Posted inଭଦ୍ରକ

ଟାର୍ଗେଟ୍‌ ନାହିଁ, ପଡ଼ିରହିଛି ଧାନ

ଧାମନଗର,୬।୩: ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ଧାନ ବିକ୍ରି କରି ନ ପାରି ହତାଶ ହୋଇପଡ଼ିଛନ୍ତି। ଟୋକନ ଅବଧି ଶେଷ ହେବା ସହ ଟାର୍ଗେଟ୍‌ ଅଭାବରୁ ଚାଷୀ ଅମଳ କରିଥିବା ଧାନ ସମିତିକୁ ବିକ୍ରି କରିପାରୁ ନାହାନ୍ତି। ଫଳରେ ଶହ ଶହ ଧାନ ବସ୍ତା ସମିତି ଆଗରେ ମାସେ ହେଲା ପଡ଼ି ରହିଛି। ଏପରିକି ବହୁ ଚାଷୀ ବାଧ୍ୟହୋଇ କମ୍‌ ଦାମ୍‌ରେ ବେପାରୀଙ୍କୁ ବିକ୍ରି କରୁଛନ୍ତି। ଶୁକ୍ରବାର ଅପରାହ୍ନରେ ଉକ୍ତ ସମିତିକୁ ଗୋଡାଉନ ଯାଞ୍ଚ କରିବା ଲାଗି ଧାମନଗର ଯୋଗାଣ ଅଧିକାରୀ ଆନିମେଶ ସାହୁ, ଜିଲା ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପଣ୍ଡା ଓ ବ୍ଲକ ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ସନ୍ଦିପ୍ତା ଦାଶ ଯାଇଥିଲେ। ସମିତି ଆଗରେ ପଡ଼ି ରହିଥିବା ଧାନ କିପରି ବିକ୍ରି ହେବ ତାହାର ବ୍ୟବସ୍ଥା କରା ନ ଯିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସମିତି ସମ୍ପାଦକ ବସନ୍ତରାଜ ସାହୁ କହିଛନ୍ତି, ଏକ ମାସ ହେଲା ଟାର୍ଗେଟ ଆସିନାହିଁ। ଯେତିକି ଆସୁଛି ସମସ୍ତ ଚାଷୀଙ୍କ ଟୋକନ ଅନୁଯାୟୀ ଧାନ କିଣା ଯାଇପାରୁ ନାହିଁ ଏବଂ ଟାର୍ଗେଟ ଅଭାବରୁ କେତେଜଣ ଚାଷୀଙ୍କ ଟୋକନ ଲାପ୍ସ ହେଇଯାଇଛି। ଆଗକୁ ଟାର୍ଗେଟ ଆସିଲେ ସମସ୍ତ ଚାଷୀଙ୍କ ଧାନ କିଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣୀ ମହାଦେବଙ୍କୁ ଜଳଲାଗି

ଆରଡ଼ି, ୧୯।୭ (ଡି.ଏନ.ଏ.) ଶ୍ରାବଣ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ କାଉଡ଼ିଆମାନେ ଜଳଲାଗି କରିଛନ୍ତି। ରବିବାର ଅପରାହ୍ନଠାରୁ ଏଠାରେ ସେମାନଙ୍କର...

ଜିଲାପାଳଙ୍କ ନାଁରେ ଫେକ୍‌ ଆକାଉଣ୍ଟ

ଭଦ୍ରକ ଅଫିସ,୨୬।୫: କେହି ଜଣେ ଦୁର୍ବୃତ୍ତ ଭଦ୍ରକ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କ ନାଁରେ ସୋସିଆଲ ମିଡିଆରେ ଖୋଲିଛନ୍ତି ଫେକ୍‌ ଆକାଉଣ୍ଟ। ଜିଲାପାଳ ନିଜର ଫେସ୍‌ବୁକ...

୪୮ ଘଣ୍ଟା ପାଇଁ କାହିଁକି ବନ୍ଦ ହେଲା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡ଼ି ସେବା, ଜାଣନ୍ତୁ

ଭଦ୍ରକ ଅଫିସ,୮।୮: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡି ସେବାକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି l ଜଣେ କାର୍ଯ୍ୟରତ ଡାକ୍ତର କୋରୋନା ପଜିଟିଭ୍‌...

ଧାନ ରୋଇବାକୁ ଯାଇ ଆଉ ଫେରିଲେନି

ବନ୍ତ,୧୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ଯୁବ ଚାଷୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସେକ୍‌...

ଅବକାରୀ ବିଭାଗ, ଫ୍ଲାଇଂ ସ୍ବାଡ୍‌ର ମିଳିତ ଚଢ଼ାଉ: ୩୫୦ ଲିଟର ମଦ ଜବତ

ପଦ୍ମପୁର,୧।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଅବକାରୀ ବିଭାଗ ଓ ଫ୍ଲାଇଂ ସ୍ବାଡ୍‌ ରବିବାର ମିଳିତ ଚଢ଼ାଉ କରି ୩ ଶହ ୫୦ ଲିଟର ରନ୍ଧାମଦ ଜବତ କରିଛି।...

ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଭଦ୍ରକ ଅଫିସ,୧୯।୯: ଭଦ୍ରକ ଟାଉନ ଥାନା ଅଧିନସ୍ଥ ଶଙ୍କରପୁର ଗାଁର ରାଜେଶ ରାଉତ(୩୦) ବୁଧବାର ରାତିରୁ ନିଖୋଜ ଥିଲେ। ରାତିରେ ମାଛ ଧରିବାକୁ ଯାଇ ସେ...

କାଳିଆ ଯୋଜନାରୁ ବାଦ୍‌ ପଡ଼ିବେ ଅଯୋଗ୍ୟ ହିତାଧିକାରୀ

ତିହିଡ଼ି, ୬।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରେ କାଳିଆ ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଛନ୍ତି। ସେମାନେ ପ୍ରଥମ...

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ମହିଳାଙ୍କୁ ବୋହି ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକ

ପଦ୍ମପୁର,୩୧ା୫(ଡି.ଏନ.ଏ.)-ରାସ୍ତା ଖରାପ ଯୋଗୁ ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ। ଫଳରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ପରିବାର ଲୋକ ଖଟିଆରେ ବୋହି ମେଡ଼ିକାଲରେ ଭର୍ତ୍ତି...

Advertisement
Archives

Model This Week