ଫଙ୍ଗସ୍‌ : ଆଉ ଏକ ମହାମାରୀ

ଦୁଇ ହଜାର ମସିହା ଆରମ୍ଭରୁ କେବଳ ଆମେ ଓଡ଼ିଶାବାସୀ ଏହି କୋଭିଡ୍‌-୧୯କୁ ସହ୍ୟ କରି ଚାଲିଛୁ। ବହୁତ ଜଣ ନିଜର ଆତ୍ମୀୟ ସ୍ବଜନଙ୍କୁ ମଧ୍ୟ ହରାଇ ସାରିଲେଣି। ପ୍ରଥମ ଲହର ପରେ ଦ୍ୱିତୀୟ ଲହର କମିବାକୁ ବସିଲାଣି। କିନ୍ତୁ ଏବେଠୁ ଆମେ ତୃତୀୟ ଲହରକୁ ବି ଅନେଇ ବସିଲୁଣି। ଏପରି କି ତୃତୀୟ ଲହର ଆସିବାଟା ନିଶ୍ଚିତ ବୋଲି ବିଶେଷଜ୍ଞମାନେ ମତ ଦେଇ ସାରିଲେଣି। ଗୋଟିଏ ଆଶ୍ୱାସନାର ବିଷୟ ହେଲା, ବହୁମାତ୍ରାରେ ଲୋକ ସୁସ୍ଥ ହେଉଛନ୍ତି। କିଛି ଚିକିତ୍ସା ପରେ, କିଛି ବିନା ଚିକିତ୍ସାରେ ମଧ୍ୟ। ଟିକାକରଣ ମଧ୍ୟ ପୂରାଦମ୍‌ରେ ଚାଲିଛି।
ଏବେ ଦ୍ୱିତୀୟ ଲହର ବେଳକୁ କିଛି ରାଜ୍ୟରେ ବହୁମାତ୍ରାରେ ଫଙ୍ଗସ୍‌ ସଂକ୍ରମଣ ଦେଖାଦେଇଛି। କେବଳ ସେତିକି ନୁହେଁ, ତାହା ବିଶେଷଜ୍ଞଙ୍କ ସହ ସାଧାରଣ ଲୋକଙ୍କୁ ମଧ୍ୟ ବିବ୍ରତ କରିଛି। ସାଧାରଣତଃ ଫଙ୍ଗସ୍‌ ଦୁଇ ପ୍ରକାର ଥାଏ-ଇଷ୍ଟ ଏବଂ ମୋଲ୍ଡ। ଏହା ସବୁଆଡ଼େ ଥାଏ- ବାୟୁରେ, ମାଟିରେ। ଆପଣମାନେ ଦେଖିଥିବେ, ଯଦି ରୁଟି, ପାଉଁରୁଟି କିଛି ବି ଖାଦ୍ୟ ବାହାରେ ଦିନେ ଦୁଇଦିନ ରଖିଦେଉଛନ୍ତି; ଅଥବା କୌଣସି ଓଦା ଜାଗାରେ ବି ଫଙ୍ଗସ୍‌ (ଫିମ୍ପି) ଲାଗିଯାଉଛି। କୋଭିଡ୍‌-୧୯ ଭାଇରସ୍‌ ଭଳି ଫଙ୍ଗସ୍‌ ନୂଆ ଜୀବାଣୁ ନୁହେଁ। ଏହା ଆମ ସଙ୍ଗେ ସବୁବେଳେ ରହିଛି। ଯଦି କୌଣସି କାରଣରୁ, କୌଣସି ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ଯେମିତି ଅଙ୍ଗପ୍ରତ୍ୟଙ୍ଗ ପ୍ରତ୍ୟାରୋପଣ, ଶରୀରରେ କେତେକ ଅଙ୍ଗ ଏକାଥରେ ଅକାମୀ ହୋଇଗଲେ, କ୍ୟାନ୍‌ସର ରୋଗୀ କେମୋଥେରାପି ନେଉଥିଲେ, ବହୁତ ଦିନ ଧରି ଜଣେ ରୋଗୀ ଆଇସିୟୁ ଭିତରେ ରହୁଥିଲେ, ଉଚ୍ଚ ରକ୍ତଚାପ ଅଧିକ ବଢ଼ିଗଲେ, ଅକ୍ସିଜେନ୍‌ ଲାଗିଲେ କିମ୍ବା ହାଇ ଡୋଜ୍‌ ଷ୍ଟେରଏଡ୍‌ ନେଲେ-ଏହି ରୋଗୀମାନଙ୍କ ନିକଟରେ ଫଙ୍ଗାଲ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ଏହି ସଂକ୍ରମଣ ଦ୍ୱାରା ଆଖି, ନାକ, ମସ୍ତିଷ୍କ, ଫୁସ୍‌ଫୁସ୍‌ ଇତ୍ୟାଦି ପ୍ରଭାବିତ ହୋଇଥାଏ। ପୂର୍ବରୁ ଏହାର ସଂକ୍ରମଣ ମାତ୍ରା କମ୍‌ ଥିଲା। ହେଲେ କରୋନାର ଦ୍ୱିତୀୟ ଲହର ପରେ କିଛି ରାଜ୍ୟରେ ଏହା ଅଧିକ ମାତ୍ରାରେ ଦେଖାଦେଇଛି। କିନ୍ତୁ ଡରିବାର କିଛି ନାହିଁ। ଏହି ରୋଗରୁ ଜଣେ ଆରୋଗ୍ୟ ଲାଭ କରିପାରିବ, କାରଣ ଏହି ରୋଗୀର ଚିକିତ୍ସା ପଦ୍ଧତି ଓ ଔଷଧ ରହିଛି। କିନ୍ତୁ ଏହାର ଲକ୍ଷଣ ଜାଣିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ। ଏବେ ଫଙ୍ଗସ୍‌ର ପ୍ରକାର ଭେଦ- ବ୍ଲାକ୍‌, ହ୍ବାଇଟ୍‌, ୟେଲୋ ଇତ୍ୟାଦି ବିଷୟରେ ଆପଣମାନେ ଶୁଣୁଛନ୍ତି। ଏହା କେବଳ ଫଙ୍ଗସ୍‌ର ପ୍ରକାର ଭେଦ, ହେଲେ ଚିକିତ୍ସା ପ୍ରଣାଳୀ ସମାନ। ଏବେ କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ କମିଯାଉଛି। ଯେଉଁ ବ୍ୟକ୍ତିମାନଙ୍କର ଡାଇବେଟିସ୍‌ ନିୟନ୍ତ୍ରଣରେ ରହୁନାହିଁ, ଅନ୍ୟାନ୍ୟ ଗୁରୁତର ରୋଗ ସହ ଆକ୍ରାନ୍ତ ଏବଂ ହାଇ ଷ୍ଟେରଏଡ୍‌ ନେଉଛନ୍ତି, ସେମାନଙ୍କୁ ଏହି ଫଙ୍ଗସ୍‌ ସାଙ୍ଗେ ସାଙ୍ଗେ ଆକ୍ରମଣ କରୁଛି। ଆମ ପାଖରେ ଏହାର ସଠିକ ଚିକିତ୍ସା ପ୍ରଣାଳୀ ଉପଲବ୍ଧ ରହିଛି। ତେଣୁ ଏପରି ଫଙ୍ଗସ୍‌ ସଂକ୍ରମଣର ଶିକାର ହେଲେ ଆଦୌ ଭୟଭୀତ ନ ହୋଇ ଚିକିତ୍ସା କରାଇପାରିଲେ ଆପଣ ଆରୋଗ୍ୟଲାଭ କରିପାରିବେ।
ଲକ୍ଷଣ: ଫଙ୍ଗସ୍‌ ସଂକ୍ରମଣର କେତେକ ଲକ୍ଷଣ ରହିଛି। ଏସବୁ ସଂକ୍ରମଣର ଆରମ୍ଭରେ ହିଁ ଦେଖାଦେଇଥାଏ। କରୋନା ରୋଗୀ, ବିଶେଷତଃ ଡାଇବେଟିସ୍‌ ରୋଗୀ, ଯେଉଁମାନେ ଅଧିକ ଷ୍ଟେରଏଡ୍‌ ନେଉଛନ୍ତି, ସେମାନେ ଏ ନେଇ ବେଶି ସତର୍କ ରହିବା ଆବଶ୍ୟକ। ଏପରି କି କରୋନାରୁ ଆରୋଗ୍ୟ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବାର ତିନି ମାସ ପର୍ଯ୍ୟନ୍ତ ଏହାର ରିକ୍ସ ରହୁଛି। ଯଦି କେବେ ଆପଣ ଦେଖିଲେ ସବୁ ଠିକ୍‌ ଥିଲା, କିନ୍ତୁ ହଠାତ୍‌ ଗୋଟେ ପଟ ଆଖି ଫୁଲି ଯାଉଛି, ଲାଲ୍‌ ପଡୁଛି, ଆଖି ବାହାରକୁ ବାହାରିଲା ପରି ଲାଗୁଛି, ଆଖି ବୁଲୁ ନାହିଁ, ପତା ଘୋଡ଼େଇ ହୋଇଯାଉଛି, ଦୃଷ୍ଟିଶକ୍ତି କମିଯାଉଛି, ପତା ସିଝି ଯାଉଛି, ନାକ ଚୁଣ୍ଟି ହେଉଛି, ହଳଦିଆ, କଳା ରଙ୍ଗର ଡିସ୍‌ଚାର୍ଜ ହେଉଛି, ପ୍ରବଳ ମୁଣ୍ଡବ୍ୟଥା ହେଉଛି, ପୁଣି ଜ୍ୱର ଲେଉଟୁଛି, ନିଃଶ୍ୱାସ ନେବାରେ କଷ୍ଟ ହେଉଛି ଆଦି ଲକ୍ଷଣ ଦେଖାଦେଲେ ଆମେ ତାହାକୁ ଫଙ୍ଗସ୍‌ ସଂକ୍ରମଣ ହେଲା ବୋଲି ସନ୍ଦେହ କରିବା। ତେବେ ବିଳମ୍ବ ନ କରି ନିକଟସ୍ଥ ଡାକ୍ତରଖାନାକୁ ଯାଇ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେ ନାକ ଭିତରୁ ଡିସ୍‌ଚାର୍ଜ ବା ଟିସୁ ନେଇ ତାହାକୁ ପରୀକ୍ଷା କରି ଜାଣିପାରିବେ ତାହା ଫଙ୍ଗସ୍‌ ସଂକ୍ରମଣ ନା ଆଉ କିଛି। ଯଦି ଫଙ୍ଗସ୍‌ ସଂକ୍ରମଣ ବୋଲି ଡାକ୍ତର ମାଇକ୍ରୋବାୟୋଲୋଜି ପରୀକ୍ଷା ଦ୍ୱାରା ନିଶ୍ଚିତ ହୋଇଯାଆନ୍ତି, ତା’ପରେ ତାଙ୍କର ଚିକିତ୍ସା ସାଙ୍ଗେ ସାଙ୍ଗେ ଆରମ୍ଭ ହୋଇଥାଏ। ଏଣୁ ସେଥିପାଇଁ ଆକ୍ରାନ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଡ୍‌ମିଶନ ହୋଇ ରହିବାକୁ ପଡ଼େ। ଦୁଇ-ତିନି ସପ୍ତାହ ପର୍ଯ୍ୟନ୍ତ ଇଞ୍ଜେକ୍‌ଶନ ନେଲେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ। ଯଦି ଦରକାର ପଡ଼େ, ରୋଗ ବ୍ରେନ୍‌କୁ ବ୍ୟାପିଛି ବା ଅନ୍ୟଆଡ଼କୁ କେତେ ମାଡ଼ିଯାଇଛି, ତାହା ଜାଣିବା ପାଇଁ ସିଟି ସ୍କାନ୍‌, ଏମ୍‌ଆରଆଇ ଏବଂ ଅର୍ବିଟ ସିନ୍‌ସେସ କରାଯାଏ।
ଠିକ୍‌ ସମୟରେ ସଠିକ୍‌ ଚିକିତ୍ସା କରାଇପାରିଲେ ରୋଗୀ ରୋଗମୁକ୍ତ ହୋଇଥାଏ। କରୋନାରୁ ଆରୋଗ୍ୟ ହେବା ପରେ ସୁଷମ ଖାଦ୍ୟ ଖାଆନ୍ତୁ। ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ। ଯଦି ଡାଇବେଟିସ୍‌ ଅଛି, ତେବେ ତାହା କିପରି ନିୟନ୍ତ୍ରଣରେ ରହିବ ସେ ନେଇ ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତୁ। ଖାଦ୍ୟପେୟରେ ଆଦୌ ଅବହେଳା କରନ୍ତୁ ନାହିଁ। ଯଦି ଆପଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଏବଂ ପରେ ସୁସ୍ଥ ଅଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ବିନା ଷ୍ଟେରଏଡ୍‌ ସେବନ କରନ୍ତୁ ନାହିଁ। ତା’ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ହାୟର ଆଣ୍ଟିବାୟୋଟିକ୍‌ ଖାଆନ୍ତୁ। ତାଙ୍କର ପରାମର୍ଶ ନ ନେଇ ନାକରେ କୌଣସି ଔଷଧ ପକାନ୍ତୁ ନାହିଁ। ଅତ୍ୟଧିକ ଷ୍ଟିମ୍‌ ନିଅନ୍ତୁ ନାହିଁ। ଷ୍ଟିମ୍‌ ନେଉଥିବା ପାଣି ଏବଂ ବାସନକୁସନ ପରିଷ୍କାର ଥିବା ନିହାତି ଦରକାର। ଉପରୋକ୍ତ ବିଷୟଗୁଡ଼ିକୁ ମାନି ଚଳିବାକୁ ଚେଷ୍ଟା କରନ୍ତୁ। କାରଣ ଏହାଦ୍ୱାରା ଆପଣ ନିଜକୁ ଫଙ୍ଗସ୍‌ ଇନ୍‌ଫେକ୍‌ଶନଠାରୁ ଦୂରେଇ ରଖିପାରିବେ। ଯଦି ଏ ନେଇ କୌଣସି ଲକ୍ଷଣ ଜଣାପଡ଼ିଲା, ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରମର୍ଶ କରନ୍ତୁ। ଯଦି ଠିକ୍‌ ସମୟରେ ଆପଣ ଉପଯୁକ୍ତ ଚିକିତ୍ସା କରାଇପାରିଲେ, ତେବେ ଏପରି ସମସ୍ୟରୁ ନିଜକୁ ଆରୋଗ୍ୟ କରାଇପାରିବେ। ଏହାକୁ ନେଇ ମନରେ ଆଦୌ ଭୟ ଆଣନ୍ତୁ ନାହିଁ କି ଡାକ୍ତରଙ୍କ ବ୍ୟତୀତ ଅନ୍ୟ କାହା କଥାକୁ ଅନୁସରଣ କରନ୍ତୁ ନାହିଁ। କାରଣ ଏ ନେଇ କେବଳ ଡାକ୍ତର ନୁହନ୍ତି, ଆମ ସରକାର ବେଶ୍‌ ସଜାଗ ଅଛନ୍ତି।
ଏବେ ତ କରୋନାର ଦ୍ୱିତୀୟ ଲହର ଚାଲିଛି। ତେଣୁ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ। ମାସ୍କ ପିନ୍ଧନ୍ତୁ। ହାତକୁ ପରିଷ୍କାର ରଖି କରୋନାରୁ ନିଜକୁ ବଞ୍ଚାନ୍ତୁ। ଆଉ ଏକ କଥା, ନିଜ ପାଳି ଆସିଲେ କରୋନାଟିକା ନିଶ୍ଚୟ ନିଅନ୍ତୁ। ସୁସ୍ଥ ରୁହନ୍ତୁ, ନିରାପଦ ରୁହନ୍ତୁ।

ଡା. ଶୁଭବ୍ରତା ପରିଡ଼ା
– ବିଭାଗୀୟ ମୁଖ୍ୟ, ଚକ୍ଷୁ ବିଭାଗ
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, କଟକ
ମୋ : ୯୯୩୭୦୪୧୫୬୦


Enter your email to get our daily news in your inbox.

All Right Reserved By Dharitri.Com

ଚାରି ସନ୍ତାନଙ୍କ ମା’ଙ୍କଠାରୁ ଅଲଗା ହେଲେ ଏଲନ ମସ୍କ ; ସାଥୀ ଶିଭୋନ ଲେଖିଲେ ଲମ୍ବା ପୋଷ୍ଟ

ଓ୍ବାଶିଂଟନ,୩।୧୦: ଏଲନ ମସ୍କ ଏବଂ ଶିଭୋନ ଜିଲିସଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁରାଲିଙ୍କ (Neuralink)ର ଅଧିକାରୀ ଶିଭୋନ ଜିଲିସ ସୋସିଆଲ ମିଡିଆରେ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?