ନାକ ତଳକୁ ମାସ୍କ, ସାମାଜିକ ଦୂରତା ବି ରହୁନି

ଭୁବନେଶ୍ୱର,୧୪।୧୦ (ବ୍ୟୁରୋ): କରୋନାର ଦୁଇଟି ଲହରରେ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଏପରି କି ଅନେକ ଜୀବନ ମଧ୍ୟ ଗଲାଣି। ଏଭଳି ସ୍ଥିତିରେ ତୃତୀୟ ଲହରକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ସାମାଜିକ ଦୂରତା, ଠିକ୍‌ ଭାବେ ମାସ୍କ ପରିଧାନ ହିଁ କରୋନା ପ୍ରଭାବରୁ ଦୂରେଇ ରଖିବାରେ ସହାୟକ ହେବ। କ୍ରମାଗତ ଦୁଇଦିନ ଧରି ରାଜ୍ୟର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ରୁ ଊର୍ଦ୍ଧ୍ୱ ରହିଛି। ଏଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସଂକ୍ରମଣ ହାର ସର୍ବାଧିକ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ କେବଳ ଭୁବନେଶ୍ୱରରୁ ହିଁ ପ୍ରାୟ ୪୦ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ପାର୍ବଣ ସମୟ। ଲୋକଙ୍କୁ ସଚେତନ ହୋଇ ରହିବା ସହ ଗହଳି ନ କରିବାକୁ କୁହାଯାଉଛି। ହେଲେ ପାର୍ବଣ ଥିବାରୁ ଲୋକମାନେ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁନାହାନ୍ତି। ଫଳରେ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ମହାପାତ୍ର କହିଛନ୍ତି। ହସ୍ପିଟାଲ ପରିସରରେ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ। ହେଲେ ରାଜ୍ୟର ଅନ୍ୟତମ ବଡ଼ ମେଡିକାଲ ଭାବେ ଗଣାଯାଉଥିବା କ୍ୟାପିଟାଲ ହସ୍ପିଟାଲରେ ଖୁଲମଖୁଲା କରୋନା ନିୟମକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳୁଛି। ସାମାଜିକ ଦୂରତା ତ ଦୂରର କଥା, ଏଠାରେ ଅଧିକାଂଶ ଲୋକେ ବିନା ମାସ୍କରେ ଯିବାଆସିବା କରୁଛନ୍ତି। ଏପରି କି, କେତେକ ମାସ୍କକୁ ନାକ ତଳକୁ ପିନ୍ଧୁଥିବା ଦେଖିବାକୁ ମିଳୁଛି। ରୋଗୀ ପଞ୍ଜୀକରଣ କେନ୍ଦ୍ର ଏବଂ ନିରାମୟ ଔଷଧ ବିତରଣ କେନ୍ଦ୍ର ନିକଟରେ ଅଧିକ ଗହଳି ରହୁଛି। ସେହିପରି କେତେକ ବିଭାଗର ସାମ୍ନାରେ ମଧ୍ୟ ଚିକିତ୍ସା ପାଇଁ ଆସିଥିବା ରୋଗୀ ଏବଂ ସାଙ୍ଗରେ ଆସିଥିବା ସମ୍ପର୍କୀୟଙ୍କ ଭିଡ଼ ରହୁଛି। ହସ୍ପିଟାଲର ଗହଳି ସ୍ଥାନରେ ମୁତୟନ ଥିବା ସୁରକ୍ଷା କର୍ମୀଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ଯେ, ହସ୍ପିଟାଲ୍‌ରେ କୋଭିଡ୍‌ର ସମସ୍ତ ନିୟମ ପାଳନ କରାଯାଉଛି। ହେଲେ ଏଠାକୁ ଅଧିକ ଲୋକ ଆସୁଥିବାରୁ ଗହଳି ହେଉଛି। ଆମକୁ ଯେପରି ନିର୍ଦ୍ଦେଶ ରହିଛି ସେହିପରି ଆମେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛୁ। ଯେତେ କହିଲେ ବି ଲୋକେ ମାସ୍କ ଠିକ୍‌ ଭାବରେ ପିନ୍ଧୁନାହାନ୍ତି। ରୋଗୀଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି କାଉଣ୍ଟର ସଂଖ୍ୟା ବୃଦ୍ଧି କରାଯାଇଛି, ତା’ସତ୍ତ୍ୱେ ମଧ୍ୟ ଲୋକ ଗହଳି ହେଉଥିବା ସେ କହିଛନ୍ତି।
ଏନେଇ କ୍ୟାପିଟାଲ ହସ୍ପିଟାଲ


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri