ଡ୍ରେନ୍‌ ସମସ୍ୟାର ସମାଧାନ ନାହିଁ

ଅନୁଗୋଳ ଅଫିସ,୧୮ା୩- ଅନେକଥର ପୌର ନିର୍ବାଚନ ହେଲାଣି। କେତେ କାଉନସିଲରଙ୍କ କାର୍ଯ୍ୟକାଳ ସରିଲାଣି। ହେଲେ ଅନୁଗୋଳ ପୌର ପରିଷଦର ୧୯ନଂ. ଓ୍ବାର୍ଡ ଏବେ ବି ଅବହେଳିତ ଅବସ୍ଥାରେ ପଡ଼ିଛି। ପ୍ରମୁଖ ସମସ୍ୟା କୁହାଯାଉଥିବା ଡ୍ରେନ୍‌ ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ।
ଅନୁଗୋଳ ପୌରାଞ୍ଚଳର ହେମସୁରପଡ଼ା ଅଞ୍ଚଳକୁ ନେଇ ୧୯ନଂ. ଓ୍ବାର୍ଡ ଗଠିତ। ଲୋକ ସଂଖ୍ୟା ତୁଳନାରେ ଏହା ପୌର ପରିଷଦର ୬ଷ୍ଠ ବୃହତ୍ତମ ଓ୍ବାର୍ଡ। ଏଠାକାର ଲୋକ ସଂଖ୍ୟା ୨୪୯୦ ହୋଇଥିବା ବେଳେ ୨୦୪୨ଜଣ ଭୋଟର ରହିଛନ୍ତି। ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନର ଭୋଟ ଗ୍ରହଣ ହେବାକୁ ଥିବାରୁ ପ୍ରାର୍ଥୀମାନଙ୍କ ଗହଳି ଚହଳି ଏଠାରେ ଲାଗି ରହିଛି। ସ୍ଥାନୀୟ ନେତାମାନଙ୍କ ସହ ସେମାନେ ଘର ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି। ସେମାନଙ୍କ ଦୁଃଖସୁଖରେ ସାମିଲ ହେବାର ପ୍ରତିଶ୍ରୁତି ଦେଉଛନ୍ତି। ଓ୍ବାର୍ଡର ଉନ୍ନୟନ କରିବେ ବୋଲି କହୁଛନ୍ତି। ହେଲେ ଡ୍ରେନ୍‌ ସମସ୍ୟାର ସମାଧାନ ହେବ ବୋଲି ଲୋକେ ଆଉ ବିଶ୍ୱାସ କରୁନାହାନ୍ତି। କାରଣ ଅତୀତରେ ଅନେକ କାଉନସିଲର ଏଠାରୁ ନିର୍ବାଚିତ ହୋଇଥିଲେ ମଧ୍ୟ ସେମାନେ ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ଚଳିତ ନିର୍ବାଚନରେ ଏହି ଓ୍ବାର୍ଡରୁ ବଳରାମ ଜେନା ବିଜେଡି ପ୍ରାର୍ଥୀ ହୋଇଛନ୍ତି। କଲ୍ଲୋଳକାନ୍ତ ସାହୁ ଭାଜପାରୁ ଓ ଭଗବାନ ମହାନ୍ତି କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼େଇ କରୁଛନ୍ତି। ତେବେ ୩ ପ୍ରାର୍ଥୀଙ୍କ ମଧ୍ୟରୁ ଯିଏ ବି ବିଜୟୀ ହୁଅନ୍ତୁ, ସେ ଅବ୍ୟବସ୍ଥା ଘେରରେ ଥିବା ଡ୍ରେନ୍‌କୁ ସୁବ୍ୟବସ୍ଥିତ କରନ୍ତୁ ବୋଲି ଓ୍ବାର୍ଡବାସୀ ଦାବି କରୁଛନ୍ତି। ଏହି ଓ୍ବାର୍ଡର ସବିତା ଦାସ କହିଛନ୍ତି, ଡ୍ରେନ୍‌ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଆବର୍ଜନା ଜଳ ନିଷ୍କାସିତ ହୋଇପାରୁ ନାହିଁ। ଫଳରେ ଦୂଷିତ ପରିବେଶ ମଧ୍ୟରେ ରହିବାକୁ ପଡ଼ୁଛି। ମଶା, ମାଛି ବଂଶ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରତିକାର କରାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri