Posted inଖେଳ

ଏସିଆ କପ୍‌ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ନଜର

ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଯଦିଓ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବ ତେବେ ୨୮ ତାରିଖରେ ହେବାକୁଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିବ।

ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ୧୫ତମ ସଂସ୍କରଣ ୟୁନାଇଟେଡ୍‌ ଆରବ ଏମିରେଟ୍ସରେ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୨୭ରୁ ଏହା ଆରମ୍ଭ ହୋଇ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ। ଏସିଆ ମହାଦେଶର ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଗ୍ରୁପ୍‌ ‘ଏ’ରେ ଭାରତ, ପାକିସ୍ତାନ, ହଂକଂ ଏବଂ ଗ୍ରୁପ୍‌ ‘ବି’ରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ସ୍ଥାନ ପାଇଛି। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ଯଦିଓ ୨୭ ତାରିଖରେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବ ତେବେ ୨୮ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ରାଜନୈତିକ କାରଣରୁ ଉଭୟ ଦଳ ପରସ୍ପର ସହିତ ଦ୍ୱିପାକ୍ଷିକ ସିରିଜ ଖେଳୁ ନ ଥିବାରୁ ଆଇସିସି ଇଭେଣ୍ଟଗୁଡିକ ସ୍ବତଃ ଆକର୍ଷଣୀୟ ହେବାରେ ଲାଗିଛି। ଉଭୟ ଦଳ ସେମାନଙ୍କ ପ୍ରମୁଖ ପେସ୍‌ ବୋଲରଙ୍କ ବିନା ଖେଳିବେ। ଯଶପ୍ରୀତ୍‌ ବୁମ୍‌ରା ଓ ଶାହିନ୍‌ ଆଫ୍ରିଦୀ ଆହତ ହୋଇ ବାଦ୍‌ ପଡ଼ିଥିବାରୁ ଆଗାମୀ ମ୍ୟାଚ୍‌ରେ ନଜରରେ ରହିବାକୁଥିବା କେତେକ ଖେଳାଳିଙ୍କୁ ନେଇ ଏହି ଉପସ୍ଥାପନା…
କୋହଲି ବନାମ ଉସ୍‌ମାନ କାଦିର
ଭାରତୀୟ ଦଳର ଷ୍ଟାର ବ୍ୟାଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ତେବେ ବିରାଟଙ୍କୁ ଆଦୌ ହେୟ ମନେକରିବ ନାହିଁ ପାକିସ୍ତାନ। ଭାରତ ପାକିସ୍ତାନ ମଧ୍ୟରେ ୯ଟି ଟି୨୦ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଟିମ୍‌ ଇଣ୍ଡିଆ ୬-୨ରେ ଆଗୁଆ ରହିଛି। ଏହା ମଧ୍ୟରୁ କୋହଲି ୭ଟି ମ୍ୟାଚ୍‌ରେ ଖେଳି ୩ଟି ଅର୍ଦ୍ଧଶତକ ସହ ୩୧୧ ରନ୍‌ କରିଛନ୍ତି। କୋହଲିଙ୍କ ଆଭରେଜ୍‌ ୭୭.୭୫ ରହିଥିବା ବେଳେ ଷ୍ଟ୍ରାଇକ୍‌ ରେଟ୍‌ ରହିଛି ୧୧୮.୨୫। ରବିବାରର ମ୍ୟାଚ୍‌ କୋହଲିଙ୍କ ଶତକୀୟ ମୁକାବିଲା ହେବ। ଅଦ୍ୟାବଧି ଟି୨୦ ଶତକ ହାସଲ କରି ନ ଥିବା କୋହଲିଙ୍କ ପାଇଁ ଶତକ ହାସଲର ଏହା ଏକ ବଢ଼ିଆ ସୁଯୋଗ। ତେବେ କୋହଲିଙ୍କ ରାସ୍ତାରେ ବାଧା ସୃଷ୍ଟି କରିପାରନ୍ତି ପାକିସ୍ତାନୀ ଲେଗ୍‌ସ୍ପିନର ଉସ୍‌ମାନ କାଦିର। ଅବ୍‌ଦୁଲ କାଦିରଙ୍କ ପୁଅ ଉସ୍‌ମାନ ୧୮ଟି ମ୍ୟାଚ୍‌ରୁ ୨୪ଟି ଉଇକେଟ ନେଇଛନ୍ତି। ପୂର୍ବରୁ ଅନେକ ଇନିଂସ୍‌ରେ ଲେଗ୍‌ ସ୍ପିନରଙ୍କ ବିରୋଧରେ କୋହଲି ଅସହଜ ମନେହେବାର ନଜିର ରହିଛି। କୋହଲିଙ୍କୁ ଆଉଟ କରିବାକୁ ଲେଗ୍‌ ସ୍ପିନ୍‌ ପ୍ରମୁଖ ଅସ୍ତ୍ର ବୋଲି ପୂର୍ବରୁ କହିଥିଲେ ଅଷ୍ଟ୍ରେଲୀୟ ଲେଗ୍‌ସ୍ପିନର ଆଡାମ୍‌ ଜାମ୍ପା।

ରୋହିତ ବନାମ ନଶିମ୍‌
ଏସିଆ କପ୍‌ରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଭାବରେ ଖେଳିବ। ଅଧିନାୟକ ରୋହିତ ଶର୍ମା ଟି୨୦ରେ ଜଣେ ମ୍ୟାଚ୍‌ଓ୍ବିନର। ଟି୨୦ରେ ୪ ଶତକ ସହ ବିଶ୍ୱର ଅନ୍ୟ ସମସ୍ତ ବ୍ୟାଟରଙ୍କୁ ଏହି ତାଲିକାରେ ପଛରେ ପକାଇଛନ୍ତି ଭାରତୀୟ ଅଧିନାୟକ। ତେବେ ପାକିସ୍ତାନ ବିପକ୍ଷରେ ସେ ୩୦ ରନ୍‌ର ସର୍ବାଧିକ ସ୍କୋର ସହିତ ୮ ମ୍ୟାଚ୍‌ରୁ ମାତ୍ର ୭୦ ରନ୍‌ କରିଛନ୍ତି। ଏହି ପରିସଂଖ୍ୟାନକୁ ରୋହିତ ପରିବର୍ତ୍ତନ କରିବାକୁ ଚାହିଁବେ। ତେବେ ପାକିସ୍ତାନୀ ସ୍ପିଡ୍‌ଷ୍ଟର ନଶିମ୍‌ ଶାହଙ୍କ ବିପକ୍ଷରେ ତାଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଉପଯୁକ୍ତ ଫୁଟ୍‌ଓ୍ବାର୍କ ବ୍ୟବହାର ନ କଲେ ନଶିମ୍‌ଙ୍କ ବିପକ୍ଷରେ ସମସ୍ୟାରେ ପଡ଼ିପାରନ୍ତି ଏହି ଭାରତୀୟ ଓପ୍‌ନର। ଭାରତ ବିପକ୍ଷରେ ପ୍ରଥମଥର ନଶିମ୍‌ ଖେଳିବେ। ଡେବ୍ୟୁ ସ୍ମରଣୀୟ କରିବାକୁ ସେ ନିଶ୍ଚିତ ଚାହିଁବେ।
ସୂର୍ଯ୍ୟକୁମାର ବନାମ ହରିଶ୍‌ ରୌଫ୍‌
ବର୍ତ୍ତମାନ ଭାରତୀୟ ଟି୨୦ ଟପ୍‌ ଅର୍ଡରର ପ୍ରମୁଖ ଅଙ୍ଗ ପାଲଟିଥିବା ସୂର୍ଯ୍ୟକୁମାର ଯାଦବ ଟି୨୦ରେ ଶତକ ହାସଲ କରିଥିବା ୪ ଭାରତୀୟଙ୍କ ମଧ୍ୟରେ ନିଜ ନାମ ସାମିଲ କରିଛନ୍ତି। ପଡିଆର ଚତୁର୍ଦ୍ଦିଗକୁ ଶଟ୍‌ ଖେଳୁଥିବା ସୂର୍ଯ୍ୟ ନିଜର ୩୬୦ ଡିଗ୍ରୀ ଦକ୍ଷତା ପାଇଁ ବେଶ୍‌ ପରିଚିତ। ଉଭୟ ପେସ୍‌ ଓ ସ୍ପିନ୍‌ ବିପକ୍ଷରେ ସେ ଦୃଢ଼ ବ୍ୟାଟିଂ କରିବାରେ ସମର୍ଥ। ସେ ପାକିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ମୁକାବିଲାରେ ମାତ୍ର ୧୧ ରନ୍‌ରେ ଆଉଟ ହୋଇଥିବା ବେଳେ ଏହାର ପ୍ରତିଶୋଧ ନେବାକୁ ପ୍ରୟାସ କରିବେ। ଯାଦବଙ୍କ ବିରୋଧରେ ପାକିସ୍ତାନ ହରିଶ ରୌଫ୍‌ଙ୍କୁ ଉପଯୋଗ କରିବାକୁ ଚାହିଁବ ା ନିୟମିତ ଭାବେ ୧୪୦ କିମି ବେଗରେ ବୋଲିଂ କରୁଥିବା ରୌଫ୍‌ ସମୟ ସମୟରେ ୧୫୦ କିମି ବେଗରେ ମଧ୍ୟ ବୋଲିଂ କରନ୍ତି। ରୌଫ୍‌ ୩୫ ଟି୨୦ରୁ ୪୨ ଉଇକେଟ ନେଇଥିବା ବେଳେ ୨୩ଟି ଟି୨୦ରୁ ଯାଦବ ସ୍କୋର କରିଛନ୍ତି ୬୭୨ ରନ୍‌।
ଭୁବନେଶ୍ୱର ବନାମ ବାବର
ବୁମ୍‌ରାଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର ଭାରତୀୟ ବୋଲିଂର ନେତୃତ୍ୱ ନେବେ। ସୁଇଂ ଭୁବନେଶ୍ୱରଙ୍କ ପ୍ରମୁଖ ଅସ୍ତ୍ର ହୋଇଥିବାରୁ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ଡାହାଣହାତୀ ବ୍ୟାଟରଙ୍କୁ ନିଜ ଘାତକ ଇନ୍‌ସୁଇଂରେ ସେ ଅସୁବିଧାରେ ପକାଇଥାନ୍ତି। ପାକିସ୍ତାନ ବିପକ୍ଷରେ ଭୁବନେଶ୍ୱର ୪ଟି ମ୍ୟାଚ୍‌ରୁ ୩/୯ର ଶ୍ରେଷ୍ଠ ବୋଲିଂ ଫିଗର ସହିତ ୫ ଉଇକେଟ ଅକ୍ତିଆର କରିଛନ୍ତି। ଅନ୍ୟପକ୍ଷରେ ବାବର ଭାରତ ବିପକ୍ଷରେ ମାତ୍ର ଗୋଟିଏ ଟି୨୦ ଖେଳିଥିବା ବେଳେ ଅପରାଜିତ ୬୮ ରନ୍‌ କରିଥିଲେ। ବାବର ଫର୍ମରେ ଥିଲେ ଯେକୌଣସି ବୋଲିଂ ବିପକ୍ଷରେ ରନ୍‌ ସ୍କୋର କରିପାରିବେ। ତେବେ ରିଭର୍ସ ସୁଇଂ ଏବଂ ପାରମ୍ପରିକ ଇନ୍‌ସୁଇଙ୍ଗ ସାମ୍ନାରେ ବାବରଙ୍କ ଦୁର୍ବଳତା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri