ବାସ୍ତବ ନୀତି ନାହିଁ

ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦାକରି ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଆଗତ ନିନ୍ଦା ପ୍ରସ୍ତାବର ଭୋଟିଂରୁ ଭାରତ ନିଜକୁ ଦୂରେଇ ରଖିଛି। ୟୁକ୍ରେନ୍‌ର ସାମ୍ପ୍ରତିକ ସ୍ଥିତିକୁ ନେଇ ବହୁତ ଚିନ୍ତିତ ବୋଲି ଭାରତ କହିଛି। ଏହା ବ୍ୟତୀତ ହିଂସା ସମାପ୍ତ କରାଯିବା ଲାଗି ଆହ୍ବାନ ଦେଇଛି। ସମ୍ମାନ, ସାର୍ବଭୌମତା ଏବଂ ଆଞ୍ଚଳିକ ଏକତା ପାଇଁ ଭୋଟିଂରୁ ଦୂରେଇ ରହିଛି ବୋଲି ପ୍ରକାଶ କରିଛି। ରୁଷିଆର ଆକ୍ରମଣ ବିରୋଧରେ ବିଶ୍ୱର ସ୍ଥିତିକୁ ନେଇ ବାରମ୍ବାର ମୁହଁ ଖୋଲିଲେ ବି ଜାତିସଂଘ ସୁରକ୍ଷା ପରିଷଦର ଭୋଟିଂରୁ ଦୂରେଇ ରହିବା ଯୋଗୁ ଏଥିରେ କିଛି ରହସ୍ୟ ଥିବା ଭଳି ମନେହେଉଛି। ବାସ୍ତବତା ହେଉଛି ଭାରତ କୂଟନୀତିର ଏକ କଠିନ ସମୟକୁ ସାମ୍ନା କରିଛି। ଭାରତର ମିଲିଟାରି ଉପକରଣର ଅଧାରୁ ଅଧିକ ରୁଷିଆ ଯୋଗାଏ। ଦୃଷ୍ଟାନ୍ତ ସ୍ବରୂପ, ଆମର ୯୬ ପ୍ରତିଶତ ଯୁଦ୍ଧ ଟ୍ୟାଙ୍କ ରୁଷିଆର। ଆମ ଏକମାତ୍ର ଏୟାରକ୍ରାଫ୍ଟ କ୍ୟାରିୟର ଏବଂ ଏକମାତ୍ର ଆଣବିକ ଶକ୍ତିଚାଳିତ ସବ୍‌ମେରାଇନ ରୁଷିଆର। ଆମ ଲଢୁଆ ବିମାନର ୭୧ ପ୍ରତିଶତ ଏବଂ ସମସ୍ତ ୬ଟି ଏୟାରଟ୍ୟାଙ୍କ୍‌ର ମଧ୍ୟ ରୁଷିଆର। ଏହି ତଥ୍ୟ ୟୁନାଇଟେଡ୍‌ ଷ୍ଟେଟ୍ସ କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସରୁ ମିଳିଛି। ଯୁଦ୍ଧ ତଥା ଏସବୁ ମେଶିନଗୁଡ଼ିକର ପ୍ରଶିକ୍ଷଣ ପାଇଁ ସ୍ପେୟାର୍ସ ଏବଂ ସର୍ଭିସିଂର ଆବଶ୍ୟକତା ରହିଥିବାରୁ ଭାରତ ରୁଷୀୟ ଯୋଗାଣକାରୀଙ୍କ ସହ ଲଗାତର ଯୋଗାଯୋଗରେ ରହିବା ଦରକାର ବୋଲି ମନେକରୁଛି। ବିଶେଷଜ୍ଞଙ୍କ ମତରେ, ଲଦାଖକୁ ନେଇ ଭାରତ ଓ ଚାଇନା ବିବାଦର ସମାଧାନ ପାଇଁ ରୁଷିଆ ମଧ୍ୟସ୍ଥ କାର୍ଯ୍ୟ କରୁଛି। ଏଣୁ ଆମେ କୌଣସି ପ୍ରକାରେ ପୁଟିନ୍‌ଙ୍କୁ ଅସନ୍ତୁଷ୍ଟ କରିପାରିବା ନାହିଁ। ପରିଣାମ ସ୍ବରୂପ ଭାରତର ଭୋଟ ବିଷୟ ବଡ଼ କଥା ହୋଇ ରହିଲା ନାହିଁ, କାରଣ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ରୁଷିଆ ପାଖରେ ଥିବା ଭିଟୋ ପ୍ରୟୋଗ କଲା ଓ ନିନ୍ଦା ପ୍ରସ୍ତାବ ବିଫଳ ହେଲା। ଆମ ଭଳି ଚାଇନା ମଧ୍ୟ ଭୋଟିଂରୁ ଦୂରେଇ ରହିଲା। ଏସବୁ ଦେଖିତ୍ଲେ ଜଣାଯାଏ ଯେ,ଏବକାର ସରକାରରେ ଭାରତର ବୈଦେଶିକ ନୀତି ଠିକ୍‌ ଠାକ୍‌ ଚାଲୁନାହିଁ । ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଆମ ଇତିହାସକୁ ଯଦି ଦେଖିବା ତେବେ ଜାଣିପାରିବା ଯେ, ଭାରତ ବିଦେଶରେ ନିଜକୁ ଏକ ପୁରାତନ ସର୍ବଭୌମ ତଥା ଏକ ସମ୍ମିଳିତ ପରମ୍ପରାସମ୍ପନ୍ନ ରାଷ୍ଟ୍ର ଭାବେ ପ୍ରତିପାଦିତ କରିଆସିଛି। କିନ୍ତୁ ଏହି ସିଦ୍ଧାନ୍ତ ୨୦୧୪ ପରେ ବଦଳିଗଲା। ଅନୁଧ୍ୟାନରୁ ଜଣାଯାଏ ଯେ,୨୦୧୪ ପରେ ସରକାର ଭାରତର ହିନ୍ଦୁ ପରମ୍ପରାକୁ ବାହାରେ ପ୍ରକଟ କଲାଭଳି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବା ଲାଗି ରାଷ୍ଟ୍ରଦୂତଙ୍କୁ ନିର୍ଦ୍ଦେଶ ଦେଲେ। ଏଥିରେ କେତେ ଜଣ ରାଷ୍ଟ୍ରଦୂତ ଅସନ୍ତୋଷ ପ୍ରକାଶ କରିବାରୁ ସେମାନଙ୍କୁ ପରିବର୍ତ୍ତନ କରି ଭାଜପାର ବିଚାରଧାରା ସହ ଚାଲିବା ଭଳି ରାଷ୍ଟ୍ରଦୂତଙ୍କୁ ସରକାର ନିଯୁକ୍ତ କଲେ। ଭାଜପା ସରକାରଙ୍କ ପ୍ରଥମ ପାଳିରେ ପରିବର୍ତ୍ତନରେ କିଛି ଫରକ ପଡ଼ିଲା ନାହିଁ, କାରଣ ଭାରତରେ ଏଭଳି ଚିନ୍ତାଧାରା ଏତେ ଅଧିକ ପ୍ରକାଶ ପାଇପାରି ନଥିଲା।
୨୦୧୯ ପରେ ଏଭଳି ବିଚାରଧାରା ଆମ ସଂଖ୍ୟାଲଘୁଙ୍କ ବିରୋଧରେ ଏହାର ଭୟଙ୍କର ରୂପ ଦେଖାଇବା ଯୋଗୁ ସେବେଠୁ ବାହାରେ ରାଷ୍ଟ୍ରଦୂତମାନେ ପ୍ରତିରକ୍ଷାମତ୍କ ସ୍ଥିତିରେ ରହିଆସିଛନ୍ତି। ଭାଜପା ୨୦୧୯ରେ ଦ୍ୱିତୀୟ ଥର ଜିତିବା ପରେ ବହୁ ଆଭ୍ୟନ୍ତରୀଣ ଝଟକାର ପ୍ରତିକ୍ରିୟା ବିଦେଶରେ ପ୍ରତିଧ୍ୱନିତ ହୋଇଥିଲା। ପ୍ରଥମଟି ଥିଲା ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ପରେ ୧୭ ମାସ ପାଇଁ କଶ୍ମୀରବାସୀ ଇଣ୍ଟରନେଟ ସୁବିଧାରୁ ବଞ୍ଚିତ ହେଲେ। ୨୦୨୦ରେ କଶ୍ମୀରର ସମସ୍ତ ପିଲା ଅନ୍‌ଲାଇନ ଶିକ୍ଷା ପାଇପାରିଲେ ନାହିଁ। କଶ୍ମୀରବାସୀଙ୍କ ବିରୋଧରେ ଭାରତର ପଦକ୍ଷେପ ଉପରେ ଆମେରିକା ପ୍ରତିନିଧିତ୍ ସଭାରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା। ରିପବ୍ଲିକାନମାନଙ୍କ ପ୍ରଭାବ ଏବଂ ଡୋନାଲ୍ଡ ଟ୍ରମ୍ପ୍‌ ଆମ ବନ୍ଧୁ ହୋଇଥିବାରୁ ଏହି ପ୍ରସ୍ତାବ ଆଗକୁ ବଢିପାରିଲା ନାହିଁ। ଆମେରିକାରେ ବାଇଡେନ୍‌ ପ୍ରଶାସନ କ୍ଷମତାକୁ ଆସିବାର କିଛି ଦିନ ପରେ ଭାରତ ୧୭ ମାସର ଇଣ୍ଟର୍‌ନେଟ କଟକଣାକୁ ହଟାଇ ନେଇଥିଲା। ଅନୁଚ୍ଛେଦ ୩୭୦ ଉଚ୍ଛେଦର କିଛି ସପ୍ତାହ ପରେ ଭାଜପା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ପାସ୍‌ କରିଥିଲା, ଯାହାକୁ ନେଇ ବିଶ୍ୱ ଚିନ୍ତା ପ୍ରକଟ କରିଥିଲା। ୟୁରୋପିଆନ ପାର୍ଲାମେଣ୍ଟରେ ଏହା ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ଏହା ପାସ୍‌ ହୋଇଯିବାର ସମ୍ଭାବନା ରହିଥିଲେ ବି ଭାରତର କୂଟନୀତି ଭୋଟିଂକୁ ସ୍ଥଗିତ ରଖିବାକୁ ସକ୍ଷମ ହେଲା। କିନ୍ତୁ ଏହା ବଦଳରେ ସିଏଏକୁ ଲାଗୁ ନ କରିବାକୁ କୁହାଗଲା, ଯାହା ଏଯାବତ କାର୍ଯ୍ୟକାରୀ କରାଯାଇନାହିଁ। ବ୍ୟତିକ୍ରମ ଯେ, ଆମେ ବାହାରେ ନିଜକୁ ସାର୍ବଭୌମ ଏବଂ ସର୍ବଧର୍ମବାଦୀ ଭାବେ ପ୍ରତିପାଦିତ କରୁଥିବାବେଳେ ଦେଶରେ ବିପରୀତ ଧାରାରେ କାର୍ଯ୍ୟ କରୁଛୁ।
ଲଦାଖରେ ପଡୋଶୀ ଚାଇନାର ଅନୁପ୍ରବେଶ ଭଳି ସମସ୍ୟାକୁ ଆମନ୍ତ୍ରଣ କରିଛୁ। ଆମେ ଚାଇନାକୁ ଉପେକ୍ଷା କରିପାରୁ, କିନ୍ତୁ ପାଶ୍ଚାତ୍ୟ ବିରୋଧରେ ଚାଇନା ସହ ରହିଥିବା ରୁଷିଆକୁ ବନ୍ଧୁ ଭାବେ ହୋଇ ରହିବୁ। ମିଲିଟାରି ଦୃଷ୍ଟିକୋଣରୁ ଆମେରିକା ସହ ଘନିଷ୍ଟ ହେବା ଲାଗି ୨୦୧୪ ପରେ ବହୁ ଚୁକ୍ତି ସ୍ବାକ୍ଷର କରିଛୁ। ଆମ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି, ବିଶ୍ୱରେ ଗୋଟିଏ କି ଦୁଇଟି ଦେଶରେ ନୁହେଁ, ବରଂ ବହୁ ଦେଶ ମଧ୍ୟରେ କ୍ଷମତା ବା ଶକ୍ତି ବାଣ୍ଟି ହୋଇ ରହିଛି। ଏଣୁ ଭାରତ ସୁବିଧାବାଦୀ ହେବା ଉଚିତ ଏବଂ ଅତୀତର ସନ୍ଦେହାମତ୍କ ସ୍ଥିତିଗୁଡ଼ିକରୁ ଅଲଗା ରହିବା ଦରକାର। ଏଥିରୁ ବୁଝାପଡ଼ୁଛି ଯେ, ଆମର ବାସ୍ତବ ସିଦ୍ଧାନ୍ତ ବା ନୀତି ନାହିଁ ଏବଂ ବିଶ୍ୱରେ କେମିତି କାମ କରିବା ସେ ସମ୍ପର୍କରେ ଧାରଣା ନାହିଁ। ଆମେ ଦେଶରେ ଯାହା କରିଛୁ ତାହା ପାଇଁ ଆମ ପ୍ରଭାବ ଓ ପ୍ରତିଷ୍ଠା ମଧ୍ୟ କମିଛି। ଅନ୍ୟପକ୍ଷରେ ଆମେ ନିମ୍ନଗାମୀ ହେବା ଦ୍ୱାରା ନୂଆ ବନ୍ଧୁ କିମ୍ବା ମେଣ୍ଟ ପାଇନାହଁୁ। ହିଜାବ, ନମାଜ ବିରୋଧକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଆମ ବିଶ୍ୱସ୍ତରୀୟ ଖ୍ୟାତି ଆମ ପାଇଁ ଗୌଣ ହୋଇଯାଇଛି।

  • ଆକାର ପଟେଲ
    Email:aakar.patel@gmail.com

Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri