ଶିକ୍ଷା, ପରିମଳ ବ୍ୟବସ୍ଥାରେ ସୁଧାର ଆସୁନି

ସୋନପୁର, ୨୬।୮(ନି.ପ୍ର.):ରାଜ୍ୟ ସରକାର ୫-ଟି ଯୋଜନାରେ ହାଇସ୍କୁଲଗୁଡିକୁ ପର୍ଯ୍ୟାୟକ୍ରମେ ସାମିଲ କରି ଏହାର ରୂପାନ୍ତରଣ କରୁଛନ୍ତି। ଗତ ନଭେମ୍ବର ୧୪ରେ ପ୍ରଥମ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲାର ୧୧ଟି ହାଇସ୍କୁଲ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୧ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନସିଂ ଜରିଆରେ ଏହି ସବୁ ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତି। ଏହି ସବୁ ହାଇସ୍କୁଲଗୁଡିକ ସୁନ୍ଦର ଭାବେ ସଜେଇ ହୋଇଛି। ତେବେ ଅଧିକାଂଶ ସ୍କୁଲର ଶିକ୍ଷା ଓ ପରିମଳ ବ୍ୟବସ୍ଥାରେ ସୁଧାର ଆସିନି। ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ଓ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ କିଛି ହାଇସ୍କୁଲ ପରିଦର୍ଶନ କରିବା ପରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।
ବୁଧବାର ଜିଲାପାଳ ନରଓ୍ବଣେ ଉଲୁଣ୍ଡା ବ୍ଲକର ସିଣ୍ଢୋଲ ହାଇସ୍କୁଲ ପରିଦର୍ଶନରେ ଯାଇଥିଲେ। ବିଦ୍ୟାଳୟର ପରିମଳ ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ହାଇସ୍କୁଲରେ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ଓ ଅତ୍ୟାଧୁନିକ ବିଜ୍ଞାନଗାରର ସୁବିଧା ରହିଛି। ଇ କଣ୍ଟେଣ୍ଟ ଡେଭଲପ ପାଇଁ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ୭ଦିନିଆ ତାଲିମ ମଧ୍ୟ ଦିଆଯାଇଛି। କିନ୍ତୁ ବିଦ୍ୟାଳୟର କୌଣସି ଶିକ୍ଷୟିତ୍ରୀ ଶିକ୍ଷକ ତାହା ପ୍ରସ୍ତୁତ କରିନାହାନ୍ତି। ଛାତ୍ରୀଛାତ୍ରଙ୍କୁ ଅଡିଓ ଭିଜୁଆଲ ମାଧ୍ୟମରେ କୌଣସି ବିଷୟରେ ଡିଜିଟାଲ ଶିକ୍ଷା ଦିଆଯାଉନି। ସେହିପରି ଛାତ୍ରୀଛାତ୍ର ବ୍ୟବହାର କରୁଥିବା ବିଦ୍ୟାଳୟର ପାଇଖାନା ଅପରିସ୍କାର ରହିଛି। ତେଣୁ ଜିଲାପାଳ ସଣ୍ଢୋଲ ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ଶୁକ୍ରବାର କୈଫିୟତ ତଲବ କରିବା ସହ ଅଗଷ୍ଟ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବୀରମହାରାଜପୁର ବ୍ଲକ ଉଫୁଲା ମାହେଶ୍ୱରୀ ବିଦ୍ୟାପୀଠ ପରିଦର୍ଶନ ସମୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଇ କଣ୍ଟେଣ୍ଟ ଡେଭଲପ କରି ନ ଥିବା ଜଣାପଡିଥିଲା। ଛାତ୍ରୀଛାତ୍ର ଡିଜିଟାଲ ଶିକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଏହି ରୂପାନ୍ତରଣ ହାଇସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଜିଲାପାଳ କୈଫିୟତ ତଲବ କରିବା ସହ ଅଗଷ୍ଟ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଭୋଇ ଉଲୁଣ୍ଡା ବ୍ଲକର କୋଟସମଲାଇ ସ୍ଥିତ ଶ୍ରୀ ଜଗନ୍ନାଥ ହାଇସ୍କୁଲ ପରିଦର୍ଶନ ସମୟରେ ନାନା ଅବ୍ୟବସ୍ଥା ଦେଖିଥିଲେ। ଏହି ବିଦ୍ୟାଳୟର କୌଣସି ଶିକ୍ଷୟିତ୍ରୀ ଶିକ୍ଷକ ଡିଜିଟାଲ ଜରିଆରେ ପାଠ ପଢାଇବା ପାଇଁ ଇ କଣ୍ଟେଣ୍ଟ ପ୍ରସ୍ତୁତ କରି ନ ଥିବା ଜଣା ପଡିଥିଲା। ବିଦ୍ୟାଳୟ ପରିସର ପରିସ୍କାର ପରିଚ୍ଛନ୍ନ ନ ଥିଲା। କର୍ତ୍ତବ୍ୟରେ ଅବହେଳା ପାଇଁ ଡିଇଓ ଭୋଇ ଏହି ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଜିଲାପାଳ ଓ ଡିଇଓଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ୫-ଟି ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଅନ୍ୟପକ୍ଷେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଯୋଗୁଁ ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ସରକାର ଚିନ୍ତା କରୁଥିବା ବେଳେ କିଛି ଶିକ୍ଷୟତ୍ରୀ ଶିକ୍ଷକଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଶିକ୍ଷା କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଆସି ନ ଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri