୁ ହତ୍ୟା କରିଥିଲେ ବୋଲି ଲୋହାଓ୍ବତ ଏସ୍‌ଏଚ୍‌ଓ ବଦ୍ରି ପ୍ରସାଦ କହିଛନ୍ତି। ମୃତଦେହଗଡ଼ିକୁ ସେ ଘର ପଛପଟେ ଥିବା ପୋଖରୀରେ ପକାଇଦେଇଥିଲେ। ପରେ ସେ ନିକଟରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ସେଠାରେ ଥିବା ଏକ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଚାଷ କାର୍ଯ୍ୟ କରୁଥିବା ଲାଲ୍‌ ଅଫିମ ଖାଇଥାନ୍ତି। ସେ ତାଙ୍କ ପରିବାର ସଦସ୍ୟଙ୍କୁ ନିଶା ଦେବା ପରେ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। କାରଣ ପରିବାରରେ ତାଙ୍କ ସ୍ତ୍ରୀ ଓ ଅନ୍ୟ ସଦସ୍ୟ ଥିଲେ ମଧ୍ୟ ସେମାନେ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ କି ଦୁଇଟା ନୁହେଁ ଝିଅଙ୍କ ନାଁରେ ଏତେ ଯୋଜନା ଚଳାଉଛନ୍ତି ସରକାର, ଜାଣନ୍ତୁ କେମିତି ମିଳିବ ଫାଇଦା

ନୂଆଦିଲ୍ଲୀ,୨୫।୪: ଭାରତରେ, କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାଗୁଡ଼ିକର ଉଦ୍ଦେଶ୍ୟ କେବଳ ଆର୍ଥିକ…

ପେଟ୍ରୋଲ ଟାଙ୍କିରେ ତେଲ ପକାଇ ଚମ୍ପଟ ମାରିଥିଲେ ଦୁଇ ଅଭିଯୁକ୍ତ, କୋର୍ଟରେ ହେଲେ ହାଜର, ଗାଡ଼ି ନମ୍ବର ପ୍ଲେଟ୍‌ ବାରମ୍ବାର ବଦଳାଇ କରୁଥିଲେ…

ହାଟଡିହୀ/ଛେନାପଦୀ/ଆନନ୍ଦପୁର,୨୫ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ହାଟଡିହୀଠାରେ ଥିବା ପେଟ୍ରୋଲ ଟାଙ୍କିରୁ ପ୍ରାୟ ୧୫ ହଜାର ଟଙ୍କାର ପେଟ୍ରୋଲ ନେଇ…

ରାଘବ ଚଢା ନା ସନ୍ଦୀପ ପାଠକ… କିଏ AAP ଛାଡିବା ପରେ କେଜରିଓ୍ବାଲଙ୍କୁ ଲାଗିଲା ବଡ଼ ଝଟକା? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୪: ସାତ ଜଣ ରାଜ୍ୟ ସଭା ଏମପିଙ୍କ ଏକକାଳୀନ ବିଦାୟ ସହିତ ଆମ ଆଦମୀ ପାର୍ଟି (AAP) ଏକ ବଡ଼ ଧକ୍କା ପାଇଛି; ତଥାପି, ଦଳ ଭିତରେ…

ରାଘବ ଚଢାଙ୍କୁ ନେଇ ମୁହଁ ଖୋଲିଲେ ନବୀନ, କହିଲେ ଆହୁରି ଖେଳ ବାକି ଅଛି…

ନୂଆଦିଲ୍ଲୀ,୨୫।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ୱାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଏହି ପ୍ରାରମ୍ଭିକ ପର୍ଯ୍ୟାୟରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ଦେଖି ଭାଜପା ଖୁସି ଥିବା…

ମହିଳାଙ୍କ ଉପରେ ବୃଦ୍ଧି ପାଉଛି ଅତ୍ୟାଚାର, ସୁରକ୍ଷା ଦାବିରେ…

କୋରାପୁଟ,୨୫ା୪(ଅମିତାଭ ବେହେରା): ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର ଓ ଅସୁରକ୍ଷିତ ପ୍ରତିବାଦରେ କୋରାପୁଟ ସହରରେ ଏକ ବିଶାଳ ଜନ-ଆକ୍ରୋଶ ରାଲି ଆୟୋଜିତ ହୋଇଛି। କୋରାପୁଟସ୍ଥିତ ଟାଉନହଲଠାରୁ…

କାହିଁକି ଭାଜପା ହାତ ଧରିଲେ ସ୍ବାତୀ? କହିଲେ ଅସଲ କାରଣ, କେଜରିଓ୍ବାଲଙ୍କ ଉପରେ ଲଗାଇଲେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (AAP)ର ଜଣେ ବରିଷ୍ଠ ନେତ୍ରୀ ଏବଂ ରାଜ୍ୟ ସଭାର ଏମପି ସ୍ବାତୀ ମାଲିୱାଲ ୨୪ ଏପ୍ରିଲ ୨୦୨୬ରେ ଦଳରୁ ଇସ୍ତଫା ଦେଇ…

YourDesiCartକୁ କିଣିଲା Garudavega: ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଆହୁରି ସହଜ ହେବ କିଣାବିକା

YourDesiCart ନାମକ ଏକ ଅନ୍‌ଲାଇନ ଶପିଙ୍ଗ ଏବଂ ପାର୍ସେଲ ସେବା ପ୍ଲାଟଫର୍ମକୁ କ୍ରୟ କରିଛି Garudavega (NexGen Logistics ର ଏକ ଅଂଶ)। ଏହା ଦ୍ୱାରା ଗରୁଡବେଗା…

୨୮ ଦିନିଆ ଶସ୍ତା ଗେମିଂ ପ୍ଲାନ ଲଞ୍ଚ କଲା Jio, ୬୧GB ଡାଟା ସହିତ ମାଗଣା OTT

ନୂଆଦିଲ୍ଲୀ,୨୫।୪: ଜିଓ ପୁଣି ଥରେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏକ ସୁଲଭ ଯୋଜନା ଲଞ୍ଚ କରିଛି । ଜିଓର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ସ୍ୱତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri