ଅଶୃଖୋଳାର ପୁନରୁଦ୍ଧାର ହେଉନି, ଜଳ ସଙ୍କଟ ଆଶଙ୍କା

ପାଟକୁରା, ୭ା୧ (ଡି.ଏନ.ଏ.): କଟକ ସଦର, ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଅଶୃଖୋଳା ନାମକ ଏକ ପ୍ରାକୃତିକ ଜଳାଶୟ ପୁରାତନ କାଳରୁ ପ୍ରବାହିତ ହେଉଥିବା ଦେଖାଯାଏ। ପୁରାତନ କାଳରେ ଯେତେବେଳେ ଗଁା ଗଣ୍ଡାରେ କୂଅ, ପୋଖରୀ ଓ ନଳକୂପ ନ ଥିଲା, ସେତେବେଳେ ଏହି ଅଶୃଖୋଳାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକେ ଦୈନନ୍ଦିନ ନିତ୍ୟକର୍ମ, ଗାଧୋଇବା, ପାନୀୟ ଜଳ ଭାବେ ବ୍ୟବହାର କରିବା, ଶୁଦ୍ଧି କ୍ରିୟାକର୍ମଠାରୁ ଆରମ୍ଭ କରି ଲୁଗା ସଫା କରିବା, ତେଣ୍ଡା ସାହାଯ୍ୟରେ ଜମିକୁ ପାଣି ମଡ଼ାଇ ଚାଷ କରିବା, ଗୃହପାଳିତ ଗାଈ, ମଇଁଷି ଆଦିଙ୍କୁ ଗାଧୋଇ ଦେବା ଆଦି କାର୍ଯ୍ୟ ଏଠାରେ କରାଯାଉଥିଲା। ବର୍ତ୍ତମାନ ଏହି ଅଶୃଖୋଳା ଦଳ ସହ ପଙ୍କରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ଏହାର ପାଣି ବିଷାକ୍ତ ହୋଇଯିବା ସହ ଦଳ ଯୋଗୁ ମଶା, ବିଷଧର ସାପଙ୍କ ବାସସ୍ଥଳି ପାଲଟିଛି। ଏହାର ପାଣି ବିଷାକ୍ତ ହୋଇଯିବା ଫଳରେ ମାଛ ମରିଯାଉଥିବା ବେଳେ ଗାଧୋଇଲେ ଦେହ ହାତ ସବୁ ଫଳି ଯାଉଛି। ମହାନଦୀରେ ଖରାଦିନେ ପାଣି ଆସୁ ନ ଥିବାରୁ ଶୁଖିଲା ପଡୁଛି। ତେଣୁ ଅଶୃଖୋଳାର ଦଳ ସମ୍ପୂର୍ଣ୍ଣ ଭାବେ ସଫେଇ ଓ ଏହାର ପଙ୍କ ଉଦ୍ଧାର କରା ନ ଗଲେ ନଳକୂପର ଜଳସ୍ଥର କମି ଯାଉଥିବାରୁ ନିକଟ ଭବିଷ୍ୟତରେ ସ୍ଥାନୀୟ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେବାର ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି। ଏସବୁକୁ ଦୃଷ୍ଟିରେ ରଖି କଟକ ସଦର, ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ହଜାର ହଜାର ଲୋକ ଏକାଠି ହୋଇ ପ୍ରାୟ ୨ ବର୍ଷରୁ ଊର୍ଦ୍ଧ୍ୱ ହେଲା ଅଶୃଖୋଳାର ପୁନରୁଦ୍ଧାର ପାଇଁ ଦାବି କରିଆସୁଛନ୍ତି। ଏହିସବୁ ଅଞ୍ଚଳର ସାଧାରଣ ଲୋକ, ବୁଦ୍ଧିଜୀବୀ ଓ ଜନ ପ୍ରତିନିଧିମାନେ ଏଥିରେ ସାମିଲ ହୋଇଛନ୍ତି। ଅଶୃଖୋଳା ଆମ ଜୀବନ ଧାରା, ଏହାର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ। ଅଞ୍ଚଳର ଉତ୍ସାହୀ ଯୁବକ, ଜନପ୍ରତିନିଧି, ବୁଦ୍ଧିଜୀବୀଙ୍କୁ ନେଇ ଅଶୃଖୋଳା ଉନ୍ନୟନ ପରିଷଦ ନାମରେ ଏକ ସଙ୍ଗଠନ ମଧ୍ୟ ଗଢ଼ି ଉଠିଛି। ଜିଲା ପ୍ରଶାସନ, ୩ ବିଧାୟକ, ୨ ଏମ୍‌ପି, ଜଳ ନିକାସ ବିଭାଗ, ଜଳ ସମ୍ପଦ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ଫଳରେ ଏହାର ପୁନରୁଦ୍ଧାର ପାଇଁ ଜଳ ନିକାସ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଏକାଧିକ ଥର କ୍ଷେତ୍ର ପରିଦର୍ଶନ କରି ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଫଳରେ ଅଶୃଖୋଳାର ପୁନରୁଦ୍ଧାର ପାଇଁ ୨୪ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି କେନ୍ଦ୍ର ଜଳ ସମ୍ପଦ ବିଭାଗ ପକ୍ଷରୁ ୪୫ କୋଟି ମଞ୍ଜୁର କରାଯାଇଥିବାବେଳେ ଡ୍ରେନେଜ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଏଥିଯୋଗୁ ୩ଟି ନିର୍ବାଚନମଣ୍ଡଳୀର ଲୋକଙ୍କୁ ଜଳ ସଙ୍କଟ ଆଡ଼କୁ ଠେଲି ଦିଆଯାଉଛି।
ଏସବୁକୁ ଦେଖି ଅଶୃଖୋଳା ଉନ୍ନୟନ ପରିଷଦର ଆହ୍ବାନରେ ଆଳିଜଙ୍ଗାଠାରେ ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷାବିତ୍‌ ମନମୋହନ କାନୁନ୍‌ଗୋ ଅଧ୍ୟକ୍ଷତା କରିଥିଲେ। ଏଥିରେ ସିଫାର ଅବସରପ୍ରାପ୍ତ ବୈଜ୍ଞାନିକ ଡ. ଅମରେନ୍ଦ୍ରନାଥ ମହାନ୍ତି, ଡ. ଅବଦୁଲ ହଲିମ ଖଁା, ପ୍ରଫେସର ଡ. ସରୋଜ କୁମାର ମହାନ୍ତି, ଆଇନଜୀବୀ ହୃଦୟନିଧି ମହାନ୍ତି, ଖବରଦାତା ଦୀପ୍ତିରଞ୍ଜନ କାନୁନ୍‌ଗୋ, ରବୀନ୍ଦ୍ରନାଥ ମହାନ୍ତି, ନୃସିଂହ ବେହେରା, ସୟଦ ଜମିଲ ଅଖତର, ଅମୀୟ କୁମାର ପତି, ଇଂ. ଦିଲୀପ କୁମାର ବେହେରା, ସରୋଜ କୁମାର ବେଉରା, ପ୍ରତାପ ଚନ୍ଦ୍ର ବେହେରା, ଗୋକୁଳ ଚନ୍ଦ୍ର ମହାନ୍ତି, ଆଲୋକ ବେହେରା, କୈଳାସ ଚନ୍ଦ୍ର ସ୍ବାଇଁ, ଶ୍ରୀକାନ୍ତ କୁମାର ସେନାପତି, ଶତ୍ରୁଘ୍ନ ମଲିକ, ଅଶୋକ କୁମାର ବାରିକ, ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ଶତାଧିକ ଯୁବକ, ବୁଦ୍ଧିଜୀବୀ ଉପସ୍ଥିତ ହୋଇ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଡ୍ରେନେଜ ବିଭାଗର ମନମାନି ବିରୋଧରେ ଜନ ଆନ୍ଦୋଳନ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ୨୦ ତାରିଖରେ ଡ୍ରେନେଜ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ତୁରନ୍ତ ଅଶୃଖୋଳାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରା ନ ଗଲେ ୩ଟି ନିର୍ବାଚନମଣ୍ଡଳୀର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri